ବାରିପଦା, ୧୮/୯ (ସନ୍ଧାନ ନ୍ୟୁଜ୍/ଲିଙ୍ଗରାଜ ପଣ୍ଡା) -ବାରିପଦା ପୌରୀଚଳର ୧୮ ନମ୍ବର ୱାର୍ଡ ଯମୁନାଦେଇପୁର ଅଂଚଳର ପ୍ରାୟ ୪୦ରୁ ଊଦ୍ଧ ଭୂମିହୀନ ପରିବାର ବିଗତ ୪୫ ବର୍ଷ ଧରି ରେଳବାଇ ଜମିରେ ବସ୍ତି ସ୍ଥାପନ କରି ରହି ଆସୁଛନ୍ତି । କିନ୍ତୁ ଉକ୍ତ ଅଂଚଳରେ ରହି ଆସୁଥିବା ଭୂମିହୀନ ପରିବାରଙ୍କୁ ୧୪୪ ଧାରା ଜାରି କରାଯାଇ ସେମାନଙ୍କୁ ସେଠାରେ ରହିବାରୁ ବଂଚିତ କରାଯାଇଥିବାର ଅଭିଯୋଗ ସହ ସେମାନଙ୍କୁ ପୁନଃ ସେହି ସରକାରୀ ଜମିରେ ଥଇଥାନ କରାଯିବା ଦାବି ନେଇ ଏହି ଭୂମିହୀନ ପରିବାରଙ୍କ ପକ୍ଷରୁ ଜିଲ୍ଲା ପ୍ରଶାସନ ନିକଟରେ ଆଜି ଆବେଦନ କରାଯାଇଛି । ଏଥିସହିତ ଏଠାରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସେମାନଙ୍କ ଦ୍ବାରା ବିକ୍ଷୋଭ ପ୍ରଦର୍ଶନ ସହି ଧାରଣା ଦିଆଯାଇଥିଲା । କରମରାଜ ସୋରେନ, ରିତୁଞ୍ଜଳି ବେହେରା, ଲକ୍ଷ୍ମୀଧର ମହାନ୍ତି, ମାଧବୀ ପଲେଇ, ପ୍ରମିଳା ମହାନ୍ତି, ପ୍ରଫୁଲ ସାହୁ, ଜ୍ୟୋସ୍ନା ସାହୁ, ବିଜୟଲକ୍ଷ୍ମୀ ନାୟକ, ସୁଜୟଲକ୍ଷ୍ମୀ ନାୟକ, ମକୁନ୍ଦ-ଜେନା, ସୁକାନ୍ତ ବେହେରା ପ୍ରମୁଖଙ୍କ ସ୍ଵାକ୍ଷରରେ ଦିଆଯାଇଥିବା ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ ସେମାନେ ବସିଛନ୍ତି । ଏପରିକି ବ୍ୟାଙ୍କରୁ ଋଣ ପାଇଁ ଗଲେ ମଧ୍ୟ ସ୍ଥାୟୀ ଜାଗା । ଅତ୍ୟନ୍ତ ଦରିଦ୍ର ଓ ଭୂମିହୀନ ଲୋକ । ସେମାନଙ୍କର ସରକାରୀ ସ୍କୃତି ନାହିଁ । ଯାହାଫଳରେ ସରକାରଙ୍କ ପକ୍ଷରୁ କୌଣସି ପ୍ରକାର ସହାୟତା ସେମାନେ ପାଇବାକୁ ସକ୍ଷମ ହୋଇ ପାରୁ ନାହାନ୍ତି । କିନ୍ତୁ ସରକାରଙ୍କ ପକ୍ଷରୁ ଗରିବମାନଙ୍କ ପାଇଁ ସମସ୍ତ ପ୍ରକାର ଯୋଜନା କରାଯାଉଥିଲେ ମଧ୍ୟ ସେମାନଙ୍କର କୌଣସି ସରକାରୀ ଘରଡିହ ନାହିଁ ବୋଲି ଦର୍ଶାଯାଇ ସମସ୍ତ ସରକାରୀ ସୁବିଧାରୁ ବଂଚିତ ହୋଇ ରହିଛନ୍ତି । ସେଠାରେ ୪୫ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଉକ୍ତ ଟ୍ରେନଲାଇନ ପାର୍ଶ୍ଵରେ ବର୍ତ୍ତି ସ୍ଥାପନ କରି ରହି ଆସୁଥିବା ସହିତ ସରକାରୀ ପାନୀୟ ଜଳ ଓ ବିଦ୍ୟୁତ ଲାଇନ ସୁବିଧା ଉକ୍ତ ଅନକୃତ ଜାଗାରେ ପାଇ ଆସୁଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ଦାବି ସଙ୍ଗେ ସେହି ଭୂମିହୀନ ଲୋକଙ୍କ ପାଇଁ କୌଣସି ଘରଡିହ ନ ଥିବାରୁ ଥଇଥାନ କରାଯାଉ ନାହିଁ । ବର୍ତ୍ତମାନର ଏହି ମହାମାରୀ କରୋନା ସମୟରେ ଲଡାଉନ ଓ ସଡ଼ାଉନ ନିଜ ନିଜର ଜୀବିକା ହରାଇ ନ ଥିବାରୁ ରଣ ମିଳି ପାରୁ ନାହିଁ । ଏଣୁ ଏହି ଭୂମିହୀନଙ୍କୁ ସେହି ସରକାରୀ ଜାଗାରେ ଥଇଥାନ କରାଯିବାକୁ ଦାବି କରାଯାଇଛି।
ରେଳବାଇ ଜମିରେ ରହି ଆସୁଥିବା ଭୂମିହୀନଙ୍କୁ ପୁନଃଥଇଥାନ ଦାବିରେ ବିକ୍ଷୋଭ
|
September 18, 2020 |
