ଚଣ୍ଡିଖୋଲ, ୨୩/୫/୨୦୨୧ (ସନ୍ଧାନ ନିଉଜ) : ବଡଚଣା ପୁଲିସ ଚଢାଉ କରି ଗତ କାଲି ବିଳମ୍ବିତ ରାତିରେ ଚଣ୍ଡିଖୋଲ ଠାରୁ ଏକ ଗୋରୁ ବୋଝେଇ ଟ୍ରକ୍ କୁ ଜବତ କରିବା ସହ ଏଥିରେ ସମ୍ପୃକ୍ତ ଥିବା 3 ଜଣଙ୍କୁ ଗିରଫ କରାଯାଇଛି ଓ 60 ରୁ ଅଧିକ ଗୋରୁଙ୍କୁ ଉଦ୍ଧାର କରାଯାଇଛି l ବାଲିଚନ୍ଦ୍ରପୁର ନିକଟ ନଳୀପୁର ଆଡୁ ଗୋରୁ ବୋଝେଇ ଟ୍ରକ୍ ଆସୁଥିବା ଖବର ପାଇ ଚଣ୍ଡିଖୋଲ ଠାରେ ପୋଲିସ ଟ୍ରକକୁ ଅଟକାଇଥିଲେ ତନଖି କରିଥିଲେ l ଟ୍ରକ୍ ଟି ଭଦ୍ରଖ ଆଡକୁ ଯିବା ପାଇଁ ଆସିଥିଲା l ଧରାପଡିଥିବା ଜଣ ଅପରାଧୀ ମାନେ ଭଦ୍ରଖ ଅଞ୍ଚଳର ବୋଲି ଜଣା ଯାଇଛି l ଗୋରୁ ଗୁଡିକୁ ପୁଲିସ ନିଜ ହେପାଜତରେ ରଖି ଥିବା ଖବର ମିଳିଛି l ଏବେ ବଡଚଣା ଅଞ୍ଚଳରେ ଗୋଚାଲାଣ ରାକେଟ ସକ୍ରିୟ ହୋଇ ପଡ଼ିଛନ୍ତି l ଗତ କେତେ ଦିନ ତଳେ ଗୋଟିଏ କଣ୍ଟନେର ଧରା ପଡିଥିଲା ଏଥିରେ ଏଥିରୁ କେତୋଟି ମଲା ଗୋରୁ ମଧ୍ୟ ଉଦ୍ଧାର ହୋଇଥିଲେ l ସେହିପରି କୋଣାର୍କ ଝୋଟ କଳ କଡରେ ଆସିଥିବା ପ୍ରଧାନମନ୍ତ୍ରୀ ସଡ଼କ କଡ଼ରେ ମଲା ଗୋରୁ ପକା ଯାଉଥିବା ଘଟଣା ଉପରେ ସ୍ଥାନୀୟ ଲୋକେ ମଧ୍ଯ ଅଭିଯୋଗ କରିଥିଲେ l ଏହିସବୁ ଘଟଣା ଘଟିବା ଓ କିଛି ଗୋରୁ ଦଲାଲ ଙ୍କ ସହଯୋଗୀ ମାନଙ୍କର ଚଣ୍ଡିଖୋଲ ବଜାର ରେ ଏକାଠି ହେବା ଜଣା ପଡିବା ପରେ ପୋଲିସ ସକ୍ରିୟ ହୋଇ ଲଗାତାର ଭାବେ ଚଢ଼ାଉ ଜାରି ରଖିଛି l ଗୋରୁ ଚାଲାଣ ବେଳେ ଟ୍ରକ୍ ବା କଣ୍ଟନେର ରେ ଏତେ ସଂଖ୍ୟକ ଗୋରୁଙ୍କୁ ଲଦୁଚ୍ଛନ୍ତି କି ସେମାନେ ହଲ ଚଲ ହେବା କିମ୍ବା ନିଶ୍ଵାସ ମାରିବାକୁ ରାହା ପାଉନଥିବା ଜଣାଯାଇଛି l ଏପରିକି ବଡ ବଡ ଟ୍ରକ୍ ରେ ପଟ୍ଟା ଥାକ୍ ଲଗାଇ ତାଉପରେ ଗୋରୁଙ୍କୁ ଲଦି ଚାଲାଣ କରୁଛନ୍ତି l ଆନିମଲ କ୍ରୁଏଲଟି ଆକ୍ଟ – 13 ( ସି.) ଅନୁସାରେ ଏହିପ୍ରକାର ଗୋଚାଲାଣ ଧର୍ତ୍ତବ୍ୟ ଅପରାଧ ହୋଇଥିଲେ ମଧ୍ୟ ଅପରାଧିମାନେ ନ୍ୟାୟାଳୟର ଦ୍ୱାରସ୍ଥ ହେଉଥିବା ଖବର ମିଲୁଛି l
ଗୋରୁ ଗାଡି ଜବତ :60 ଗୋରୁ ଉଦ୍ଧାର
|
May 24, 2021 |