ନାରୀ ସଶକ୍ତ ହେଲେ ଦେଶ ଦୃଢୀଭୂତ ହେବ। ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା।

Spread the love

ନାରୀ ମାନଙ୍କୁ ସୁରକ୍ଷା ଦେବା ପାଇଁ ଓ ସେମାନଙ୍କ ବିକାଶ କୁ ନେଇ ସଂସଦ ରେ ଆଲୋଚନା ଚାଲି ଥିବା ସମୟରେ ପୁରୀ ରେ ଏକ ବିରାଟ ମହିଳା ସମାବେଶ ଦେଖିବାକୁ ମିଳିଛି। ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଙ୍କ ନେତୃତ୍ୱ ରେ ହଜାର ହଜାର ସଂଖ୍ୟାରେ ମହିଳା ମାନେ ଏକ ପଦ ଯାତ୍ରା ରେ ସମ୍ମିଳିତ ହୋଇ ଥିଲେ। ପୁରୀ ଜିଲ୍ଲାପାଳ ଙ୍କ ଅଫିସ ରୁ ବାହାରି ଏହି ପଦଯାତ୍ରା ବଡ ଦାଣ୍ଡ ଦେଇ ନରେନ୍ଦ୍ର ପୋଖରୀ ନିକଟ ରେ ପହଂଚି ଥିଲା। ଉପ ମୁଖ୍ୟମନ୍ତ୍ରୀ ଙ୍କ ସହିତ ପୁରୀ ଜିଲ୍ଲାପାଳ, ସାମ୍ୱାଦିକ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ଓ ଜିଲ୍ଲା ର ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସୁଚାରୁ ରୁପେ ପାଳନ କରିଥଲେ। ଭାରତ ର ନାରୀ ସବୁବେଳେ ତାର ସୁରକ୍ଷା ପାଇଁ ନିଜ ଜୀବନ ବାଜି ଲଗାଇ ଦେଇ ଥାଏ ବୋଲି ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା କହିଥିଲେ। ପୁରୀ ଜିଲ୍ଲାପାଳ ଙ୍କ ମତ ରେ, ଆଜି ର ନାରୀ, ବଡ ଚତୁରୀ ବୋଲି ସେ କହିଥିଲେ। ପୁରୀ ଆରକ୍ଷୀ ଅଧିକ୍ଷକ ତାଙ୍କ ଭାଷଣ ରେ ନାରୀ ନିଜେ ତାର ସୁରକ୍ଷ କରିବାର ସମୟ ଆସି ଯାଇଛି ବୋଲି ମତ ଦେଇଥିଲେ। ଭଦ୍ରକ ରୁ ସତ୍ୟବ୍ରତ ନାୟକ ଙ୍କ ରିପୋର୍ଟ ନିୟୁଜ ସନ୍ଧାନ।

Related Posts

About The Author

Add Comment