ଭଞ୍ଜଭୂମିର ବୀରପୁତ୍ରଙ୍କର ୧୫୦ତମ ଜୟନ୍ତୀ

Spread the love

ବାରିପଦା,୧୭/୧୨/୨୦୨୦ (ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା)ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ରେଭେନସା କଲେଜ ପାଇଁ ପ୍ରଥମେ ୩୦ ହଜାର ଟଙ୍କା ଓ କଟକ ମେଡିକାଲ ସ୍କୁଲ( ଆଜିର ଏସସିବି ମେଡିକାଲ‌କଲେଜ) ନିମନ୍ତେ ୧୦ ହଜାର ଟଙ୍କା ଦାନ କରିଥିଲେ । ଏହା ବାଦ ସେ ବିଭିନ୍ନ ସମୟରେ ଏହି ଦୁଇ ଶିକ୍ଷାନୁଷ୍ଠାନକୁ ବିପୁଳ ଅର୍ଥ ଦାନ କରିଥିଲେ । ରେଭେନସା କଲେଜର ବିଜ୍ଞାନ ଭବନ ପାଇଁ ଅକୁଣ୍ଠିତ ଚିରରେ ଅର୍ଥ ଦାନ ଦେଇଥିଲେ । ତାଙ୍କ ପିତା ମହାରାଜା କୃଷ୍ଣ ଚନ୍ଦ୍ର ମଧ୍ୟ ପ୍ରଥମେ ରେଭେନସା କଲେଜ ପାଇଁ୨୦ ହଜାର ଓ ପରେ ଗୃହ ନିର୍ମାଣ ପାଇଁ ୨୭ ହଜାର ତଥା କଟକ ମେଡିକାଲ ସ୍କୁଲ ନିମନ୍ତେ ୭ ହଜାର ଟଙ୍କା ଦାନ କରିଥିଲେ । ମହାରାଜାଙ୍କ ମହାନତା ପାଇଁ କଟକ ମେଡିକାଲ ସ୍କୁଲକୁ ଶ୍ରୀରାମ ଚନ୍ଦ୍ର ମେଡିକାଲ କଲେଜ ନାମରେ ନାମିତ କରାଯାଇଛି ।: ଜଳସେଚନ ସୁବିଧା ପାଇଁ ମହାରାଜା ହଳଦିଆ, ବାଲିଡିହା, ଗୋହିରାଖାଲରେ ବନ୍ଧ, କେନାଲ ଓ ଆନିକଟର ବ୍ୟବସ୍ଟା କରିଥିଲେ । ଏଥୁ ପାଇଁ ଖର୍ଚ୍ଚ ହୋଇଥୁଲା ୬ ଲକ୍ଷ‌ଟଙ୍କା । ସୁଧଖୋର ମହାଜନଙ୍କ କବଳରୁ ପ୍ରଜାଙ୍କୁ ରକ୍ଷା କରିବାକୁ ମହାରାଜା ସହଜ ରଣ ପ୍ରଦାନର ବ୍ୟବସ୍ତା କରିଥିଲେ । ଶିକ୍ଷାର ପ୍ରସାର ପାଇଁ ମହାରାଜା ବାରିପଦା ମଧ୍ୟ ଇଂରାଜୀ ବିଦ୍ୟାଳୟକୁ ଉଚ୍ଚ ଇଂରାଜୀ ବିଦ୍ୟାଳୟକୁ ଉନ୍ନୀତ କରିବା ସହ ରାଜ୍ୟରେ ଅନେକ ପ୍ରାଥମିକ ଓ ମଧ୍ୟ ଇଂରାଜୀ ବିଦ୍ୟାଳୟ ତଥା ନୈଶ ବିଦ୍ୟାଳୟ ପ୍ରତିଷ୍ଠା ଅର କରିଥିଲେ । ସେହିପରି ସେ ବାରିପଦାରେ ଜୁବୁଲି ଲାଇବ୍ରେରୀ ଓ ମ୍ୟୁଜିୟମ ପ୍ରତିଷ୍ଠା କରିଥିଲେ । ପରାଧୀନ ଭାରତରେ ମୟୂରଭଞ୍ଜ ରାଜ୍ଯ ବ୍ରିଟିସ ଅଧୀନରେ ନ ଥୁରୁ ରେଳ ପଥବିଛାଯାଇପାରି ନ ଥୁଲା । ମାତ୍ର ପ୍ରଗତିଶୀଳ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ ଯୋଗଯୋଗ କ୍ଷେତ୍ରରେ ଉନ୍ନତୀକରଣ ନିମନ୍ତେ ୬ ଲକ୍ଷ ଟଙ୍କା ବ୍ୟୟବରାଦରେ ଚିକିରୂପସାରୁ ବାରିପଦାକୁ ରେଳ ରୂଟ ନିର୍ମାଣ କଲେ । ବେଙ୍ଗଲର ଲେଫଟନାଣ୍ଟ ଗଭର ଜେନେରାଲ ସାର ଆଣ୍ଡ ଫ୍ରେଜର ୧୯୦୪ରେ ଏହି ରେଳ ପଥର ଉଦଘାଟନ କରିଥିଲେ । ତାଙ୍କ ସହଧର୍ମିଣୀ ମଧ୍ୟ ଆସିଥିଲେ । ଲେଫଟନାଣ୍ଟ ଗଭର୍ଣ୍ଣର ଜେନେରାଲଙ୍କ ଆଗମନର ସ୍ମୃତି ଉପଲକ୍ଷେ ମହାରାଜା ବାରିପଦା ଉଚ୍ଚ ଇଂରାଜୀ ବିଦ୍ୟାଳୟରେ ପ୍ରେଜର ଛାତ୍ରାବାସ ପ୍ରତିଷ୍ଠା କରିଥିଲେ । ସେହିପରି ଲେଡି ଫେଜରଙ୍କ ସ୍ମୃତିରେ ପ୍ରତିଷ୍ଠା କରାଯାଇଥିଲା ଲେଡି ଫେଜର ଛାତ୍ରୀନିବାସ ୧୯୧୧ ମସିହାରେ ବ୍ରିଟେନ ସମ୍ରାଟ ପଞ୍ଚମ ଜର୍ଜ ଓ ସାମ୍ରାସୀ ମେରୀ ଭାରତ ଗସ୍ତରେ ଆସିଥିଲେ । କଲିକତାରେ ଭବ୍ୟ ସମ୍ବର୍ଦ୍ଧନା ପର୍ବର ଆୟୋଜନ କରାଯାଇଥିଲା । ଏଥିରେ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ଓ ଟୀକାୟତ ପୂର୍ଣ୍ଣ ଚନ୍ଦ୍ର ଯୋଗଦେଇଥିଲେ ମହାରାଜା ଏଥିରେ ମୟୂରଭଞ୍ଜର ଏକ ଛଉ ଦଳକୁ ନେଇ ସେମାନଙ୍କ ଦ୍ବାରା ଏହି ନୃତ୍ୟର ପରିବେଷଣ କରାଇଥିଲେ । ଏହି ସମର ବିଦ୍ୟା ଆଧାରିତ ନୃତ୍ୟକୁ ଦେଖ୍ ସମ୍ରାଟ ଓ ସାମ୍ରାଜ୍ଞା ମହାରାଜାଙ୍କର ବେଶ ପ୍ରଶଂସା କରିଥିଲେ । ସେଠାରେ ଛଉ ନୃତ୍ୟର ଏକ ପରିବେଷଣ ଏହାର ବିକାଶରେ ଏକ ମାଇଲଖୁଣ୍ଟ ହୋଇଥିଲା । ସେହିପରି ଟୀକାୟତପୂର୍ଣ୍ଣଚନ୍ଦ୍ର ସାମ୍ରାଜୀବ ବାଳ ଅନୁଚର ଭାବେ ସମ୍ମାନିତ ହୋଇଥିଲେ । ମହାରାଜାଙ୍କ ପୃଷ୍ଠପୋଷକତାରେ ଛଉ ନୃତ୍ୟର ବିକାଶ ସାଧନ ହୋଇଥିଲା ମହାରାଜା ଜଙ୍ଗଲ ସୁରକ୍ଷା ପ୍ରତି ବିଶେଷ ଦୃଷ୍ଟି ଦେର ପୋଡ଼ୁ ଦାନ୍ତ ବନ୍ଦ କରାଇଲେ ।ଏହା ସହ ମୂଲ୍ୟବାନ କାଠର ବିକ୍ରି ବ୍ୟବସ୍ଥା କଲେ । ନୂତନ ବନୀକରଣ ଯୋଜନା କରାଗଲା । ପ୍ରଥମେ ୮୮ ବର୍ଗ ମାଇଲ ପରିମିତ ଅଞ୍ଚଳରେ ଜଙ୍ଗଲ ସୁରକ୍ଷା କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା । ଜଙ୍ଗଲରୁ ପୂର୍ବରୁ ୩୦ ହଜାର ଟଙ୍କା ମିଳୁଥିବାବେଳେ ଏହା ଅଢ଼େଇ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଲା । ମହାରାଜା ରାଜ୍ୟର କ ସହଯରେ ଅନେକ ବନ୍ଧବାଡ଼ି, ରାସ୍ତାଘାଟ ଓ କୋଠାବାଡ଼ି ନିର୍ମାଣ କରିଥିଲେ । ସ୍ବାସ୍ଥ୍ୟ ସେବା ପାଇଁ ମହାରାଜା ବାରିପଦା, ନବସାଣ ସମେତ ୮ଟି ସ୍ଥାନରେଡାକ୍ତରଖାନା ପ୍ରତିଷ୍ଠା କରିଥିଲେ । ବାରିପଦା ଚିକିତ୍ସାଳୟ ସପ୍ତମ ଆଡ଼ି ଦାତବ୍ୟ ଚିକିତ୍ସାଳୟ ନାମରେ ନାମିତ ହେଲା । ଲୋକଙ୍କୁ ବାଡାମୂଳକ ଟୀକା ପ୍ରଦାନର ବ୍ୟବସ୍ଥା କରାଗଲା । ୧୯୦୫ରେ ବ୍ରିଟିସ ଡାରେ ବାରିପଦାରେ ପୌର ପରିଷଦ ଗଠନ କରାଗଲା । ମହାରାଜା ଉତ୍କଳମଣି ଗୋପବନ୍ଧୁ ଦାସଙ୍କୁ ଏହାର ଉପସଭାପତି କରାଇଥିଲେ । ମହାରାଜାଙ୍କ ଅମଳରେ ମୁଗାବାଡ଼ିରେ ଏକ ଉନ୍ନତ ଜେଲ ପ୍ରତିଷ୍ଠା କରାଗଲା । ୧୯୦୩ରେ କଟକରେ ଅନୁଷ୍ଠିତ ହେଲା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିଷ୍ଠିତ ଉତ୍କଳ ସମ୍ମିଳନୀର ପ୍ରଥମ ଅଧର୍ଦ୍ଦେଶନ । ଏଥିରେ ସଭାପତିତ୍ବ କଲେ ମୟୁରଭଞ୍ଜମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ମହାରାଜା କେହି କର୍ମଚାରୀ, ଭୂକୁ ନ ଆଣି ଏକା ଏକା କଲିକତା-ପୁରୀ ଟ୍ରେନରେ ଆସି କଟକ ଷ୍ଟେସନରେ ଓହ୍ଲାଇଥିଲେ । ସମ୍ମିଳନୀ ଆୟୋଜନ ପାଇଁ ସେ ୫ ହଜାର ଟଙ୍କା ଦେଇଥିଲେ ।ଟାଟା କମ୍ପାନୀ ଶିଳ୍ପ ସୌମ୍ରାଜ୍ୟର ମୂଳଦୁଆ ପଡ଼ିବାରେ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ । ମୟୂରଭଞ୍ଜି ଉକୃଷ୍ଟ ମାନର ଲୁହା ପଥରର‌ଭଣ୍ଡାର ବୋଲି ଜାମସେଦଜୀ ଟାଟା ଜାଣିଥିଲେ । ଏହି ଲୁହା ପଥରକୁ ଦୃଷ୍ଟିରେ ରଖ୍ ସେ ଅବିଭକ୍ତ ବିହାର ( ଏବେର ଝାଡଖଣ୍ଡ) ସାକଚି ବା ଏବେର ଜାମସେଦପୁରଠାରେ ବୃହତ ଇସ୍ପାତ କାରଖାନା ପ୍ରତିଷ୍ଠା କଥା ଚିନ୍ତା କଲେ । ଲୁହା ଖଣି ପାଇଁ ସେଆବେଦନ କଲେ ମହାରାଜା ଶ୍ରୀରାମ ଚନ୍ଦ୍ରଙ୍କ ଠାରେ  ମହାରାଜା ଭୂ ତତ୍ତ୍ବବିତ‌ ପିଏନ ବୋଷଙ୍କ ଦ୍ୱାରା ରାଜ୍ୟର ସର୍ଭେ କରାଇ ଗୋରୁମହିଷାଣୀ ଓ ବାଦାମପାହାଡ଼ରେ ଉକୃଷ୍ଟ ମାନର ଲୁହା ପଥର ଥିବା ଜାଣିଥିଲେ । ପ୍ରଗତିଶୀଳମହାରାଜା କମ୍ପାନୀକୁ ଗୋରୁମହିଷାଣୀ ଲୁହା ଖଣି ଲିଜ ଦେଲେ । ଫଳରେ ଗୋରୁମହିଷାଣୀର ଲୁହା ପଥରକୁ ନଇ ଟାଟା କମ୍ପାନୀ ସାକଚି ଠାରେ ପ୍ରତିଷ୍ଠା କଲା ବୃହତ୍ ଇସ୍ପାତ କାରଖାନା । ଏହି ଇସ୍ପାତ କାରଖାନାରୁ ଗଢ଼ି ଉଠିଲା ବିଶାଳ ଟାଟା କମ୍ପାନୀର ଶିଳ୍ପ ସାମ୍ରାଜ୍ୟ। ଗଣତନ୍ତ୍ରର ମନ୍ତ୍ର; ପ୍ରଜା ସଭା, ଚାଷୀଙ୍କୁ ଜମିର ସ୍ଵତ୍ଵକାର ବିଭିନ୍ନ ବିଭାଗର ସଂସ୍କାରମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ମହାରାଜା ବିଭିନ୍ନ ବିଭାଗ ଖୋଲି ରାଜ୍ୟର ଉନ୍ନତି ପାଇଁ ପ୍ରଚେଷ୍ଟା କରିଥିଲେ । ସବୁ ବିଭାଗର କାର୍ଯ୍ୟକୁ ସଂଗଠିତ କରିବାକୁ ଷ୍ଟେଟ କାଉନସିଲ ରାଜ୍ୟସଭା ଗଠନ କରି ନିଜେ ଏହାର ସଭାପତି ହୋଇଥିଲେ। ଏଥିରେ ଦେନ, ଯନ୍ତ୍ରୀ, ବିଚାରପତି, ପୁଲିସ ଅଧୀକ୍ଷକ ଓ ଦୁଇ ଜଣ ଅଣ କର୍ମଚାରୀ ସଦସ୍ୟ ରହିଥିଲେ । ଏହି ସଭାର ବୈଠକରେ ବିଭିନ୍ନ ବିଭାଗ ପାଇଁ ଆଇନପ୍ରଣୟନ ଓ ବଜେଟ ସମ୍ପର୍କରେ ନିଷ୍ପତି ନିଆଯାଉଥିଲା ।ଶିକ୍ଷା, ଜଙ୍ଗଲ, ସ୍ବାସ୍ଥ୍ୟ, ପୂର୍ଭ ଓ କୃଷି ଆଦି ବିଭାଗର ସଂସ୍କାରଅଣାଯାଇଥିଲା । ମହାରାଜା ବିଚାର ବିଭାଗ ଠାରୁ ପ୍ରଶାସନକୁ ଅଲଗା କରି ପ୍ରଜାଙ୍କୁ ନ୍ୟାୟ ମିଳିବାରେ ସହଜ ବନ୍ଦୋବସ୍ତ କରିଥିଲେତାଙ୍କ ଅମଳରେ ପ୍ରଜାଙ୍କୁ ଜମିର ମାଲିକାନା ମିଳିଲା ।

Related Posts

About The Author

Add Comment