ବେତନଟୀ, ୦୮/୧୦/୨୦(ସନ୍ଧାନ ନ୍ୟୁଜ୍/ ଲିଙ୍ଗରାଜ ପଣ୍ଡା) :- ହାଇୱେ ସାଇଡ ଢାବାରେ ସ୍ପଷ୍ଟ ଦିବାଲୋକରେ କ୍ଲିଣ୍ଟାଲ କ୍ଲିଣ୍ଟାଲ ଲୁହାଛଡ଼ ଖୁଲୁମଖୁଲ୍ଲା ଚୋରି ହେଉଥିବା ବେଳେ ଟ୍ରେଡ଼ କରି ପାଉନି ପୁଲିସ । ତେବେ ଏହି ଲୁଟ ପ୍ରକ୍ରିୟା ଏକ ବ୍ୟବସ୍ଥିତ ଢାଞ୍ଚାରେ ମାସମାସ ଧରି ଚାଲିଥିବା ବେଳେ ଏହି ରାକେଟକୁ ଧରିବାରେ ପୁଲିସ ଅଦ୍ୟାବଧି ଅକ୍ଷମ ହୋଇଛି । ସବୁଠାରୁ ବଡକଥା ହେଉଛି ବାହାର ରାଜ୍ୟର ଗାଡି ଓଡ଼ିଶାକୁ ଆସିବା ଏବଂ ଓଡ଼ିଶା ଗାଡ଼ି ବାହାର ରାଜ୍ୟକୁ ଯାଉଥିବା ବେଳେ କେଉଁ ଗାଡିରେ କେଉଁ ମାଲ ପରିବହନ ହେଉଛି ତାହାର ଖବର ଏହି ବ୍ୟାକେଟକୁ କିଭଳି ମିଳୁଛି ଏବଂ କେଉଁ ହାଇୱେ ସାଇଡ ଢାବାରେ ଏହି ସବୁ ଚୋରି ହେଉଛି ସେସବୁ ବିଷୟରେ ଗାଡିଚାଳକକୁ କିଭଳି ଖବର ମିଳୁଛି । ଏସବୁ ବିଷୟକୁ ଅନୁଧ୍ୟାନ କଲେ ଏହି ବ୍ୟବସ୍ଥିତ ଲୁଟ ପ୍ରକ୍ରିୟା ପଛରେ ଏକ ଆନ୍ତଃରାଜ୍ୟ ବ୍ୟାକେଟ କାମ କରୁଥିବା ସ୍ପଷ୍ଟ ପ୍ରମାଣିତ ହେଉଛି । ୧୮ନଂ ଜାତୀୟରାଜପଥ ପାର୍ଶ୍ବ ଯୁଗୋଳ ଲେଭଲକ୍ରସିଂ ନିକଟସ୍ଥ ପାକୁଆ ଢାବାରେ ଏହିଭଳି ପ୍ରକ୍ରିୟାରେ ଦୈନିକ କ୍ବିଣ୍ଟାଲ କ୍ବିଣ୍ଟାଲ ଲୁହାଛଡ ଲୁଟ କରାଯାଉଥିବା ଦେଖିବାକୁ ମିଳିଛି । ଏକ ଲୁହାଛଡ ବୋଝେଇ ଟ୍ରଲର (ଓଡି-୦୪କେ-୮୨୯୯) ଯାଜପୁରରୁ ପଡୋଶୀ ଝାଡଖଣ୍ଡ ବହଡାଗୋଡାକୁ ଯାଉଥିବା ବେଳେ ଏହି ଢାବାରେ ଉକ୍ତ ରାକେଟ ସହିତ ସଲାସୁତରା କରି ଲୁହାଛଡ଼ ଚୋରାରେ ବିକ୍ରିସ୍ତ କରିଥିଲା । ଏହାଦ୍ବାରା ଚାଳକର କିଛି ଉପୂରି ହୋଇଯାଉଥିବା ବେଳେ ଏହି ଚୋରାମାର ଖୋଲାବଜାରରେ ବିକ୍ରିକରି ଆନ୍ତରାଜ୍ୟ ରାକେଟର ଲୁଟେରାମାନେ ମାଲେମାଲ ହେଉଛନ୍ତି । ଏହାଦ୍ୱାରା ଖୋଲା ବଜାରରେ ଚୋରାମାଲର ବହୁଳ ବ୍ୟବସାୟ ହେଉଥିବା ବେଳେ ସମ୍ପୃକ୍ତ ସାମଗ୍ରୀର କମ୍ପାନୀ ଏବଂ ଅଧିକୃତ ବିକ୍ରେତା ବିପୁଳ କ୍ଷତି ସହୁଛନ୍ତି । ତେବେ ଜାତୀୟରାଜପଥ ପାର୍ଶ୍ବରେ ଏଭଳି ଖୁଲୁମଖୁଲ୍ଲା ଲୁଙ୍କୁ ରୋକିବା ତଥା ଏହି ରାକେଟର ଲୁଟେରାମାନଙ୍କୁ ଗିରଫକରିବା ସହିତ ଏହାର ପର୍ଦ୍ଦାଫାସ କରିବାରେ ପୁଲିସ ଅଦ୍ୟାବଧି ସମ୍ପୂର୍ଣ ବିଫଳ ରହିଛି । ଏନେଇ ବୈଶିଙ୍ଗା ଥାନା ଅଧିକାରୀ ଲକ୍ଷ୍ମୀଧର ସ୍ୱାଇଁଙ୍କୁ ଯୋଗାଯୋଗ କରିବାରୁ ସେ ଏନେଇ ଅନୁଧ୍ୟାନ କରିବେ ବୋଲି ପ୍ରକାଶ କରିଛନ୍ତି । ବେତନଟୀ ଏସଡିପି ଓ ଲଳିତ କୁମାର ପଟ୍ଟନାୟକଙ୍କୁ ଯୋଗାଯୋଗ କରିବାରୁ ସେ ଯଥାଶୀଘ୍ର ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବେବୋଲି ସୂଚନା ଦେଇଛନ୍ତି ।
ଚୋରି ହେଉଛି କ୍ବିଣ୍ଟାଲ କ୍ବିଣ୍ଟାଲ ଲୁହାଛଡ଼
|
October 8, 2020 |



