ପଣ୍ଡିତ ବାବାଜୀ ଚରଣ ଓ ରତ୍ନମଣୀ ଦେବୀଙ୍କ ପ୍ରଥମ ଶ୍ରଦ୍ଧୋତ୍ସବ ଅନୁଷ୍ଟିତ

Spread the love

ଚଣ୍ଡିଖୋଲ, ୨୮/୨ (ସନ୍ଧାନ ନିଉଜ): ଏକ ବିରଳ ଘଟଣା କ୍ରମରେ ୫ଦିନ ଅନ୍ତରରେ ଦେହାନ୍ତ ଘଟିଥିବା ପଣ୍ଡିତ ବାବାଜୀ ଚରଣ ପଣ୍ଡା ଓ ତାଙ୍କ ଧର୍ମପତ୍ନ ରତ୍ନମଣୀ ଦେବୀଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧୋତ୍ସବ ଧର୍ମଶାଳା ବ୍ଲକ୍‌ର ଅଞ୍ଜିର ପଂଚାୟତ ଅନ୍ତର୍ଗତ ଗୋଡିପାଟିଆ ସ୍ଥିତ ବାସଭବନରେ ଅନୁଷ୍ଟିତ ହୋଇଯାଇଛି । ଏହି ଶ୍ରଦ୍ଧୋତ୍ସବରେ ବହୁ ବିଶିଷ୍ଟ ବ୍ୟକ୍ତ ଯୋଗ ଦେଇ ଉଭୟ ପତିପତ୍ନୀଙ୍କୁ ଦେବ ମୁନିଷୀ ଭାବେ ବର୍ଣ୍ଣାନ କରିବା ସହ ଅମର ଆତ୍ମାପ୍ରତି ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ବିଶିଷ୍ଟ ସାମାଜସେବୀ କାହ୍ନଚରଣ ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସ୍ମୃତି ଚାରଣ ସଭାକୁ ବାବାଜୀ ଚରଣ ଓ ରତ୍ନମଣୀଙ୍କ ପୁତ୍ର ତଥା ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସାଧାରଣ ସମ୍ପାଦକ ବେଣୁଧର ପଣ୍ଡା ପରିଚାଳନା କରିଥିଲେ । ଏହି ସ୍ମୃତି ଚାରଣ ସଭାରେ ପ୍ରାକ୍ତନ ସାଂସଦ ଡ଼ଃ ପ୍ରସନ୍ନ ପାଟସାହାଣୀ, ପୂର୍ବତନ ମନ୍ତ୍ରୀ ତଥା ବିଧାୟମ ଅମର ପ୍ରସାଦ ଶତପଥୀ, ପ୍ରାକ୍ତନ ବିଧାୟକ କାଙ୍ଗାଳି ଚରଣ ପଣ୍ଡା, ବିଶିଷ୍ଟ ସ୍ତମ୍ଭକାର ସାମ୍ବାଦିକ ଅରୁଣ କୁମାର ପଣ୍ଡା, ପ୍ରାକ୍ତନ ଜିଲା ଜର୍ଜ ଗୟାଧର ପଣ୍ଡା, ବିଜେପି ରାଜ୍ୟ ପ୍ରବକ୍ତା ଅମର ନାୟକ, ବରିଷ୍ଟ ଆଇନଜୀବୀ ରାମଚନ୍ଦ୍ର ରାୟ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଉଭୟ ପତିପତ୍ନୀଙ୍କ ତ୍ୟାଗପୁତ ଜୀବନ ଶୈଳୀ ସମ୍ପର୍କରେ ସ୍ମୃତି ଚାରଣ କରିଥିଲେ । ଏଥିରେ ପ୍ରାକ୍ତନ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ାକ୍ତର ବିଜୟ କୁମାର ଶତପଥୀ, ପ୍ରାକ୍ତନ ବଡ଼ଚଣା ବ୍ଲକ୍ ଅଧ୍ୟକ୍ଷା ଇତିଶ୍ରୀ ସାମଲ, ଚଣ୍ଡିଖୋଲ ଆର.ଟି.ଓ କେଶବ ଚନ୍ଦ୍ର ନାୟକ, ଜେନାପୁର ଥାନାଧିକାରୀ ଆଶିଶ କୁମାର ସାହୁ, କଳିଙ୍ଗନଗର ଥାନାଧିକାରୀ ଶୁଶାନ୍ତ କୁମାର ଦାସ, ଚଣ୍ଡିଖୋଲ ବାର ଆସୋସିଏସନ ସଭାପତି ଦେବରାଜ ବେହେରା, ସମ୍ପାଦକ ପ୍ରକାଶ ଚନ୍ଦ୍ର ଦାଶ, ବରିଷ୍ଠ ସାମ୍ବାଦିକ ସୁର୍ଯ୍ୟମଣୀ ମିଶ୍ର, ଚଣ୍ଡିଖୋଲ ପ୍ରେସ କ୍ଲବ୍ ସଭାପତି ପ୍ରଦୀପ୍ତ ପରିଡ଼ା, ପ୍ରାଧ୍ୟାପିକ ତୁହିଂନାଶୁ ରଥ, ଗୋକଣ୍ଣିକା ସମ୍ପାଦକ ରମାକାନ୍ତ ଜେନା, କଟକ ଜିଲା ସାମ୍ବାଦିକ ସଂଘ ସଭାପତି ଲଲାଟେନ୍ଦୁ ସେନାପତି, ଭଦ୍ରକ ଜିଲା ସାମ୍ବାଦିକ ସଂଘ ସଭାପତି ପ୍ରଦୀପ ମହାପାତ୍ର, ଯାଜପୁର ଜିଲା ୟୁ.ଜେ.ଏ ସଭାପତି ବିଶ୍ୱଜିତ ନାୟକ, ଜିଲା ବରିଷ୍ଠ ନାଗରିକ ମଂଚ ସଭାପତି ଶେଷଦେବ ନାୟକ, ଚଣ୍ଡିଖୋଲ ଟ୍ରକ୍ ମାଲିକ ସଂଘ ସମ୍ପାଦକ ପୁଷ୍ପରାଜ ନାୟକ, ଅଧ୍ୟାପକ ଶୁଶାନ୍ତ କୁମାର ରାଉତ, କେନ୍ଦୁଝର ଜିଲା ୟୁ.ଜେ ସଭାପତି ନିରାକାର ଦଲେଇ, ଢେଙ୍କାନାଳ ଜିଲା ୟୁଜେ ସଭାପତି ବିଜୟ ସାହୁ, ଇଂ ସଚିଦାନନ୍ଦ ଜେନା, କେ ତୁଳସୀ ପାତ୍ର, ବରିଷ୍ଠ ସାମ୍ବାଦିକ ବିଶ୍ୱନାଥ ପଣ୍ଡା, ପରମାନନ୍ଦ ସାହୁ, କୈଳାସ ଚନ୍ଦ୍ର ରାଉତ, ଅଶୋକ ଦାସ, ଅଖିଳ କୁମାର ସ୍ୱାଇଁ, ଶଙ୍କର ପ୍ରତାପ ଦାସ, ବିଶିଷ୍ଟ ବ୍ୟବସାୟୀ ମହେନ୍ଦ୍ର ସ୍ୱାଇଁ, କମଲେସ ଜେନ, ଆଇନଜୀବୀ ଉଦୟନାଥ ସାହୁ, ଶରତ ଷଢଙ୍ଗୀ, ଅମୁଲ୍ୟ କୁମାର ପତି, ସଚେତନ ନାଗରିମ ପଂଚ ଆବାହକ ସରୋଜ ବେହେରା, ମନମଥ ମହାରଣାଙ୍କ ସହ ବହୁ ସାମ୍ବାଦିକ ଓ ବୁଦ୍ଧିଜୀବୀ ଯୋଗ ଦେଇ ସ୍ମୃତି ଚାରଣ କରିଥିଲେ । ଇତି ଅବସରରେ ଶନିବାର ସକାଳୁ ଉଦୟନାଥ ସାହୁଙ୍କ ଅଧ୍ୟକ୍ଷତାରେ ଚାରଣ ଗୋଷ୍ଟୀ ପକ୍ଷରୁ ଗୀତା ପାଠ ଓ ସ୍ୱାମୀ ଜ୍ଞାନନନ୍ଦ ସରସ୍ୱତୀଙ୍କ ଅଧ୍ୟକ୍ଷତାରେ ଏକ ସନ୍ଥ ପୁଜନ କାର୍ଯ୍ୟ ସମ୍ପାଦିତ ହୋଇଥିଲା ।

Related Posts

About The Author

Add Comment