ବାଲିସଙ୍କରା , ୮/୫/୨୦୨୧ (ସନ୍ଧାନ ନିଉଜ/ରାଜୁ ପଟେଲ ) ତଲସରା ଥାନା ଅନ୍ତର୍ଗତ ବାଲିସଙ୍କରା ବ୍ଲକ୍ର ସୀମାନ୍ତ ଅଂଚଳକୁ ସଂଯୋଗ କରୁଥିବା ଛଟିସଗଡ଼ ଓ ଝାରଖଣ୍ଡ ର ସମସ୍ତ ରାସ୍ତା କୁ ସିଲ କଲା ସୁନ୍ଦରଗଡ ଆରଟିଓ । ସୁନ୍ଦରଗଡ ଆରଟିଓ ରାମଦାସ ଟୁଡୁଙ୍ଗ ଙ୍କ ତତ୍ୱାବଧାନ ରେ ଆଜି ବାଲିସଙ୍କରା ବ୍ଲକ ର ଲୁଲ୍କିଡ଼ିହି ଅଂଚଳକୁ ସଂଯୋଗ କରୁଥିବା ସୀମାନ୍ତ ଅଞ୍ଚଳର ସମସ୍ତ କଚ୍ଚା ଓ ପକ୍କା ରାସ୍ତାକୁ ସିଲ କରାଯାଇଛି । ଏହି ସୀମାନ୍ତ ଅଞ୍ଚଳର ବାଇପାସ ରାସ୍ତା ଦେଇ ଅନେକ ଯାନବାହାନ ଯାତାୟତ କରୁଥିବା ସହ ଅନେକ ଜଙ୍ଗଲଜାତ ଜିନିଷ ଚାଲାଣ କରାଯିବାର ସୂଚନା ମିଳିଛି । ଏହି ରାସ୍ତାଦେଇ ଶ୍ରମିକ କାର୍ଯ୍ୟ କରୁଥିବା ଲୋକ ଯାତାୟତ କରୁଥିବାରୁ ସଂକ୍ରମଣ ବଢିବାର ଆଶଙ୍କା କରାଯାଉଛି ସୁନ୍ଦରଗଡ ଜିଲ୍ଲା ଆରଟିଓ କର୍ମୀ ଉକ୍ତ ରାସ୍ତାକୁ ବଡ ବଡ ଗଛ ଓ ଡାଲ ଦେଇ ରାସ୍ତ ଅବରୋଧ କରୁଥିବାବେଳେ ଅଞ୍ଚଳବାସୀ ତାଙ୍କୁ ସହଯୋଗ କରିଥିଲେ । କୋବିଡ଼ ର ଦ୍ଵିତୀୟ ଲହାରୀର ଚେନ୍ ରୋକିବା ପାଇଁ ଓ କେତେକ ଅମାନିଆ ଲୋକଙ୍କ ରୀତିମତ ଅବହେଳା କାରଣରୁ ସ୍ଥିତି ଅନାୟତ ହେବାର ସମ୍ଭାବନାଁରେ ଜିଲ୍ଲା ଆରଟିଓ କାର୍
ଛତିଶଗଡ ଝାରଖଣ୍ଡ ସୀମାନ୍ତ ଅଞ୍ଚଳର ସମସ୍ତ ଚୋରା ରାସ୍ତା ସିଲ କଲା ଜିଲ୍ଲା ପ୍ରଶାସନ
|
May 9, 2021 |