ନବରଙ୍ଗପୁର, 10.02.2021 (ସନ୍ଧାନ ନିଉଜ୍) :- ମଣ୍ଡି ସମସ୍ୟା ରାଜ୍ୟର ଏକ ବଡ଼ ସମସ୍ୟା ହୋଇଥିବା ବେଳେ ଉମରକୋଟରେ ମଧ୍ୟ ସମାନ ସ୍ଥିତି ଦେଖାଦେଇଛି । ଟାର୍ଗେଟ ଆସି ନଥିବାରୁ ଧାନ କ୍ରୟ ହେଉନଥିବା ବେଳେ ଏବେ ଚିନ୍ତାରେ ଅଛନ୍ତି ଚାଷୀ । ମିଲର୍ସମାନଙ୍କୁ ବିଭିନ୍ନ ମଣ୍ଡିରୁ ଧାନ ଉଠାଇବା ପାଇଁ ଯୋଗାଣ ବିଭାଗ ଆଦେଶ ଦେଇଥିବା ବେଳେ ତଥାପି ମଣ୍ଡିରୁ ଉଠି ପାରୁନାହିଁ । ଏହି ସମୟରେ ନବରଙ୍ଗପୁର ଉପଜିଲ୍ଲାପାଳ ଭାସ୍କର ରଇତ ହଠାତ୍ ଉମରକୋଟ ସ୍ଥିତ କଳିଙ୍ଗ ରାଇସ ମିଲରେ ପହଞ୍ଚି ଚଢ଼ାଉ କରିବା ସହ ମିଲରେ ମିଲିଙ୍ଗ ପାଇଁ କେତେ ପରିମାଣର ଧାନ ସଂଗ୍ରହ କରାଯାଇଛି, କେତେ ପରିମାଣରେ ଗଚ୍ଛିତ ରହିଛି ଓ ମଣ୍ଡିରୁ କେତେ ପରିମାଣର ଧାନ ଉଠାଇଛନ୍ତି ତାହାର ଯାଞ୍ଚ କରିଥିଲେ । ମିଲ୍ ମାଲିକ କେତେ ପରିମାଣର ଧାନ ଗଚ୍ଛିତ ରଖିଛନ୍ତି ତାହାର ସଠିକ୍ ତଥ୍ୟ ଦେଇନଥିବା କାରଣରୁ ଏବଂ ରେଜିଷ୍ଟର ଅନୁସାରେ ଷ୍ଟକରେ ତାଳମେଳ ରହିଥିବାରୁ ମିଲକୁ ସିଲ୍ କରିଛନ୍ତି ଉପଜିଲ୍ଲାପାଳ ।
ତାଜା ଖବର
- ସମଗ୍ର ରାଜ୍ୟରେ “ଖଡ଼ିଛୁଆଁ” ଦିବସର ଶୁଭାରମ୍ଭ
- ଛୋଟ ମୋର ଗାଁ ଟି ପକ୍ଷ ରୁ ଉତ୍କଳ ଦିବସ ପାଳିତ
- ୩୬ ତମ ବାର୍ଷିକ ତେର ଦଣ୍ଡ ମିଳନ ସମାରୋହ : ପ୍ରସ୍ତୁତି କାର୍ଯ୍ୟ ଚୁଡାନ୍ତ ପର୍ଯ୍ୟାୟରେ : ୧ ତାରିଖ ଠାରୁ ଆମିଷ ଦ୍ରବ୍ୟ ବିକ୍ରି ଓ ସେବନ ବନ୍ଦ
- ଉତ୍କଳ ଦିବସ ଅବସରରେ ସବଡେଗା ମୁଖ୍ୟ ବସଷ୍ଟାଣ୍ଡ ରେ ଥିବା ସ୍ବର୍ଗତ ଗିରିଶ ଚନ୍ଦ୍ର ନାଏକଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟାର୍ପଣ
- ଆଜି ଓଡ଼ିଶା ସମେତ ଯାଜପୁରର ଜିଲ୍ଲାର ପ୍ରତିଷ୍ଠା ଦିବସ
- ୩୧ ବର୍ଷ ଧରି ହୋମିଓପାଥିକ ଚିକିତ୍ସା ରୁ ଅଞ୍ଚଳବାସୀ ବଞ୍ଚିତ
- ଧର୍ମଶାଳା ବ୍ଲକ୍ ରେ ଆନ୍ତ୍ୟୋଦୟ ଯୋଜନାର ଶୁଭାରମ୍ଭ।
- ଅନ୍ତଦୋୟ ଗୃହ ଯୋଜନାରେ ଅନିୟମିତତା ଅଭିଯୋଗ, ବିଡିଓ ଙ୍କୁ ଦାବିପତ୍ର ପ୍ରଦାନ କଲେ ଗ୍ରାମବାସୀ।
- ସରସ୍ୱତୀ ଶିଶୁମନ୍ଦିରରେ ଦ୍ୱିତୀୟ ବାର୍ଷିକ ଉତ୍ସବ।
- ମହୁଲ ଫୁଲ ସଂରକ୍ଷଣ ସହିତ ନିର୍ଦ୍ଧାରିତ ଦର ଓ ବଜାର ବ୍ୟବସ୍ଥା ଦାବି