ଆଇଆରବି ଯବାନଙ୍କ ଉନ୍ମତ କାଣ୍ଡରେ 3ଜଣ ଆହତ : ବେକରେ ଛୁରୀ ଲଗାଇ ଲୁଟ୍‍ ଉଦ୍ୟମ, ଲୁଟେରାକୁ କାବୁ କରି ପୁଲିସ ଜିମା ଦେଲେ କଲୋନୀବାସୀ

Spread the love

ବାଲିଗୁଡା, 15/10 (ସନ୍ଧାନ ନ୍ୟୁଜ) :-   କନ୍ଧମାଳ ଜିଲା ବାଲିଗୁଡ଼ା ସଦରମହକୁମା ସ୍ଥିତ ବ୍ଳକ କଲୋନୀ ର ଅନ୍ଧାର କଲୋନୀରେ ମଙ୍ଗଳବାର  ରାତିରେ ଘଟିଛି ଏକ ଅଭାବନୀୟ ଘଟଣା। ଆଇଆରବିର ଅଷ୍ଟମ ବାଟାଲିୟନର ଜୈନକ ଯବାନ ନଂ.349 ମାନସ କୁମାର ମାଝୀ  ବାଲିଗୁଡା ସବ ଜେଲରେ ଡିଉଟି କରୁଥିଲେ l ହେଲେ ମଙ୍ଗଳବାର ରାତିରେ ନିକଟସ୍ଥ ସାହି ମଧ୍ୟକୁ ଅଚାନକ ଭାବେ ଆସି ଅଭିଜିତ ପ୍ରଧାନ ଙ୍କ ପରିବାରର ଜଣେ ଛୁଆକୁ ଘରୁ ଡ଼ାକି ଧରିବା ସହିତ ତା’ ବେକରେ ଛୁରି ଲଗାଇ ପରିବାରକୁ ସୁନା, ରୁପା ଆଦି ମାଗିବା ସହିତ ଅବିନାଶ ପ୍ରଧାନଙ୍କ ଘରେ ମଧ୍ୟ ଉକ୍ତ ଛୁଆର ବେକରେ ଛୁରି ଲଗାଇ ସୁନା, ରୁପା ମାଗି ଲୁଟ୍‍ ପାଇଁ ଉଦ୍ୟମ କରିଥିଲା। ଏପରିକି ପରିବାର ଲୋକେ ଲୁଟେରାର ଦାବିପ୍ରକାରେ, କୌଣସି ପ୍ରକାର ସୁନା ରୁପା ଦେଇ ନ ଥିବା ଯୋଗୁଁ ଭୁଷିଦେବା ପାଇଁ ଉଦ୍ୟମ କରିବା ସହିତ ପଡୋଶୀ ମହିଳା ବିଜୟଲଷ୍ମୀ ପଣ୍ଡା ଙ୍କୁ ମଧ୍ୟ ଆକ୍ରମଣ ପାଇଁ ଉଦ୍ୟମ କରିବାରୁ ଏଥିରେ ଅଭିଜିତ, ଅବିନାଶ, ଓ ବିଜୟ ଲଷ୍ମୀ ଆହତ ହେବା ପରେ ସେମାନଙ୍କ ପାଟି ଶୁଣି ପାଖ ପଡ଼ିଶା ଲୋକେ ସେଠାରେ ପହଞ୍ଚି କୌଶଳରେ ଯବାନକୁ କାବୁ କରି ତୁରନ୍ତ ଘଟଣା ସଂପର୍କରେ ବାଲିଗୁଡ଼ା ଥାନାକୁ ଖବର ଦେବାପରେ ପୁଲିସ୍‍ ଘଟଣା ସ୍ଥଳରେ ପହଞ୍ଚି କଲୋନୀ ବାସୀ ଅଟକ ରଖିଥିବା ଯବାନକୁ କାବୁ କରିବା ସହିତ  ଥାନାକୁ ଆଣି ପଚରା ଉଚରା କରିବା ସହ ଯବାନଙ୍କ  ଆକ୍ରମଣରେ ଆହତ ହୋଇଥିବା ତିନି ଜଣଙ୍କୁ ବାଲିଗୁଡ଼ା ଚିକିତ୍ସାଳୟରେ ଚିକିତ୍ସିତ କରାଯାଇଛି। ଏହି ଘଟଣା ସଂପୃକ୍ତ ସାହିରେ ଆଲୋଚ୍ୟର ବିଷୟ ହୋଇଥିବା ବେଳେ ସାହି ବାସିନ୍ଦାଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି l ଏ ନେଇ ଯବାନ ଙ୍କୁ ଗିରଫ କରି କେଶ ନଂ.190/20 ପ୍ରକାରେ ଏକ ମକଦ୍ଦମା ରୁଜୁ କରି ଏସଆଇ ରବୀନ୍ଦ୍ର ମୁଣ୍ଡାରୀ ତଦନ୍ତ ଭାର ଗ୍ରହଣ କରି ଥିବା ବେଳେ ଅଧିକା  ତଦନ୍ତ ଅବ୍ୟାହତ ଥିବା ବିଷୟ ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା ସୂଚନା ଦେଇଛନ୍ତି।

Related Posts

About The Author

Add Comment