ବନରକ୍ଷୀଙ୍କ ନାମରେ ଅଭିଯୋଗ

Spread the love

ଠାକୁରମୁଣ୍ଡା, 13.12.2020 (ସନ୍ଧାନ ନିଉଜ୍ /ଲିଙ୍ଗରାଜ ପଣ୍ଡା): ଠାକୁରମୁଣ୍ଡା ବ୍ଳକ କେନ୍ଦୁଜିଆଣୀଗ୍ରାମ ପଞ୍ଚାୟତ ଢ଼ିପା ସାହି ଠାରେ ଥିବା ସ୍ବାଧୀନତା ସଂଗ୍ରାମୀ ଅସନ୍ତୋଷ ଆଦିବାସୀ ନେତା ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିକୁ କେହି ଦୁର୍ବୁତ୍ତ ଦିନ ଭାଙ୍ଗି ଦେବା ଘଟଣାରେ ଶୁକ୍ରବାର ରାତିରେ ଠାକୁରମୁଣ୍ଡା ଥାନାରେ ଅଭିଯୋଗ ହୋଇଛି । ବିର୍ସାମୁଣ୍ଡା ଯୁବକ ସଂଘ ମହିଳା ବନରକ୍ଷୀ ଭବାନୀ ବେହେରାଙ୍କୁ ସନ୍ଦେହ କରି ତାଙ୍କ ନାମରେ ଥାନାରେ ଅଭିଯୋଗ କରିଛନ୍ତି ।ଘଟଣାରୁ ପ୍ରକାଶ, ୩ ବର୍ଷ ପୂର୍ବରୁ ଢ଼ିପା ସାହିଠାରେ ବିର୍ସା ମୁଣ୍ଡାଙ୍କର ଏକ ପ୍ରତିମୂର୍ତ୍ତି ସଂରକ୍ଷିତ ଜଙ୍ଗଲରେ ସ୍ଥାପନ ହୋଇଥିଲା । ବିର୍ସାମୁଣ୍ଡା ଜୟନ୍ତୀ ପୂର୍ବରୁ ପ୍ରତିମୂର୍ତ୍ତି ସ୍ଥଳକୁ ଯୁବକ ସଂଘ ପକ୍ଷରୁ ସଫା କରାଯାଇ ଚଳିତ ବର୍ଷ ବିର୍ସାମୁଣ୍ଡାଙ୍କ ଜୟନ୍ତୀ ପାଳନ ହୋଇଥିଲା । ଜୟନ୍ତୀ ପାଳନର ୨ ମାସ ପରେ ଗତ ୧୦ ତାରିଖ ସକାଳେ କେହି ଦୁର୍ବୁତ୍ତ ପ୍ରତିମୂର୍ତ୍ତିକୁ ଭାଙ୍ଗି ତଳେ ପକାଇ ଦେଇଥିଲେ । ପ୍ରତିମୂର୍ତ୍ତି ଭଙ୍ଗା ପରେ ବିର୍ସାମୁଣ୍ଡାଜୟନ୍ତୀ ପାଳନ କରୁଥିବା ଆଦିବାସୀ କର୍ମକର୍ତ୍ତାଙ୍କ ମଧ୍ୟରେଅସନ୍ତୋଷ ଦେଖାଦେଇଥିଲା । ଏହି ଘଟଣା ପରେ ଶୁକ୍ରବାରଦିନ ଆଦିବାସୀଙ୍କ ଏକ ପ୍ରତିନି ଦଳ ଭଙ୍ଗା ଯାଇଥିବା ପ୍ରତିମୂର୍ତ୍ତି ସ୍ଥଳକୁ ଯାଇ ବୁଲି ଦେଖୁଥିଲେ । ଘଟଣାସ୍ଥଳ ବୁଲି ଦେବା ପରେ ରାତିରେ ଆଦିବାସୀ ନେତୃବୃନ୍ଦ ଠାକୁରମୁଣ୍ଡା ଥାନାରେପହଞ୍ଚି ସେଠାରେ ବିର୍ସା ମୁଣ୍ଡା ସଂଘ ପକ୍ଷରୁ ପ୍ରତିମୂର୍ତ୍ତି ଭଙ୍ଗା ଘଟଣାରେ ଜଣେ ବନରକ୍ଷୀଙ୍କ ନାମରେ ଏତଲା ଦେଇଥିଲେ । ପୁନର୍ବାର ଶନିବାର ଦିନ ମଧ୍ୟ ଢ଼ିପା ସାହିଠାରେ ବିଭିନ୍ନ ଆଦିବାସୀ ସଂଗଠନର ସ୍ଥାନୀୟ ନେତୃବୃନ୍ଦଙ୍କ ସମେତ ଶତାଧିକ ବ୍ୟକ୍ତି ଏକ ବୈଠକ କରିଥିଲେ । ସନ୍ଦେହରେ ବନବିଭାଗକୁ ଦୋଷାରୋପ କରୁଥିବାରୁ ବୈଠକ ସ୍ଥଳକୁ ଠାକୁରମୁଣ୍ଡା ରେଞ୍ଜଅଧିକାରୀ କିଶୋର କୁମାର ପାଣିଗ୍ରାହୀ, ବନପାଳ ତପନ ମହାନ୍ତ ଉପସ୍ଥିତ ରହି ପ୍ରତିମୂର୍ତ୍ତି ଭଙ୍ଗା ଘଟଣା ରେ ବିଭାଗର କୌଣସି ସମ୍ପୃକ୍ତି ନଥିବା ବିଷୟରେ କହିଥିଲେ । ଏହାସହବନବିଭାଗ ପକ୍ଷରୁ ଆବଶ୍ୟକ ସହଯୋଗଯୋଗାଇଦେବା ସହ ବନବିଭାଗ ପକ୍ଷରୁ ଏହିଘଟଣାର ତଦନ୍ତ କରାଯିବ ବୋଲି ବୈଠକରେପ୍ରକାଶ କରିଥିଲେ । ସାଲେଇବେଡା ସରଯଞ୍ଚସୁକଲାଲ ପାଲେୟାଙ୍କ ସଭାପତିତ୍ବରେଅନୁଷ୍ଠିତ ବୈଠକରେ ଜିଲ୍ଲା ପରିଷଦ ସଦସ୍ୟସମାଇ ପୂରି, କେନ୍ଦୁଜିଆଣି ସରପଞ୍ଚ ଦୁର୍ଗାମାରାଣ୍ଡି, ପୂର୍ବତନ ବିଧାୟକ ପଦ୍ମଚରଣ ହାଇବୁରୁ, ସୁଦାମ ହେମ୍ରମ, ପୂର୍ବତନ ରାଣୀପୋଖରୀ ସରପଞ୍ଚ ମାର୍କଣ୍ଡ ହେମ୍ରମ, ରାମଚନ୍ଦ୍ର ବଦରା, ବାଗୁନ ଶୁଣ୍ଟି, ଗୌରାଙ୍ଗ ପ୍ରିସ ବାଦିଆ, ମାଣିକ ରାମ କେରାଇ ,ସଦନ ସିଂ ବାକୀରା,ପ୍ରମୁଖ ପ୍ରତିମୂର୍ତ୍ତି ଭାଙ୍ଗି ଥିବା ଦୁର୍ଭ କୁ ଚିହ୍ନଟ କରି ଦଣ୍ଡ ଦେବାକୁ ବୈଠକରେ ଦାବି କରିଥିଲେ । ଅଭିଯୋଗ ହୋଇଥିବା ମହିଳା ବନରକ୍ଷୀ ଭବାନୀ ବେହେରାଙ୍କୁ ଏବିଷୟରେ ପଚାରିବାରୁ ସେ କହିଛନ୍ତି, ତାଙ୍କ ନାମରେ ମିଥ୍ୟ ଆରୋପ କରାଯାଉଛି । ଚଳିତ ବର୍ଷ ବିର୍ସାମୁଣ୍ଡାଜୟନ୍ତୀ ପାଳନ ପୂର୍ବରୁ କିଛି ଲୋକେ ବିର୍ସା ମୁଣ୍ଡା ପ୍ରତିମୂର୍ତ୍ତିସୁଳ ଜଙ୍ଗଲକୁ ସଫା କରୁଥିବାବେଳେ ଏହା ସଂରକ୍ଷିତ ଜଙ୍ଗଲହୋଇଥିବାରୁ ଅଧୁକ ସଫା ନକରିବାକୁ କହିଥିଲି । ସେହିକଥାକୁ ନେଇ ଏବେ ମୋ ନାମରେ ପ୍ରତିମୂର୍ତ୍ତି ଭାଙ୍ଗିଥିବା ମିଥ୍ୟଆରୋପ କରୁଛନ୍ତି । ମୂର୍ତ୍ତି ଭାଙ୍ଗିଲା କିଏ ବନ ବିଭାଗ ମୁଣ୍ଡରେଅଠା ବୋଳୁଛନ୍ତି ବୋଲି କହିଥିଲେ । ବନ ବିଭାଗ ଉପରେଦୋଷ ନ ଲଦି ପ୍ରକୃତ ଦୋଷୀ ଧରିବାକୁ ସେ ଦାବି କରିଛନ୍ତି ।

Related Posts

About The Author

Add Comment