ନବରଙ୍ଗପୁର, 10.02.2021 (ସନ୍ଧାନ ନିଉଜ୍) :- ମଣ୍ଡି ସମସ୍ୟା ରାଜ୍ୟର ଏକ ବଡ଼ ସମସ୍ୟା ହୋଇଥିବା ବେଳେ ଉମରକୋଟରେ ମଧ୍ୟ ସମାନ ସ୍ଥିତି ଦେଖାଦେଇଛି । ଟାର୍ଗେଟ ଆସି ନଥିବାରୁ ଧାନ କ୍ରୟ ହେଉନଥିବା ବେଳେ ଏବେ ଚିନ୍ତାରେ ଅଛନ୍ତି ଚାଷୀ । ମିଲର୍ସମାନଙ୍କୁ ବିଭିନ୍ନ ମଣ୍ଡିରୁ ଧାନ ଉଠାଇବା ପାଇଁ ଯୋଗାଣ ବିଭାଗ ଆଦେଶ ଦେଇଥିବା ବେଳେ ତଥାପି ମଣ୍ଡିରୁ ଉଠି ପାରୁନାହିଁ । ଏହି ସମୟରେ ନବରଙ୍ଗପୁର ଉପଜିଲ୍ଲାପାଳ ଭାସ୍କର ରଇତ ହଠାତ୍ ଉମରକୋଟ ସ୍ଥିତ କଳିଙ୍ଗ ରାଇସ ମିଲରେ ପହଞ୍ଚି ଚଢ଼ାଉ କରିବା ସହ ମିଲରେ ମିଲିଙ୍ଗ ପାଇଁ କେତେ ପରିମାଣର ଧାନ ସଂଗ୍ରହ କରାଯାଇଛି, କେତେ ପରିମାଣରେ ଗଚ୍ଛିତ ରହିଛି ଓ ମଣ୍ଡିରୁ କେତେ ପରିମାଣର ଧାନ ଉଠାଇଛନ୍ତି ତାହାର ଯାଞ୍ଚ କରିଥିଲେ । ମିଲ୍ ମାଲିକ କେତେ ପରିମାଣର ଧାନ ଗଚ୍ଛିତ ରଖିଛନ୍ତି ତାହାର ସଠିକ୍ ତଥ୍ୟ ଦେଇନଥିବା କାରଣରୁ ଏବଂ ରେଜିଷ୍ଟର ଅନୁସାରେ ଷ୍ଟକରେ ତାଳମେଳ ରହିଥିବାରୁ ମିଲକୁ ସିଲ୍ କରିଛନ୍ତି ଉପଜିଲ୍ଲାପାଳ ।
Related Posts
କରୋନା ଭୂତାଣୁ ସଂକ୍ରମଣ ପରିପ୍ରେକ୍ଷୀରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପରାମର୍ଶ
ସୁନ୍ଦରିଆ ଆଦର୍ଶ ପଞ୍ଚାୟତ ଫତେପୁର ଆଦିବାସୀ ଗ୍ରାମରେ ୬ ମାସ ହେଲା ପାଣି ପ୍ରକଳ୍ପ ଅଚଳ ୮ ମାସ ପରେ ପାଣି ନିଷ୍କାସନ ପାଇଁ ତରବରିଆ ଭାବ ଚାଲିଛି ଡ୍ରେନ ନିର୍ମାଣ, ଠିକାଦାର ପୀତ
୧୪୦୦ ରୋଜଭ୍ୟାଲି ଚିଟଫଣ୍ଡ ଜମାକାରୀଙ୍କ ଜମାଖାତାକୁ ଫେରିବ ଟଙ୍କା, ପ୍ରସାଶନିକ ସ୍ତରରେ ତତ୍ପରତା



