୨୯ରେ ଟରୋଣ୍ଟ ଡ୍ୟାନ୍ସ ଫେଷ୍ଟିଭାଲରେ ପ୍ରଦର୍ଶିତ ହେବ ମୟୂରଭଞ୍ଜ ଛଉ

Spread the love

ବାରିପଦା,27.11.2020 (ଲିଙ୍ଗରାଜ ପଣ୍ଡା): ମୟୁରଭଞ୍ଜର ବିଶ୍ୱବିଖ୍ୟାତ ଛଉ ନୃତ୍ୟ ଟରୋଣ୍ଟରେ ଅନୁଷ୍ଠିତ ହେଉଥିବା ୭ଦିନିଆ ଆନ୍ତର୍ଜାତିକ ଅନ ଲାଇନ ନୃତ୍ୟ ମହୋତ୍ସବରେ ଆଗାମୀ ୨୯ତାରିଖରେ ପ୍ରଦର୍ଶିତ ହେବ । ଏହି ନୃତ୍ୟ ମହୋତ୍ସବରେ ମୟୁରଭଞ୍ଜର ଛଉ ନୃତ୍ୟରେ ଥିବା ଆଦିବାସୀ ସଂପ୍ରଦାୟର ନୃତ୍ୟ ଧୂଜାତାଳ ପ୍ରଦର୍ଶିତ ହେବ । ପୁରୁ ଫରେନ ନାରାୟଣଙ୍କ ମୟୂରଭଞ୍ଜ ଛଉ ଡାନ୍ସ ଆଣ୍ଡ ମ୍ୟୁଜିକ ପକ୍ଷରୁ ଏହି ନୃତ୍ୟ ପ୍ରଦର୍ଶିତ ହେବ । ଏହି ନୃତ୍ୟରେ କୁଶ ଘଡେଇ, କ୍ରିଷ୍ଣା ଘଡେଇ, ଦୂର୍ଗା ମାଧବ ରାଉତ, ଗଗନ ଆକାଶ ବିନ୍ଧାଣୀ, ପ୍ରିୟଙ୍କା ଘଡେଇ, ଦୀପ୍ତି ଚକ୍ରବର୍ତ୍ତୀ, ରଞ୍ଜିତା ଧଡା, ନୈନାବତୀ ଧଡା ନୃତ୍ୟଶିଳ୍ପୀ ଙ୍କ ସମେତ ବାଦ୍ୟକାର ନବକିଶୋର ଘଡେଇ, ଗୋପୀନାଥ ଘଡେଇ, ଅଶୋକ ବୈଠା, ବିକାଶ ଘଡେଇ ପ୍ରମୁଖ ଅଂଶ ଗ୍ରହଣ କରିଛନ୍ତି । ଟଣ୍ଟରେ ରହୁଥିବା ବାରିପଦା ଝିଅ ତଥା ଛଉ ନୃତ୍ୟଶିଦ୍ଧ ମଧୁ ସିକ୍ତ ଘଡେଇ ଓରଫ ଜିନି ଏହି କାର୍ଯ୍ୟକ୍ରମ ପାଇଁ ଗୁରୁ ଫରେନ ନାରାୟଣଙ୍କୁ ଯୋଗାଯୋଗ କରି ଆନ୍ତର୍ଜାତିକ ନୃତ୍ୟ ମହୋତ୍ସବରେ ଛଉ ନୃତ୍ୟ ପ୍ରଦର୍ଶନ ପାଇଁ ବ୍ୟବସ୍ଥା କରାଇଥିବା ସୂଚନା ମିଳିଛି । ଏଥିପାଇଁ ଗତ ୧୪ ତାରିଖରେ ବଳଙ୍ଗ ନଦୀକୂଳର ଅତିଆପାଳ ଠାରେ । ପ୍ରାକୃତିକ ପରିବେଶ ଭିତରେ ଧୁମସା, ଢୋଲ, ମହୁରୀ,କଡିକାର ତାଳେ ତାଳେଜାତାଳ’ ନୃତ୍ୟର ସୁଟିଂ ହୋଇଥିଲା । ଏହି ସୁଟିଂ ହୋଇଥିବା ଭିଡିଓକୁ ଗୁରୁ ଫରେନ ନାରାୟଣ ଟରୋଣ୍ଟ ପଠାଇଛନ୍ତି । ଯାହ ଆସନ୍ତା ୨୯ ତାରିଖରେ ପ୍ରଦର୍ଶିତ ହେବାର ସୂଚନା ମିଳିଛି ।

 

Related Posts

About The Author

Add Comment