ବାରିପଦା, 26.01.2021(ସନ୍ଧାନ ନିଉଜ୍):- ଛାତ୍ରୀଙ୍କୁ ଅପହରଣ ପରେ ଦୁଷ୍କର୍ମ ଅଭିଯୋଗ। ଦାରିଙ୍ଗବାଡି ଥାନା ଅଞ୍ଚଳରେ ଏଭଳି ଲଜ୍ଜାଜନକ ଘଟଣା ଘଟିଛି। ଏହି ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ଏ ସଂପର୍କରେ ଦାରିଙ୍ଗବାଡି ଥାନା ଅଧିକାରୀ ସୂଚନା ଦେଇଛନ୍ତି। ଅଭିଯୁକ୍ତ ପାଙ୍ଗାଲି ଗ୍ରାମର ଦିନେଶ ନାୟକ, ତା ବୟସ ୨୪ ବର୍ଷ। ମିଳିଥିବା ସୂଚନା ମୁତାବକ, ଦାରିଙ୍ଗବାଡିସ୍ଥିତ ଡାକ୍ତର ବି.ଆର୍ ଆମ୍ବେଦକର ଜାତୀୟ ଉଚ୍ଚ ବିଦ୍ୟାଳୟରେ ପୀଡିତା ଯୁକ୍ତ୨ ରେ ଦ୍ବିତୀୟ ବର୍ଷରେ ପାଠ ପଢ଼ନ୍ତି। ଗତ ୧୮ ତାରିଖ ଦିନ କଲେଜ ସାରି ଘରୁ ଫେରିବା ବେଳେ ଛାତ୍ରୀଙ୍କୁ ପ୍ରଥମେ ଅଭିଯୁକ୍ତ ଯୁବକ ପ୍ରେମ ନିବେଦନ କରିଥିଲା। ଅଭିଯୁକ୍ତର କଥାରେ ରାଜି ନହେବାରୁ ତାଙ୍କୁ ଅପହରଣ କରିଥିଲା। ପ୍ରଥମେ ଭୁବନେଶ୍ୱର ଓ ପରବର୍ତ୍ତୀ ସମୟରେ ରାୟଗଡା ନେଇ ବହୁବାର ଛାତ୍ରୀଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ ଅଭିଯୁକ୍ତ ଯୁବକ। ଅପହରଣ ସଂପର୍କରେ ଝିଅର ପରିବାର ଲୋକ ଜାଣିବା ପରେ ଝିଅକୁ ଅନେକ ସ୍ଥାନରେ ଖୋଜାଖୋଜି କରିଥିଲେ ବି କୌଣସି ସନ୍ଧାନ ପାଇନଥିଲେ। ଶେଷରେ ପରିବାର ଲୋକ ସୋମବାର ଦିନ ବାଧ୍ୟହୋଇ ଦାରିଙ୍ଗବାଡ଼ି ଥାନାର ଆଶ୍ରୟ ନେଇ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ଦାରିଙ୍ଗବାଡ଼ି ଥାନା ଅଧିକାରୀ ମାମଲା ନଂ ୧୨/୨୧ ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଯୁବକ ମୋବାଇଲ୍ ନମ୍ବର ଟ୍ରାକିଂ କରି ଅଭିଯୁକ୍ତ ଯୁବକକୁ ଗିରଫ କରିଥିଲା ।
ଛାତ୍ରୀଙ୍କୁ ଅପହରଣ ପରେ ଦୁଷ୍କର୍ମ
|
January 26, 2021 |



