ବଡଚଣାରେ କରୋନା ଟିକା ନେବାକୁ ଦିଆଯିବ ଆଗୁଆ ସୂଚନା

Spread the love

ଚଣ୍ଡିଖୋଲ,୧୪/୫(ସନ୍ଧାନ ନିୟୁଜ): ସମଗ୍ର ରାଜ୍ୟରେ କରୋନା ମହାମାରୀକୁ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିବା ବେଳେ ଟିକାକରଣକୁ ନେଇ ଦୈନିକ ବଡଚଣା ଗୋଷ୍ଠୀ ସ୍ୱାସ୍ଥ୍ୟାକେନ୍ଦ୍ରରେ ହଜାରହଜାର ଲୋକଙ୍କ ଭିଡ ଲାଗୁଥିବା ଦେଖାଯାଉଛି । ଫଳରେ ଅନେକ ଲୋକ ଟିକାନପାଇ ଫେରୁଥିବା ଦେଖିବାକୁ ମିଳିଛି । ଏହାକୁ ମୁକାବିଲା କରିବା ପାଇଁ ଡାକ୍ତରଖାନା ପକ୍ଷରୁ ଯେଉଁମାନେ ନିଜର ନାମ ପଞ୍ଜିକରଣ କରିଥିବେ ବା ଯେଉଁମାନଙ୍କର ଦ୍ୱିତୀୟ ଡୋଜ ପାଇଁ ସମୟ ହୋଇଥିବ ସେମାନଙ୍କୁ ପୂର୍ବଦିନ ଠାରୁ ମୋବାଇଲରେ ସୂଚନା ଦିଆଯିବାକୁ ପଦକ୍ଷେପ ନିଆଯାଇଛି । ଯାହାଫଳରେ ଡାକ୍ତରଖାନା ପରିସରରେ ଆଉ ଭିଡହେବା ଦେଖାଯିବ ନାହିଁ କି ଦୂରଦୁରାନ୍ତରୁ ଆସିଥିବା ବରିଷ୍ଠ ନାଗରିକ ହୁଅନ୍ତୁ କିମ୍ବା ଯେକୌଣସି ଲୋକ ଆଉ ଫେରିବେ ନାହିଁ । ଏହି ପଦକ୍ଷେପକୁ ବଡଚଣା ଅଞ୍ଚଳରେ ସ୍ୱାଗତ କରାଯାଇଛି ଏବଂ ସମୟ ଅନୁସାରେ ଦ୍ୱିତୀୟ ଡୋଜ ହୋଇଥିବା ବ୍ୟକ୍ତିଙ୍କୁ ପରଦିନ ଅବଗତ କରାଯିବାକୁ ବିଭାଗ ପକ୍ଷରୁ ନିଷ୍ପତି କରାଯାଇଛି । ଏବେ ବଡଚଣା ବ୍ଲକ ଅଞ୍ଚଳରେ ପାଖାପାଖି ୩୫୦ରୁ ଉଦ୍ଦ୍ୱର୍ ବ୍ୟକ୍ତିଙ୍କୁ କରୋନା ପଜିଟିଭ ଆକ୍ରାନ୍ତ ହୋଇଥିବା ଜଣାଯାଇଛି । ଦୈନିକ ଆହୁରି ଅଧିକ ସଂକ୍ରମଣ ବ୍ୟାପୁଥିବାରୁ ଟିକାନେବାକୁ ଲୋକେ ଏବେ ଭାରି ଛାନିଆ ହେଉଛନ୍ତି । ତେବେ ଯେଉଁ ଅନୁସାରେ ଟିକା ଆସୁଛି ଦୈନିକ ୨୦୦ ଲୋକଙ୍କୁ ଦିଆଯିବାର ବ୍ୟବସ୍ଥା କରାଯାଉଛି ଏବଂ ସମସ୍ତେ ସୁବିଧାରେ ଏହି ଟିକା ନେବାକୁ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସ୍ୱାସ୍ଥ୍ୟ ବିଭାଗକୁ ସହଯୋଗ କରିବାକୁ ଅନୁରୋଧ କରାଯାଇଛି ।

Related Posts

About The Author

Add Comment