ବଡ଼ଚଣା ବ୍ଲକ ପଛପଟେ ଦାରିଦ୍ରର ଦୁଃଖ: ପ୍ରଶାସନ ପାଇଁ ଆଲୋଡ଼ା ହେଲେ ଶଶୀ ଦେହୁରୀ, ଭତ୍ତା ନାହିଁ କି ଆବାସ ନାହିଁ

Spread the love

ବଡ଼ଚଣା, ୧୯/୦୨/୨୧ (ସନ୍ଧାନ ନିଉଜ) : ଦାରିଦ୍ର୍ୟ ସାଙ୍ଗକୁ ଦାଉ ସାଜିଛି ପକ୍ଷାଘାତ ରୋଗ। ଦୀର୍ଘ ଦିନ ହେବ ବିଛଣାରେ ସେ ଛଟପଟ। ସରକାରୀ ଯୋଜନା ଦିଗହରା। ମୁଣ୍ଡ ଗୁଞ୍ଜିବା ପାଇଁ ପକ୍କାଘର ଅଛି,ନା ବଞ୍ଚିବା ପାଇଁ ରାହା ଅଛି। ଦିନ ଅଛି ନା ରାତି ଅଛି,ସେମିତି ଗୋଟିଏ ସ୍ଥାନରେ ପଡ଼ିରହିଛନ୍ତି ଶଶୀ। ବ୍ଲକ ନାକ ତଳେ ସରକାରୀ ଯୋଜନା ଫେଲ। ଏଠାରେ ଅନ୍ଧ ବ୍ଲକ ପ୍ରଶାସନ।ରାଜ୍ୟ ସରକାରଙ୍କ ଯୋଜନା ଫେଲ।

ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଅଧିନସ୍ଥ ଶାସନପୁରୁଷତ୍ତମ ପୁର ଗ୍ରାମର ଶଶୀ ଦେହୁରୀଙ୍କ ଅଭାବ ଅନଣ୍ଟନ ର କଥା। ଦାରିଦ୍ର୍ୟ ସାଙ୍ଗକୁ ଦଶ ବର୍ଷ ହେବ ପକ୍ଷାଘାତ ରୋଗ ସବୁ ବିଗାଡି ଦେଇଛି। ପରିବାର କହିଲେ ସ୍ତ୍ରୀ ସାଙ୍ଗକୁ ପୁଅ। କୋଡ଼ିଏ ବର୍ଷର ପୁଅ ଡ଼ାଙ୍ଗୁଆ ଦେହୁରୀ ଦିନ ମଜୁରିଆ ଭାବେ ଆଖପାଖ ଅଞ୍ଚଳରେ କାମ କରେ, ଯାହା ଦୁଇ ପଇସା ରୋଜଗାର ହୁଏ ସେଥିରେ ପରିବାର ଗୁଜୁରାଣ ମେଣ୍ଟିବା ବଡ଼ କଷ୍ଟ। ଏପଟେ ଶଶୀ ଦୀର୍ଘ ଦିନ ହେବ ଶଯ୍ୟାଶାୟୀ,ମେଡ଼ିସିନ ଖାଇବା ପାଇଁ ମେଡ଼ିକାଲ ଯିବାପାଇଁ ପାଖରେ ଟଙ୍କା ନାହିଁ। ଶଶୀର ଘର ବଡ଼ଚଣା ବ୍ଲକ କାର୍ଯ୍ୟଳୟ ଠାରୁ ମାତ୍ର ୧୦୦ମିଟର ଦୂର ହୋଇଥିବା ବେଳେ ବ୍ଲକ ବିଡ଼ିଓଙ୍କ ଏଥିପ୍ରତି ନିଘାନାହିଁ। ଶୁଣନ୍ତୁ କିପରି ପକ୍କା ଘର ସାଙ୍ଗକୁ ବାପାଙ୍କ ଚିକିତ୍ସା ପାଇଁ ନିବେଦନ କରିଛନ୍ତି ଡାଙ୍ଗୁଆ,ଏପଟେ ଆମକୁ କିଛି ମିଳୁନି ବୋଲି କହିଛନ୍ତି ଶଶୀର ପତ୍ନୀ।
ଯୋଜନା ପରେ ଯୋଜନା କରୁଛନ୍ତି ରାଜ୍ୟ ସରକାର। ଏଠି ଶଶୀର ବାସ୍ତବ ସ୍ଥିତି ଦେଖିଲେ ରାଜ୍ୟ ସରକାରଙ୍କ ସବୁ ଯୋଜନାର ଗନ୍ଧ ବାରି ହୋଇ ପଡୁଛି। ଥରୁଟିଏ ନଜର ପକାନ୍ତୁ ଶଶୀର ପରିବାର ରହୁଥିବା ଘର ଉପରେ,ପଲିଥିନ ତଳେ ଭଙ୍ଗା କାନ୍ତ ଚାରିପାଖର ଦୃଶ୍ୟ,ପୁଣି ପଲିଥିନ ତଳେ ରୋଗୀଣା ମଣିଷ। ଏହା ସ୍ପଷ୍ଟ ପ୍ରମାଣିତ କରୁଛି ଏଠାରେ ରାଜ୍ୟ ସରକାରଙ୍କ ସବୁ ଯୋଜନା ଦିଗହରା। ଯୋଜନା କହିଲେ ଶଶୀଙ୍କୁ ଦୁଇ ମାସ ତଳେ ବାର୍ଦ୍ଧକ୍ୟ ଭତ୍ତା ଯୋଗାଇ ଦେବାରେ ରାଜ୍ୟ ସରକାର ସଫଳ ହୋଇଛନ୍ତି। ଯାହାକି ସରକାରୀ ବାର୍ଦ୍ଧକ୍ୟ ଭତ୍ତା ୬୦ବର୍ଷରେ ମିଲିବା ଜାଗାରେ ଶଶୀଙ୍କୁ ୭୨ବର୍ଷ ବୟସରେ ସାମିଲ କରାଯାଇଛି। ପରେ ଶଶୀଙ୍କ ପତ୍ନୀ ବୟସ ବର୍ତ୍ତମାନ ସୁଦ୍ଧା ୬୪ବର୍ଷ ହେଲେ ମଧ୍ୟ ତାଙ୍କୁ ମଧ୍ୟ ବାର୍ଦ୍ଧକ୍ୟ ଭତ୍ତା ସହଯୋଗ ଆଜି ପର୍ଯ୍ୟନ୍ତ ମିଳିପାରିନାହିଁ। ଆବାସ କଥା କହିବା ଆଜି ଯାଏ ଆବାସ ଯୋଜନାରେ ଶଶୀଙ୍କୁ ପକ୍କାଘର ମିଳିଲା ନାହିଁ। ଏଠାରେ ରାଜ୍ୟ ସରକାର ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନ କଣ କରୁଛନ୍ତି। ସରକାରୀ ଯୋଜନା ସବୁ କାହା ସ୍ୱାର୍ଥରେ,ଏହା କଣ ରାଜ୍ୟ ସରକାରଙ୍କ ବିଫଳତା ନୁହେଁ କି। ଶଶୀଙ୍କୁ ଏହି ସବୁ ଯୋଜନାରୁ କଣ ପାଇଁ ବାଦ ଦିଆଯାଉଛି। ଏଠାରେ ମୋ ସରକାର କେଉଁ ଦିଗରେ। କଣ ହେଉଛି ଗରିବ କଲ୍ୟାଣ। କିଏ ହେଉଛି ଯୋଜନାରେ ଉପକୃତ। କଣ ପାଇଁ ଚୁପ ବସିଛି ବ୍ଲକ ପ୍ରଶାସନ। ଏହାର ଉତ୍ତର ପାଇଁ ଆମେ ବ୍ଲକ ବିଡ଼ିଓଙ୍କ ପ୍ରତିକ୍ରିୟା ନେବା ସମୟରେ ମୁଁ ଟିକିଏ ବ୍ୟସ୍ତ ଅଛି ବୋଲି କହି ମୁହଁ ମୋଡ଼ି କିଭଳି ଚାଲିଯାଇଛନ୍ତି ବଡ଼ଚଣା ବ୍ଲକ ବିଡ଼ିଓ ଆପଣ ଟିକିଏ ନଜର ପକାନ୍ତୁ। ଏପଟେ ଶଶୀଙ୍କ ପାଇଁ ଜିଲ୍ଲା ପ୍ରଶାସନ ନିକଟରେ ଅନୁରୋଧ କରିଛନ୍ତି ସ୍ଥାନୀୟ ସମାଜସେବୀ।

କେବେ ନିଦ ଭାଙ୍ଗିବ ବ୍ଲକ ପ୍ରଶାସନର,କେବେ ଦୂର ହେବ ସମସ୍ୟା ଶଶୀଙ୍କୁ କେବେ ମିଳୁଛି ସାହାର୍ଯ୍ୟ ସହଯୋଗ,କେବେ ମିଳିବ ପକ୍କା ଘର ସାଙ୍ଗକୁ ବାର୍ଦ୍ଧକ୍ୟ ଭତ୍ତା, ତାହା ଦେଖିବା ରହିଲା ବାକି।

Related Posts

About The Author

Add Comment