ବଧୂହତ୍ୟା ଅଭିଯୋଗରେ ସ୍ବାମୀ ଗିରଫ

Spread the love

ଭୋଗରାଇ, 04.12.2020 (ଲିଙ୍ଗରାଜ ପଣ୍ଡା): ପ୍ରେମ ବିବାହର ୪ ମାସ ପରେ ଯୌତୁକ ପାଇଁ ସ୍ବାମୀଘର ଲୋକେ ଝିଅକୁ ଜୀବନରୁ ମାରିଦେଇଥିବା ଘଟଣାରେ ଫେରାର ଥିବା ସ୍ବାମୀଙ୍କୁ ୨୨ ଦିନ ପରେ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ସ୍ବାମୀ ହେଲେ ଭୋଗରାଇ ଥାନା ବାରବାଟିଆ ପଞ୍ଚାୟତ ଅନ୍ତର୍ଗତ କଣ୍ଟାବଣିଆ ଗ୍ରାମର ସ୍ବର୍ଗତ ଲକ୍ଷ୍ମୀକାନ୍ତ ଦାସଙ୍କ ପୁଅ ଚନ୍ଦନ(୨୫)। ସୂଚନାଯୋଗ୍ୟ, ଭୋଗରାଇ ଥାନା । ଜଳସୋହରିଆ ପଞ୍ଚାୟତର ପୂର୍ଣ୍ଣଚନ୍ଦ୍ର ଧଡ଼ାଙ୍କ ଝିଅ ରଶ୍ମିତାଙ୍କୁ ଚାରି ମାସ । ତଳେ ଚନ୍ଦନ ଘରୁ ନେଇଯାଇ ପ୍ରେମ ବିବାହ କରିଥିଲେ। ବିବାହ ପରେ ରଶ୍ମିତା ସ୍ବାମୀଙ୍କ ସହିତ ଗାଁରେ ରହୁଥିଲା ବେଳେ ଶାଶୁଘର ଲୋକେ ତାଙ୍କୁ ମାନସିକ ଓ ଶାରିରୀକ ନିର୍ଯ୍ୟାତନା ଦେଉଥିଲେ । ଏ ନେଇ ସେ ତାଙ୍କ ବାପା-ମାଆଙ୍କୁ ଫୋନ୍‌ରେ କହିଥିଲେ। ହଠାତ୍ ନଭେମ୍ବର ୧୧ତାରିଖ ସକାଳେ ରଶ୍ମିତାଙ୍କ ମୃତ୍ୟୁ ହୋଇଥିଲା । ଝିଅକୁ ମାରି ଦିଆଯାଇଥିବା  ନେଇ ବାପା ଥାନାରେ ଅଭିଯୋଗ କରିଥିଲେ। ଭୋଗରାଇ ଥାନାରେ ୨୪୪୨୦ ନମ୍ବରରେ ମାମଲା ରୁଜୁ ହୋଇ ଫେରାର ଥିବା ସ୍ବାମୀଙ୍କୁ ପୁଲିସ ଖୋଜୁଥିଲା ମଙ୍ଗଳବାର ରାତିରେ ଚନ୍ଦନ ଘରକୁ ଫେରିବା ଖବରପାଇ ପୁଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Related Posts

About The Author

Add Comment