ବଡ଼ସାହି, ୨୧.୦୧.୨୦୨୧(ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା):- ବଡ଼ସାହି ଥାନା ଅଞ୍ଚଳରେ ନିଖୋଜ ହୋଇ ଯାଇଛନ୍ତି ୨ ନାବାଳିକା । ଉଭୟଙ୍କୁ ଅପହରଣ କରାଯାଇଥିବା ନେଇ ଥାନାରେ ମାମଲା ରୁଜୁ ହୋଇଛି । ବାଲିଯୋଡ଼ା ଗ୍ରାମର ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ସେହି ଗ୍ରାମର ଜଣେ ଯୁବକ ଗତ ୧୮ ତାରିଖ ସନ୍ଧ୍ୟାରେ ଅପହରଣ କରି ନେଇଥିବା ପରିବାର ଲୋକେ ଆଜି ଥାନାରେ ଅଭିଯୋଗ କରିଛନ୍ତି। ଏ ନେଇ ଥାନା କେସ୍ ନଂ ୧୬|୨୧ରେ ମାମଲା ରୁଜୁ ଜଣେ ନାବାଳିକାଙ୍କର ଗତ ୧୫ ୮ ତାରିଖରୁ ପତ୍ତା ମିଳୁନି । ଘର ଲୋକେ ସବୁ ପରେ ଥାନାରେ ଏତଲା ଦେଇଛନ୍ତି। ଏ ନେଇ କେସ୍ ନଂ ୧୭|୨୧ରେ ଅନ୍ୟ ଏକ ମାମଲା ରୁଜୁ କରି ଉଭୟ ନାବାଳିକାଙ୍କ ସନ୍ଧାନ କରୁଛି ପୁଲିସ୍ ।