ଆଧାରକାର୍ଡ ସଂଶୋଧନରେ ବ୍ୟାପକ କଳାବଜାରୀ

Spread the love

ବେତନଟୀ, ୨୬/୯(ସନ୍ଧାନ ନ୍ୟୁଜ୍):-  ବେତନଟୀରେ ନୂତନ ଆଧାରକାର୍ଡ ଏବଂ ଆଧାରକାର୍ଡ ସଂଶୋଧନ ନାମରେ ଚାଲିଛି ବ୍ୟାପକ କଳାବଜାରୀ । ବ୍ଲକ ପ୍ରଶାସନର ଅପରାଗତା ପାଇଁ ବ୍ଲକକୁ ଯୋଗାଇ ଦିଆଯାଇଥିବା ଆଇଡି ତଥା ଆବଶ୍ୟକ କିକୁ ବେଆଇନ ଭାବେ କାର୍ଯ୍ୟାଳୟ ବାହାରେ ବ୍ୟବହାର  କରାଯାଇ ଜନସାଧାରଣଙ୍କ ନିକଟରୁ ଶହଶହ ଟଙ୍କା ଭୂତରାଜ ହେଉଥିବା ଜନସାଧାରଣ ଅଭିଯୋଗ କରିଛନ୍ତି । ତେବେ ବ୍ଲକ କାର୍ଯ୍ୟାଳୟରେ ଆଧାରକେନ୍ଦ୍ର ଖୋଲାଥିବା ଜାଣି ଆଧାରକାର୍ଡ ସଂଶୋଧନ ତଥା ନୂତନ ଆଧାରକାର୍ଡ ନିମନ୍ତେ ୨୫-୩୦କିଲୋମିଟର ଦୂରରୁ ଆସୁଥିବା ଜନସାଧାରଣ ବ୍ଲକ କାର୍ଯ୍ୟାଳୟକୁ ଆସି ନିରାଶ ହୋଇ ଫେରୁଛନ୍ତି । ତେବେ ବ୍ଲକ କାର୍ଯ୍ୟାଳୟରେ ଆଧାରକାର୍ଡ ସଂଶୋଧନ ଏବଂ । ନୂତନ ଆଧାରକାର୍ଡ ଆବେଦନ ନିମନ୍ତେ ଏକ ସ୍ବତନ୍ତ୍ର ।  କକ୍ଷ ପ୍ରଦାନ କରାଯାଇଥିବା ବେଳେ ମାସମାସ ଧରି ଏହି କକ୍ଷ ବନ୍ଦ ପଡିଛି । ତେବେ ବ୍ଳକ ଆଇଡି ଏବଂ କିଟ୍ର ଅପବ୍ୟବହାର କରି ବେଆଇନ ଭାବେ ବ୍ଲକ କାର୍ଯ୍ୟାଳୟ ବାହାରେ ଧାର୍ଯ୍ୟ ଦର ଠାରୁ ଅଧିକ ଟଙ୍କାନେଇ ବ୍ୟାପକ ଲୁଟତରାଜ ଚାଲିଛି । ତେବେ ଏହି ପ୍ରକ୍ରିୟା ମାସମାସ ଧରି ଚାଲିଥିଲେ ମଧ୍ୟ ବୃକପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ନିୟମ ମୁତାବକ ପ୍ରତ୍ୟେକ ବ୍ଲକରେ ସରକାରୀ ଅଫିସ ସମୟ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଏହି ଆଧାରକେନ୍ଦ୍ର ଖୋଲାଯିବା କଥା। ମାତ୍ର ବେତନଟୀ ବ୍ଲକ କାର୍ଯ୍ୟାଳୟରେ ଏହାର ସମ୍ପୂର୍ଣ୍ଣ ବ୍ୟତିକ୍ରମ ଦେଖିବାକୁ ମିଳିଛି । ‘ୟୁଆଇଡିଏଆଇ’ ନାମକ ସରକାରୀ ସଂସ୍ଥା ଏହାର ପରିଚାଳନା ଦାୟିତ୍ବ ତୁଲାଉଥିବା ବେଳେ ବର୍ତ୍ତମାନ ‘ଓକାକ୍’ ନାମକ ଏକ ଘରୋଇ ସଂସ୍ଥାକୁ ଏହି ଦାୟିତ୍ବ ପ୍ରଦାନ କରାଯାଇଛି । ଓକାକ୍ ବ୍ଳକସ୍ତରରେ ବିଭିନ୍ନ ପିଲାମାନଙ୍କୁ ନିଯୁକ୍ତ କରିଛି । ପୂର୍ବରୁ ଆଧାରକେନ୍ଦ୍ର ପାରମାନେଣ୍ଟ ଏବଂ କ୍ୟାମମୋଡ ଏହିଭଳି ଦୁଇପ୍ରକାର ହେଉଥିଲା । ପରମାନେଣ୍ଟରେ ସ୍ଥାୟୀ ଭାବେ ବ୍ଲକ କାର୍ଯ୍ୟାଳୟରେ ଖୋଲାଯାଇଥିବା ବେଳେ କ୍ୟାମମୋଡରେ ଗାଁଗହଳିରେ ଲୋକମାନଙ୍କ ସୁବିଧା ପାଇଁ ଏହା ଭ୍ରାମ୍ୟମାଣ ଭାବେ ସେବା ଯୋଗାଉଥିଲା । ତେବେ କ୍ୟାମୋଡ ପ୍ରକ୍ରିୟା ସରକାର ବନ୍ଦ କରିଦେଇଥିବା ବେଳେ ଏବେ କେବଳ ବ୍ଲକ କାର୍ଯ୍ୟାଳୟରେ ପରମାନେ ମୋଡରେ ଚାଲିଛି । ପୁନଶ୍ଚ ନୂତନ ଆଧାରକାର୍ଡ ଏବଂ ଆଧାରକାର୍ଡ ସଂଶୋଧନ ପାଇଁ ବ୍ୟବହୃତ ଆଇଡି, ବାୟୋମ୍ୟାଟ୍ରିକ ମେସିନ ତଥା ଅନ୍ୟାନ୍ୟ କମ୍ପ୍ୟୁଟର ସରଞ୍ଜାମ ଜିପିଏସ ରିଫି ଦ୍ୱାରା ହିଁ ଖୋଲିଥାଏ । ଅର୍ଥାତ ଯେଉଁବ୍ଲକର କମ୍ପ୍ୟୁଟର ସେହି ବ୍ଲକ କାର୍ଯ୍ୟାଳୟରେ ହିଁ ଖୋଲିବ । ବ୍ଲକ କାର୍ଯ୍ୟାଳୟ ବାହାରକୁ ଗଲେ ତାହା ଖୋଲିବନାହିଁ । ତେବେ ଯଦି ଜିପିଏସ ବ୍ୟବସ୍ଥା ଦ୍ୱାରା ଏହି କମ୍ପ୍ୟୁଟର ଖୋଲିଥାଏ ତାହେଲେ ବେତନଟୀ ବ୍ଲକ ପାଇଁ ଯେଗାଇ ଦିଆଯାଇଥିବା ଆଇଡି ଏବଂ କିଟ୍ କିଭଳି ବାହାରେ ବ୍ୟବହାର କରାଯାଉଛି ଏବଂ ବ୍ଲକ କାର୍ଯ୍ୟାଳୟର ଆଧାରକେନ୍ଦ୍ର ମାସମାସ ଧରି ବନ୍ଦ ପଡିରହୁଛି । ତେବେ ଏହି କଳାବଜାରୀ ଘଟଣା ତଦନ୍ତସାପେକ୍ଷ। ବୃକପ୍ରଶାସନ ଏଥିପ୍ରତି ଯବାନ ହେବାକୁ ବ୍ଲକ ଓ କାର୍ଯ୍ୟାଳୟକୁ ଆସି ନିରାଶହୋଇ ଫେରୁଥିବା ଜନସାଧାରଣ ଅଭିଯୋଗ କରିଛନ୍ତି । ଏନେଇ ଏପିଓ । ସନାତନ ଦାସଙ୍କୁ ଯୋଗାଯୋଗ କରିବାରୁ ଖୁବଶୀଘ୍ର  ବ୍ଲକ କାର୍ଯ୍ୟାଳୟରେ ଆଧାରକେନ୍ଦ୍ର ଚାଲୁ କରିବାକୁ : ଦାୟିତ୍ବରେ ଥିବା ସମ୍ପୃକ୍ତ ଘରୋଇ କମ୍ପାନୀର ଯୁବକକୁ ତାଗିଦ୍ କରାଯିବ ବୋଲି ସୂଚନା ଦେଇଛନ୍ତି ।

Related Posts

About The Author

Add Comment