ବାଲିଶଙ୍କରା ଇଣ୍ଡେନ ଗ୍ୟାସ ଗ୍ରାମୀଣ ବିତରକ କେନ୍ଦ୍ର ଠାରେ ଗ୍ୟାସ ସିଲିଣ୍ଡର ବଦଳି କରିବା ପାଇଁ ଲୋକଙ୍କୁ ତପସ୍ୟା କରିବାକୁ ପଡୁଛି

Spread the love

ସୁନ୍ଦରଗଡ ତା:୨୨/୭/୨୦୨୬(ସନ୍ଧାନ ନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ବାଲିସଙ୍କରା ବ୍ଲକରେ ଗ୍ୟାସ ବିତରଣକୁ ନେଇ ଦେଖାଦେଇଛି ତୀବ୍ର ଅସନ୍ତୋଷ। ଗ୍ରାହକମାନଙ୍କୁ ସମୟ ଅନୁସାରେ ଇନଡେନ ଗ୍ୟାସ ସିଲିଣ୍ଡର ମିଳୁନଥିବା ଅଭିଯୋଗ ହୋଇଛି। ଗ୍ରାମାଞ୍ଚଳର ଲୋକେ ଗ୍ୟାସ ସୁବିଧା ପାଉଥିବା ବେଳେ ଏବେ ଦୀର୍ଘ ସମୟ ଅପେକ୍ଷା ପରେ କେବଳ ଅଫିସରେ ଦିଆଯାଉଥିବା ଦେଖିବାକୁ ମିଳିଛି । ଯାହାଫଳରେ ସେମାନଙ୍କ ଦୈନନ୍ଦିନ ଜୀବନରେ ବାଧା ସୃଷ୍ଟି ହେଉଛି। ସୂଚନା ଅନୁସାରେ ସୁନ୍ଦରଗଡ଼ ଜିଲ୍ଲା ବାଲିସଙ୍କରା ବ୍ଲକର ବିଭିନ୍ନ ପଞ୍ଚାୟତରେ ଇନଡେନ ଗ୍ୟାସ ବିତରଣ ବ୍ୟବସ୍ଥା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ସ୍ଥାନୀୟ ଉପଭୋକ୍ତାମାନଙ୍କ କହିବା ଅନୁସାରେ, ଗ୍ୟାସ ବୁକିଂ କରି ଗ୍ୟାସ ଆଣିବାପାଇଁ ଅଫିସ କୁ ଯିବାକୁ ପଡୁଛି ।ତା ସହିତ ଲୋକଙ୍କ ଗୋଟିଏ ଦିନର ପରିସମାପ୍ତି ଘଟୁଥିବା ସହିତ ଜୀବିକାରେ ବାଧା ସୃଷ୍ଟି ହେଉଥିବା ସୂତ୍ରରୁ ପ୍ରକାଶ ।ବର୍ଷା ସମୟ ହେବା କାରଣରୁ ଚାଷୀ ବିଶେଷ ଭାବରେ ପ୍ରଭାବିତ ହେଉଥିବା ଦେଖିବାକୁ ମିଳୁଛି । ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ ସଂଯୋଗ ପାଇଥିବା ଗରିବ ଶ୍ରେଣୀର ଲୋକେ ଏହାଦ୍ୱାରା ସବୁଠାରୁ ଅଧିକ ପ୍ରଭାବିତ ହେଉଛନ୍ତି।”ବାଲିସଙ୍କରା ବ୍ଲକରେ ଇନଡେନ ଗ୍ୟାସ ବିତରଣ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ବିଗତ ଚାରି ମାସ ରୁ ଗ୍ରାମାଞ୍ଚଳ ରେ ଗ୍ୟାସ ବିତରକ ବିପର୍ଯ୍ୟସ୍ତ ରହିଛି । ବିତରକ ସଂସ୍ଥାର ମନମୁଖୀ କାର୍ଯ୍ୟ ଯୋଗୁଁ ଗ୍ରାମାଞ୍ଚଳର ଲୋକେ ହଇରାଣ ହେଉଛନ୍ତି। ଯଦି ଗ୍ୟାସ ଯୋଗାଣ ବ୍ୟବସ୍ଥାରେ ସୁଧାର ନ ଆସେ, ତେବେ ଆଗାମୀ ଦିନରେ ଜନ ଆନ୍ଦୋଳନ କରାଯିବ ବୋଲି ଚର୍ଚ୍ଚା ହେଉଛି । ଗରିବ ଲୋକ, ଚୁଲି ଜାଳିବାକୁ କାଠ ବି ମିଳୁନି। ଏଥିପ୍ରତି ଜିଲ୍ଲା ପ୍ରଶାସନ ଧ୍ୟାନ ଦିଅନ୍ତୁ ବୋଲି ସାଧାରଣରେ ଦାବି ହେଉଛି ।ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ସ୍ଥାନୀୟ ବାସିନ୍ଦା ଏବେ ପ୍ରଶାସନ ଓ ଗ୍ୟାସ ଏଜେନ୍ସି ନିକଟରେ ଦାବି କରୁଥିବା ଦେଖିବାକୁ ମିଳିଛି ।

Related Posts

About The Author

Add Comment