ନୂଆ ୧୦୦ ଟଙ୍କିଆ ୧୦୦% ସ୍ୱଦେଶୀ

Spread the love

ମୁମ୍ବାଇ 21/7(ସନ୍ଧାନ ନିୟୁଜ): ଖୁବ୍‌ଶୀଘ୍ର ବଜାରକୁ ଆସିିବାକୁ ଥିବା ନୂଆ ୧୦୦ ଟଙ୍କିଆ ନୋଟ୍‌ ସମ୍ପୂର୍ଣ୍ଣ ସ୍ୱଦେଶୀ। ଏଥିରେ ଦେଶ ଭିତରେ ଉତ୍ପାଦନ କରାଯାଇଥିବା ନୋଟ୍‌ ଛପା କାଗଜ ଓ କାଳି ବ୍ୟବହାର କରାଯାଇଛି। ପ୍ରଥମ ଥର ପାଇଁ କୌଣସି ନୋଟ୍‌କୁ ୧୦୦% ଦେଶ ଭିତରେ ପ୍ରସ୍ତୁତ କରାଯାଉଛି। ଏହି ନୋଟ୍‌ର ନିରାପତ୍ତା ବ୍ୟବସ୍ଥାଗୁଡ଼ିକୁ ମଧ୍ୟ ଭାରତୀୟ କଂପାନି ଦ୍ୱାରା ପ୍ରସ୍ତୁତ କରାଯାଇଛି। ଏହାର ଡିଜାଇନ୍‌ ମଧ୍ୟରେ ଭାରତରେ କରାଯାଇଛି। ନୋଟ୍‌ ଛପା କାରଖାନାରେ କାର୍ଯ୍ୟ କରିଥିବା ଜଣେ ପୂର୍ବତନ ଅଧିକାରୀ କହିଛନ୍ତି ଯେ, ନିୟମିତ ବ୍ୟବଧାନରେ ରିଜର୍ଭ ବ୍ୟାଙ୍କ ନୂଆ ଡିଜାଇନ୍‌ର ନୋଟ୍‌ ଜାରି କରିଥାଏ। ସେହି ପ୍ରକ୍ରିୟାରେ ନୂଆ ୧୦୦ ଟଙ୍କିଆ ନୋଟ୍‌ ଆସିବ। ଏହି ନୋଟ୍‌ ଆଣିବା ପାଇଁ ସରକାର କୌଣସି ସ୍ୱତନ୍ତ୍ର ଯୋଜନା କରିନଥିଲେ ବୋଲି ସେ କହିଛନ୍ତି। ମହାତ୍ମା ଗାନ୍ଧୀ ସିରିଜ୍‌ର ଏହି ନୋଟ୍‌ର ଫଟୋ ଓ ବିବରଣୀକୁ ଗତକାଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ ଜାରି କରାଯାଇଥିଲା। ଏଥିରେ ଗୁଜୁରାଟ୍‌ର ରାଣୀ କି ଭାଭ୍‌ ଚିତ୍ର ଓ ସ୍ୱଚ୍ଛ ଭାରତ ଲୋଗୋ ରହିବ। ବାଇଗଣି ରଙ୍ଗର ଏହି ନୋଟ୍‌ ପୁରୁଣା ୧୦୦ ଟଙ୍କିଆ ନୋଟ୍‌ର ଆକାର ଠାରୁ ଅଲଗା ରହିବ। ଦେଶରେ ଅନ୍ୟ ଯେତେ ସବୁ ନୋଟ୍‌ ଅଛି ତାହା ସମ୍ପୂର୍ଣ୍ଣ ସ୍ୱଦେଶୀ ନୁହେଁ। ବିଶେଷ କରି କାଗଜ ଓ କାଳି ବିଦେଶରୁ ଆଣି ବ୍ୟବହାର କରାଯାଉଛି।

Related Posts

About The Author

Add Comment