ବାରିପଦା,15/10 (ସନ୍ଧାନ ନ୍ୟୁଜ୍/ ଲିଙ୍ଗରାଜ ପଣ୍ଡା) :- ନବ ନିର୍ମାଣ ଯୁବଛାତ୍ର ସଙ୍ଗଠନ ପକ୍ଷରୁ ବିଭିନ୍ନ ଦାବି ନେଇ ଜିଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ସଂଗଠନ ର ଅଭିଯୋଗ ଅନୁଯାୟୀ, ଭଦ୍ରକ ମେଡିକାଲରେ ଚିକିତ୍ସା କ୍ଷେତ୍ରରେ ବ୍ୟାପକ ଅବ୍ୟବସ୍ଥା ଲାଗି ରହିଛି । କରୋନା ସମୟରେ ରାଜ୍ୟ ସରକାର ଡାକ୍ତରଙ୍କୁ କରୋନା ଯୋଦ୍ଧାର ଆଖ୍ୟା ଦେଇଥିବା ବେଳେ ଚିକିତ୍ସାରେ ଅବହେଳା ପ୍ରଦର୍ଶନ କରୁଛନ୍ତି । ଛୋଟ ଛୋଟ ରୋଗ ପାଇଁ କଟକ ବଡ ମେଡିକାଲକୁ ରୋଗୀଙ୍କୁ ପଠାଉଛନ୍ତି । ରାତି ସମୟରେ ଡାକ୍ତର ଆଦୌ ରହୁ ନାହାନ୍ତି, କରୋନା ଆଳ ନେଇ ରୋଗୀଙ୍କୁ ହଇରାଣ କରୁଛନ୍ତି, ରକ୍ତ ଭଣ୍ଡାରରେ ରକ୍ତ ଥାଇ ମଧ୍ୟ ଜରୁରୀ ସମୟରେ ରୋଗୀଙ୍କୁ ରକ୍ତ ଦିଆଯାଉ ନାହିଁ, ସରକାରୀ ଡାକ୍ତରଖାନାରେ ଚାକିରୀ କରୁଥିବା ଡାକ୍ତରମାନେ ଘରୋଇ ଭାବେ ରୋଗୀ ଦେଖୁବାରେ ବ୍ୟସ୍ତ ରହୁଛନ୍ତି ଆଦି ବିଭିନ୍ନ ଅଭିଯୋଗ ନେଇ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ତୁରନ୍ତ ଏହି ସମସ୍ତ ସମସ୍ୟାର ସମାଧାନ ପାଇଁ ସଙ୍ଗଠନ ପକ୍ଷରୁ ଦାବି କରାଯାଇଥିଲା । ଏହି ଆନ୍ଦୋଳନରେ ମହମ୍ମଦ ରେହେମାନ, ଜାହିର ଖାଁ, ସନ୍ତୋଷ ମଲ୍ଲିକ, ସାବିର ଖାଁ, ଅମିତ କୁମାର ଜେନା, ଆବାଜ୍ ଗାଁ ପ୍ରମୁଖ ସାମିଲ ଥିଲେ।
ମେଡିକାଲ ସମ୍ମୁଖରେ ବିକ୍ଷୋଭ
|
October 15, 2020 |



