ଅନ୍ତରଙ୍ଗ ପକ୍ଷରୁ ଆନ୍ତର୍ଜାତିକ ଶିଶୁ କନ୍ୟା ଦିବସ ପାଳିତ

Spread the love

ବାଲିଗୁଡା,12/10 (ସନ୍ଧାନ ନ୍ୟୁଜ୍/ ଲିଙ୍ଗରାଜ ପଣ୍ଡା) :- କନ୍ଧମାଳ ଜିଲାର ବିିଭିନ୍ନ ସ୍ଥାନରେ ଆନ୍ତର୍ଜାତିକ ଶିଶୁ କନ୍ୟା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ “ମୋ ସ୍ୱର, ଆମର ସମାନ ଭବିଷ୍ୟତ” ସଂପର୍କିତ ଆଲେଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି ଦିବସ ଅବସରରେ ଜିଲାର ବିଭିନ୍ନ ଅଞ୍ଚଳରେ ସେଭ୍ ଦି ଚିଲଡ଼୍ରେନ୍ ଓ ଆକ୍ସନ ଏଡ଼୍ ପକ୍ଷରୁ ବିିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ମନୋଜ ମିଶ୍ର ଓ ସ୍ୱାତୀ ଜନ୍ମୟା ମିଶ୍ର ପ୍ରମୁଖ ଏହାର ତଦାରଖ କରିଥିଲେ। ସେହିଭଳି ଅନ୍ତରଙ୍ଗ ପକ୍ଷରୁ ମଧ୍ୟ ଜିଲାର ବିିଭିନ୍ନ ଅଞ୍ଚଳରେ ଏହି ଦିବସ ପାଳିତ ହୋଇଯାଇଛି।କନ୍ଧମାଳ ଜିଲାର ଦାରିଙ୍ଗବାଡ଼ି, ଜି,ଉଦୟଗିରି ଆଦି ଅଞ୍ଚଳରେ ପାଳିତ କାର୍ଯ୍ୟକ୍ରମରେ ନିର୍ବାଚିତ ଲୋକ ପ୍ରତିନିଧି ଓ ବୁଦ୍ଧଜୀବି ମାନେ ସାମିଲ୍ ହୋଇ ନିଜ ନିଜର ବକ୍ତବ୍ୟ  ପ୍ରଦାନ କରିଥିଲେ। ଏହି ଅବସରରେ କରୋନାରୁ କିଭଳି ଭାବେ ଦୂରେଇ ରହିବା ସେ ଦିଗରେ ମଧ୍ୟ ପରାମର୍ଶ ଦିଆଯାଇଥିଲା। ଶିଶୁ ଶିକ୍ଷା , ପୋଷଣ ଖାଦ୍ୟ ଖାଇବା , ବାଲ୍ୟ ବିବାହ ସହିତ ବିିଭିନ୍ନ ଦିଗ ଉପରେ ସଚେତନ କରାଯାଇଥିଲା। ବିଭିନ୍ନ କାର୍ଯ୍ୟକ୍ରମରେ ଅନ୍ତରଙ୍ଗ ବାଲ୍ୟ ବିବାହ ପ୍ରତିରୋଧ ମଞ୍ଚର ସଂପାଦିକା ସୁଶ୍ରୀ ବିଷ୍ଣୁ ପ୍ରିୟା ପ୍ରଧାନ , ସରପଂଚ ସଚିଦାନନ୍ଦ ପ୍ରଧାନ , ସୁମନ୍ତ ପ୍ରଧାନ , ବନ୍ଦିନୀ ପ୍ରଧାନ , ଯୁବ ମହାସଂଘର ସଂପାଦକ ହୃଷିକେଶ ପ୍ରଧାନ , ନିଳମାଧବ ପାତ୍ର , ରାଜବାଳା ସିଂ , ପ୍ରଦୀପ କୁମାର ଦାସ ଓ ଅନ୍ୟମାନେ ସାମିଲ୍ ହୋଇ ଉଦ୍‌ବୋଧନ ଦେଇଥିଲେ।

Related Posts

About The Author

Add Comment