ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ର ହିମାଂଶୁ ପଣ୍ଡା ପ୍ରଥମ

Spread the love

ଯାଜପୁର ସଦର, : ୪/୫/୨୬ (ସନ୍ଧାନ ନ୍ୟୁଜ )  ଆଜି ମେଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ଯାଜପୁର ଜିଲ୍ଲାରେ ୯୪. ୨୬ ପ୍ରତିଶତ ପାସ ହାର ରହିଛି | ଦଶରଥପୁର ବ୍ଲକ ମଙ୍ଗଳପୁର ସ୍ଥିତ ମଙ୍ଗଳପୁର (ଥାଲକୁଡ଼ି )ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର  ଛାତ୍ର  ହିମାଂଶୁ ପଣ୍ଡା ଚଳିତ ମେଟ୍ରିକ ପରୀକ୍ଷାରେ  ସର୍ବାଧିକ ୫୨୭  ନମ୍ବର ରଖି ବିଦ୍ୟାଳୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି |  ମଙ୍ଗଳପୁର ପଞ୍ଚାୟତର ମଙ୍ଗଳପୁର ପଣ୍ଡା ସାହିର ପ୍ରମୋଦ କୁମାର ପଣ୍ଡା ଓ ମାତା ସରିତା ପଣ୍ଡାଙ୍କର ସାନ ପୁଅ  ହିମାଂଶୁ ହୋଇଥିବା ବେଳେ ହିମାଂଶୁର ଏହି ସଫଳତା ପାଇଁ  ଉଭୟ ମାତା ପିତା ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ପ୍ରଫୁଲ୍ଲ କୁମାର ଆଚାର୍ଯ୍ୟଙ୍କ ସମେତ ବିଦ୍ୟାଳୟର ସମସ୍ତ  ଗୁରୁଜୀ ଗୁରୁମା ମାନଙ୍କୁ କୃତଜ୍ଞତା ଜଣେଇଛନ୍ତି | ହିମାଂଶୁ ଏଭଳି ସଫଳତା ପାଇବା ପଛରେ ତାଙ୍କର ବାପା ମାଙ୍କ ସମେତ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ, ଗୁରୁଜୀ ଗୁରୁମା ଓ ଟ୍ୟୁସନ ଶିକ୍ଷକ ପ୍ରତାପ ବିଶ୍ୱାଳଙ୍କୁ  ହିମାଂଶୁ ତାଙ୍କର କୃତଜ୍ଞତା ଜଣେଇଛନ୍ତି |  ହିମାଂଶୁଙ୍କର ଏଭଳି ସଫଳତା ପାଇଁ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ପ୍ରଫୁଲ୍ଲ କୁମାର ଆଚାର୍ଯ୍ୟଙ୍କ ସମେତ ସମସ୍ତ ଗୁରୁଜୀ ଗୁରୁମା ମାନେ ହିମାଂଶୁଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣେଇ ଛନ୍ତି |

Related Posts

About The Author

Add Comment