ଧୋଇଗଲା ରଙ୍ଗାମାଟିଆ – ରଙ୍ଗିଆମ ରାସ୍ତା

Spread the love

ବାରିପଦା , ରାସଗୋବିନ୍ଦପୁର ୧/୯/୨୦(ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା):- ଗତ ଦୁଇଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ରାସଗୋବିନ୍ଦପୁର ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ବହୁ ମାଟିଘର ଭାଙ୍ଗିରୁଜି ଯାଇଛି । ଧୋଇଗଲା ରଙ୍ଗାମଟିଆ-ରଙ୍ଗିଆମ ରାସ୍ତା ଦୁଇବର୍ଷ ପୂର୍ବରୁ ରାସଗୋବିନ୍ଦପୁର ବ୍ଳକ୍ ପକ୍ଷରୁ ନିର୍ମିତ ରଙ୍ଗାମାଟିଆ-ରଙ୍ଗିଆମ ରାସ୍ତା ଧୋଇଯାଇଛି । ଫଳରେ ଯୋଗାଯୋଗ ବିଛିନ୍ନ ହୋଇପଡ଼ିଛି । ଜଳସ୍ରୋତର ପ୍ରଖର  ସ୍ରୋତରେ ନିର୍ମାଣ ହୋଇଥିବା ଗାର୍ଡ ୱାଲ ମଧ୍ୟ ଭାଙ୍ଗିଯାଇଛି ।ରସ୍ତା ନିର୍ମାଣ ସମୟରେ ଜଳ ନିଷ୍କାସନ ପାଇଁ ଉପଯୁକ୍ତ ପଦକ୍ଷେପ ନିଆଯାଇ ନ ଥିବାରୁ ଲକ୍ଷାଧିକ ଟଙ୍କାରେ ନିର୍ମିତ ରାସ୍ତା ଧୋଇଗଲା ବୋଲି ରଙ୍ଗାମାଟିଆ, ତେଲକୁଣ୍ଡି, ରଙ୍ଗିଆମ, ଅନ୍ଧାରୀ ଆଦି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଅନ୍ତୋଦୟ ଚେତନା ମଣ୍ଡଳ, ଜାତୀୟ ସେବା ଯୋଜନାର ଶିବିରାର୍ଥୀ, ସ୍ଥାନୀୟ ଅଞ୍ଚଳର ଲୋକଙ୍କ ପ୍ରଚେଷ୍ଟା ଓ ଶ୍ରମଦାନରେ ଏହି ରାସ୍ତାର ଭିତ୍ତିଭୂମି ସ୍ଥାପନ ହୋଇଥିଲା । ସେ ସମୟରେ ଏହି ରାସ୍ତାକୁ ଗାନ୍ଧିମାର୍ଗ ନାଁରେ ନାମିତ କରାଯାଇଥିଲା । ପରେ ଦେବଶୋଳ ପଞ୍ଚାୟତ ଓ ବ୍ଲକ୍ ସହଯୋଗରେ ଗାନ୍ଧିମାର୍ଗର ଉନ୍ନତୀକରଣ କରାଯାଇଥିଲା । ଉକ୍ତ ଗ୍ରାମବାସୀଙ୍କ ପାଇଁ ଏହି ରାସ୍ତା ଜୀବନରେଖା ପାଲଟିଥିବାବେଳେ ଜଳସ୍ରୋତରେ ରାସ୍ତା ଧୋଇଯିବା ଯୋଗୁଁ ଗ୍ରାମବାସୀ ହଇରାଣ ହେଉଛନ୍ତି । ତୁରନ୍ତ ଏହି ରାସ୍ତା ମରାମତି କରିବା ପାଇଁ ସାଧାରଣରେ ଦାବି ହୋଇଛି ।

Related Posts

About The Author

Add Comment