ମୟୁରଭଞ୍ଜର ମା କୀଚକେଶ୍ଵରୀ ଅଧ୍ୟଷ୍ଠାତ୍ରୀ ଦେବୀ

Spread the love

ବାରିପଦା, ୨୦/୧୦ (ସନ୍ଧାନ ନ୍ୟୁଜ୍/ ଲିଙ୍ଗରାଜ ପଣ୍ଡା) :- ମୟୂରଭଞ୍ଜ ଓ କେନ୍ଦୁଝରର ପ୍ରଥମ ରାଜଧାନୀ ବର୍ତ୍ତମାନର ମୟୂରଭଞ୍ଜ ଜିଲା ପାଞ୍ଚପୀଢ ଉପଖଣ୍ଡ ଖୁଠାରେ ଥିଲା । ସେତେବେଳେ ଏହି ରାଜ୍ୟର ନାମ ଖୁଜିଙ୍ଗକୋଟା ଥୁଲା । ନବମ ଶତାବ୍ଦୀରେ ମହାରାଜା କୋଟ୍ଟ ଭଞ୍ଜ ଖୁ ଖୁଜିଙ୍ଗକୋଟ୍ଟାଙ୍କ ମନ୍ଦିର ରାଜ୍ୟ ସ୍ଥାପନ କରିଥିଲେ । ସେତେବେଳେ ଦଶମ ଶତାବ୍ଦୀରେ ମହାରାଜା ରାୟଭଞ୍ଜ ଭଞ୍ଜବଂଶର ଇଷ୍ଟଦେବୀ ଖୁଚିଙ୍ଗେଶ୍ଵରୀଙ୍କ ମନ୍ଦିର ନିର୍ମାଣ କରାଇଥିଲେ । ମନ୍ଦିରର କାରୁକାର୍ଯ୍ୟ ସବୁ କଳା ମୁଗୁନୀ ପଥରରେ ହୋଇଥିଲା । ଏହା କୋଣାର୍କ ମନ୍ଦିରଠାରୁ ମଧ୍ୟ ପୁରୁଣା । ବାରିପଦାରେ ମୟୂରଭଞ୍ଜ ରାଜଧାନୀ ପ୍ରତିଷ୍ଠା ହେବା ପରେ ଖୁଚିଙ୍ଗେଶ୍ଵରୀଙ୍କ ନାମ ଅପଭ୍ରଂଶ ହୋଇ ‘କିଚକେଶ୍ବରୀ’ ନାମରେ ପରିଚିତ ହୋଇଛି । ବର୍ତ୍ତମାନ ଖୁଠାରେ ଥିବା କୀଚକେଶ୍ଵରୀ । ମନ୍ଦିର ଶୈଳେନ୍ଦ୍ର ବୋଷଙ୍କ ତକ୍ସାବଧାନରେ କେତେକ କାରିଗରଙ୍କୁ ନେଇ ମହାରାଜା ପ୍ରତାପଚନ୍ଦ୍ର ଭଞ୍ଜଦେଓଙ୍କ ରାଜତ୍ଵ କାଳରେ ୧୯୩୪ଠାରୁ ଆରମ୍ଭ ହୋଇ ୧୯୪୨ରେ ପୁନଃ ନିର୍ମାଣ କାର୍ଯ୍ୟ ସଂପନ୍ନ ହୋଇଥିଲା । ଠାକୁରାଣୀଙ୍କ ନିକଟରେ ‘ମଣ୍ଡା’ ମନାସିଲେ କାର୍ଯ୍ୟ ସିଦ୍ଧି ହୋଇଥାଏ ବୋଲି ଭକ୍ତମାନଙ୍କର ପରମ ବିଶ୍ବାସ ରହି ଆସିଛି । ଏଠାରେ ଦୁର୍ଗାପୂଜାରେ ମହାସପ୍ତମୀ, ମହାଷ୍ଟମୀ, ମହାନବମୀ ଓ ଦଶହରା ଦିନଗୁଡ଼ିକରେ ସ୍ବତନ୍ତ୍ର ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥାଏ । ମହାସପ୍ତମୀ ଦିନ ସକାଳେ ଚଣ୍ଡୀପାଠ ଆରମ୍ଭ ହୋଇଥାଏ ଓ ସନ୍ଧ୍ୟାରେ ଠାକୁରାଣୀଙ୍କୁ ମହାସ୍ନାନ କରାଯାଇ ନିକଟସ୍ଥ ବେଲ ଗଛରୁ ଗୋଟିଏ ଦାଣ୍ଡିରେ ଥିବା ଦୁଇଟି ବେଲକୁ ଅଣାଯାଇ ବିଧବାସ ଆରମ୍ଭ ହୋଇଥାଏ । ଗଣପତିଙ୍କ ସହ ପଞ୍ଚଦେବତାକୁ ସ୍ଥାପନ କରାଯିବା ପରେ ନବମାତୃକା, ନବପତ୍ରିକା ଓ ନିକଟସ୍ଥ ଭଣ୍ଡାର ବ ରେ ଥିବା ଭଞ୍ଜ ରାଜବଂଶର ଅସ୍ତ୍ରଶସ୍ତ୍ରଗୁଡିକ ମା’ଙ୍କ ମନ୍ଦିରକୁ ଅଣାଯାଇ ପୂଜାର୍ଚ୍ଚନା ଆରମ୍ଭ କରାଯାଇଥାଏ । ଏହା ପରେ ଷୋଡଶ ଉପଚାରରେ ମଧ୍ୟରାତ୍ର ପର୍ଯ୍ୟନ୍ତ ପୂଜା ସହିତ ହୋମ କାର୍ଯ୍ୟ ଚାଲିଥାଏ । ହୋମ କାର୍ଯ୍ୟ ପରେ ପୂର୍ବରୁ ମା’ଙ୍କ ନିକଟରେ ବୋଦା ବଳି ଦିଆଯାଉଥିଲା; କିନ୍ତୁ ବର୍ଭମାନ ବୋଦା ପରିବର୍ତ୍ତେ ଗୋଟିଏ ବୋଦାକୁ ମା’ଙ୍କ ନିକଟରେ ଅକ୍ଷତ ଭାବେ ସମର୍ପଣ କରାଯାଇଥାଏ । ଏହା ପରେ ଖୁ, ଖେଚୁଡି, ପିଠା, ଫଳ, ମିଷ୍ଟାନ୍ନ, ଛେନା, ଦହି ସହିତ ମାଛ ତରକାରୀ ମଧ୍ୟ ବିଶେଷ ଭାବେ ମା’ଙ୍କ ନିକଟରେ ନୈବେଦ୍ୟ ସମର୍ପିତ ହୋଇଥାଏ । ଅନୁରୂପ ଭାବେ ମହାଷ୍ଟମୀ ଓ ମହାନବମୀ ଦିନ ମଧ୍ୟ ଚଣ୍ଡୀପାଠ, ହୋମ ସହିତ ମା’ଙ୍କୁ ଷୋଡଶ ଉପଚାରରେ ପୂଜାର୍ଚ୍ଚନା କରାଯାଇ ରାତିରେ ଖୁ, ଖେଚୁଡି, ପିଠା ଓ ମାଛ ଆଦି ଭୋଗ ଲାଗି କରାଯାଇଥାଏ। ବିଜୟା ଦଶମୀ ଦିନ ସକାଳୁ ଚଣ୍ଡୀପାଠ ଓ ହୋମ ଆରମ୍ଭ ହୋଇ ରାତି ରେ ପୂର୍ଣ୍ଣାହୁତି ହୋମ ସହିତ ନବମାତୃକା, ନବପତ୍ରିକା, ଗଣପତିଙ୍କ ସହ ପଞ୍ଚଦେବତାଙ୍କୁ ବିସର୍ଜନ କରାଯାଇଥାଏ । ଚଳିତବର୍ଷ କେଭିଡ କଟକଣା ପାଇଁ ଭକ୍ତମାନେ ମା’ଙ୍କର ଦଶହରା ପୂଜା ଦର୍ଶନରୁ ବଞ୍ଚିତ ହେଉଥିଲେ ମଧ୍ୟ ଦଶହରା ପୂଜା କାର୍ଯ୍ୟ ପାରମ୍ପରିକ ନୀତିରେ ପାଳିତ ହେବ ବୋଲି ପୂଜକ ଧବଳେଶ୍ୱର ପାଣିଗ୍ରାହୀଙ୍କ ସୂଚନାକ୍ରମେ ପ୍ରକାଶ ।

Related Posts

About The Author

Add Comment