ବାରିପଦା, ୨୬/୭ (ସନ୍ଧାନ ନିୟୁଜ): ବାରିପଦାଠାରୁ ୧୨ କିଲୋମିଟର ଦୂର କୁଳିଅଣା ଥାନା ଇଲାକାର ସାନଜୁଣବଣୀ ଗ୍ରାମରେ ବୁଧବାର ସନ୍ଧ୍ୟା ସାଢେ ୫ଟା ସମୟରେ ଗ୍ରାମ ନିକଟ ଖେଳ ପଡିଆରେ ୮/୧୦ ଜଣ ପିଲା ଖେଳୁଥିଲା ବେଳେ ହଠାତ୍ ଏକ ରିଠା ଗଛ ମୂଳରୁ ଗଛ ଭାଙ୍ଗି ପଡିଥିଲା। ଫଳରେ ଖେଳୁଥିବା ପିଲାମାନଙ୍କ ମଧ୍ୟରୁ ଜଣେ ଝିଅ ପିଲା ଉପରେ ଗଛ ଭାଙ୍ଗି ପଡିଯିବାରୁ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ମୃତକ ଝିଅ ଜଣକ ଆଦ୍ୟାଶା ନାଏକ(୮) ଓ ସେ ଗାଁ ସ୍କୁଲର ତୃତୀୟ ଶ୍ରେଣୀର ଛାତ୍ରୀ ଏବଂ ଛତିଶ ନାଏକଙ୍କ ଝିଅ ବୋଲି ଜଣାଯାଇଛି। ଖବର ପାଇ ଘଟଣାସ୍ଥଳରେ କୁଳିଅଣା ପୁଲିସ ପହଞ୍ଚିଥିଲା ଏବଂ ଏଥିନେଇ କୁଳିଅଣା ଥାନାରେ ୨୯/୧୮ ନମ୍ବରର ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ଆଗାମୀ ଗୁରୁବାର ସ୍ଥାନୀୟ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ହସ୍ପିଟାଲରେ ଶବ ବ୍ୟବଚ୍ଛେଦ କରାଯିବ ବୋଲି ଜଣାଯାଇଛି। ଏହି ଅଘଟଣ ନେଇ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।
ତାଜା ଖବର
- ଜିଲ୍ଲାରେ ବିଶ୍ବ ରକ୍ତଶିକୁଳି (ସିକଲସେଲ) ଦିବସ ୨୦୨୬ ପାଳିତ
- ଗ୍ରାମବାସୀ କଲେ ତଲସରା ଛକ ର ଷ୍ଟିଟ ଲାଇଟ ମରାମତି କାର୍ଯ୍ୟ
- ଲେଖିବା, ପଢ଼ିବା, ମନ ଲଗାଇ ରଖିବା ଓଡ଼ିଶା ଭାଷାର ସମ୍ମାନ କୁ ନେଇ “ଆମ ଭାଷା ଆମର ପରିଚୟ” କାର୍ଯ୍ୟକ୍ରମ ଅନୁଷ୍ଠିତ
- ଝଡ ପବନ ବର୍ଷା ଯୋଗୁଁ ଧସିଲା ବିଦ୍ୟାଳୟରେ ଥିବା କୃଷ୍ଣଚୂଡ଼ା ଗଛ, ଭାଙ୍ଗିଲା ବିଦ୍ୟାଳୟ ପାଚେରୀ
- ସବଡେଗା ବ୍ଲକରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ
- କଲାଣ୍ଡ ଆୟୁର୍ବେଦ ଚିକିତ୍ସାଳୟରେ ଯୋଗ ଦିବସ: ସୁସ୍ଥ ସମାଜ ଗଠନ ପାଇଁ ଗ୍ରାମବାସୀଙ୍କ ସଙ୍କଳ୍ପ
- ବାଲିଶଙ୍କରା ବ୍ଲକ ସ୍ଥରୀୟ ଯୁଗୀ ଯୁଗୀଏନ ପ୍ରକଳ୍ପ ସମିତି ଗଠନ
- ଭାଇବୋହୁ ଙ୍କୁ ଦେଢଶୁର ଲୁହା ଛଡ଼ ରେ ମାରାନ୍ତକ ଆକ୍ରମଣ, ତଲସରା ଥାନା ରେ ଏତଲା
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ-ପେପର ଡାଉନ ଲୋଡ କରନ୍ତୁ
- ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର, ବିଲ ମାଲିକ ମୃତ, ଚାଲକ ଗୁରୁତର


