କୁଳିଅଣା, ,05/10 (ସନ୍ଧାନ ନ୍ୟୁଜ୍) :- ମୟୂରଭଞ୍ଜ ଜିଲ୍ଲା ୧୮ ନଂ ଜାତୀୟ ରାଜପଥର କମାତା ଛକଠାରେ ଆଜି ଏକ ବେଆଇନ ଗୋରୁଗାଡ଼ିକୁ ପୁଲିସ ଜବତ କରିବା ସହ ଦୁଇଜଣଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ; ବଡ଼ସାହି ଥାନା ଅନ୍ତର୍ଗତ ବାଲିଯୋଡ଼ା ଗ୍ରାମର ଦିଲ୍ଲୀପ ବେହେରା(୨୬) ଓ ଖୁକୁରିଆ ଗ୍ରାମର ପଟିଆ ପ ନାୟକ (୫୫)। ସୂଚନା ଅନୁସାରେ; କୁଳିଅଣା ଥାନା ଏଆଇ ଅନୀଲ କୁମାର ସେଠୀ କ ପାଟ୍ରୋଲିଂ କରୁଥିବା ବେଳେ ଏକ ପିକ୍ଅପ୍ ଭ୍ୟାନ୍ (ଓଡି-୧୧-ସି-୪୯୨୩)ରେ ୮ଟି ବି ଗୋରୁ ବେଆଇନ ଚାଲାଣ ହେଉଥିବା ଖବର ପାଇ ଗାଡ଼ିକୁ ଅଟକାଇ ଥିଲେ। ଚାଳକକୁ ଧା ଗୋରୁ କିଣା ନେଇ ବିଲ୍ ମାଗିବାରୁ ଏହା ଦେଖାଇ ପାରି ନଥିଲେ । ଫଳରେ ପୁଲିସ ମିଳି ଗାଡ଼ିକୁ ଜବତ କରିବା ସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଏ ନେଇ ୧୩୭|୨୦ ଅଧ ଜନିତ ଏକ ମାମଲା ହୋଇ ଗୋରୁଗୁଡ଼ିକୁ କରଞ୍ଜିଆସ୍ଥ ଗୋଷାଳାକୁ ପଠାଇଦିଆଯାଇଛି।
ବେଆଇନ ଗୋରୁ ଗାଡ଼ି ଜବତ: ଦୁଇ ଗିରଫ
|
October 5, 2020 |