ମୟୁରଭଞ୍ଜ,୨୭/୦୮/୨୦ (ସନ୍ଧାନ ନିଉଜ) BSNL casual karmchari Sangha ତରଫରୁ ବାରିପଦା BSNL TDM Mdhubn office ସମ୍ମୁଖରେ ଅଲଇଣ୍ଡିଆ BSNL କାଜୁଆଲ ଏବଂ କଣ୍ଟ୍ରାକଟ୍ ଓ୍ବାର୍କରସ ଫେଡରେସନ ଇଣ୍ଡିଆ ଡାକରାରେ ଗତ ୨୫ ଓ ୨୬ ଅଗଷ୍ଟ ଶ୍ରମିକମାନଙ୍କର ରିଲେ ହାଙ୍ଗାର ଷ୍ଟ୍ରାଇକ୍ କରାଯାଇଥିଲା । ମୁଖ୍ୟତ ଠିକା କର୍ମଚାରୀମାନେ ୨୦/୨୫ ବର୍ଷ କାମକରି ଆସୁଛନ୍ତି । ନିକଟରେ BSNL ୫୦% ଶ୍ରମିକଙ୍କୁ ଅବସର ଯୋଜନାରେ କାର୍ଯ୍ୟରୁ ବାହାରକରି ଥିଲା ବେଳେ ଠିକା କର୍ମଚାରୀମାନଙ୍କୁ ସେମାନଙ୍କ ସ୍ଥାନରେ କାମ କରାଇ ଶାନ୍ତି କମ ମଜୁରୀରେ ସମାନ କାମକୁ ସମାନ ଦରମା ମାନ୍ୟବର ସୁପ୍ରିମକୋର୍ଟ ଆଦେଶ ଦେଇଥିଲେ ମଧ୍ୟ କେନ୍ଦ୍ର ସରକାର ତାଙ୍କୁ ମାନୁ ନାହାନ୍ତି । ନୂତନ ଠିକା ଚୁକ୍ତି ରେ ଠିକା ଶ୍ରମିକମାନେ ପୂର୍ବରୁ ଯାହା ମଜୁରୀ ପାଉଥିଲେ ବର୍ତ୍ତମାନ ତାର ଅଧାରୁ କମ୍ ଦେଉଛନ୍ତି । ଠିକା ଶ୍ରମିକ ମାନେ କେନ୍ଦ୍ର ସରକାରଙ୍କର ଘୋଷଣା ଅନୁଯାୟୀ ସର୍ବନିମ୍ନ ମଜୁରୀ ମଧ୍ୟ ପାଉନାହାନ୍ତି । ଗତ ୧ ବର୍ଷ ଧରି ଯାହା ଦରମା ପାଉଥିଲେ ତାହା ମଧ୍ୟ ପାଉନାହାନ୍ତି । ଏପରି କରୋନା ମହାମାରୀ ସମୟରେ ନିରନ୍ତର ଭାବେ ଶ୍ରମିକମାନେ ଅତ୍ୟାବଶ୍ୟକ ସଂସ୍ଥା ହୋଇଥିବା ହେତୁ ସବୁଦିନେ କାମ କରୁଛନ୍ତି । କେନ୍ଦ୍ର ସରକାର ଘୋଷଣା କରିଥିଲେ କରୋନା ମହାମାରୀ ସମୟରେ କାହାରି ଚାକିରୀ ଯିବ ନାହିଁ । ଓ ନିୟମିତ ଦରମା ପାଇବେ । BSNL ଖୋଦ କେନ୍ଦ୍ର ସରକାର ହୋଇଥିଲେ ମଧ୍ୟ ସେଠାରେ ଏହା ଲାଗୁ ହୋଇ ନାହିଁ । ଏଣୁ ସର୍ବଭାରତୀୟ ଫେଡରେସନ ଆହ୍ବାନରେ ୩ ଦଫା ଦାବି ପାଇଁ ଏହା ଅନୁଷ୍ଠିତ ହୋଇଥିଲା । ମୁଖ୍ୟତଃ ୧. କୈଣସି ଶ୍ରମିକଙ୍କୁ ବାହାର ନ କରି ସମସ୍ତଙ୍କୁ କାମ ଦେବା , ୨. ବକେୟା ୧୨ ମାସ ଦରମା ଶିଘ୍ର ପ୍ରଦାନ କରିବା ଓ ଘଣ୍ଟିକିଆ ୨ଘଣ୍ଟିକିଆ ଠିକା କାମ ବନ୍ଦ କରି ଦୈନିକ ୮ ଘଣ୍ଟା କାମ ଦେବା ପରିପ୍ରେକ୍ଷୀରେ ଇୟୁନିୟନ ପକ୍ଷରୁ ସାଧାରଣ ସମ୍ପାଦକ କ୍ଷିତିଶ ସାମଲ , କୋମଳ ଲୋଚନ ମହାନ୍ତ , ତରଣ କାନ୍ତ ମହାନ୍ତ , ମନୋରଞ୍ଜନ ମହାନ୍ତ, ସତିଶ ଚନ୍ଦ୍ର ମହାନ୍ତ , ମହେଶ୍ୱର ସିଂ , ବୈଲୋଚନ ମହାନ୍ତ , ଶେଖ କାଶେଦ ରାୟ ଏମ୍. ଡି. ରିଜୁଆନ , ସତ୍ୟନାରାୟଣ ସେଠୀ , ସେଖ ଅବଦୁଲ ଇନତେ ଖାଫ , ମ୍ରିଗେଦ୍ର ମହାନ୍ତ ,ନରେଶ ମହାନ୍ତ , ଅନିଲ ଚନ୍ଦ୍ର ମହାନ୍ତ , ଶରତ ଚନ୍ଦ୍ର ମହାନ୍ତ , ଜଟିଆ ନାୟକ , ଡମ୍ବରୁ ମହାନ୍ତ , ଇତ୍ୟାଦି କୋଭିଡ ନିୟମ ପାଳନ କରି ହଙ୍ଗର ଷ୍ଟ୍ରାଇକରେ ସାମିଲ ହୋଇଥିଲେ ଉକ୍ତ କାର୍ଯ୍ୟକ୍ରମକୁ ୟୁନିୟନର ସଭାପତି ରବି ଗୋସ୍ବାମୀ ପରିଚାଳନା କରିବା ସହିତ BSNL କତ୍ତୃପକ୍ଷ ନାର୍ଯ୍ୟଦାବି ସମାଧାନ ନକଲେ BSNL ସେବା କାମ କରୁଥିବା ଏହି ଶ୍ରମିକ ମାନେ ଘରୁ ଓ ହାତରୁ ଖାଇ କାମ କରି ପାରିବେ ନାହିଁ ବୋଲି ପ୍ରକାଶ କରିଛନ୍ତି ଓ BSNL ସେବା ବ୍ୟହାତ ହେଲେ ଏଥିପାଇଁ BSNL କତ୍ତୃପକ୍ଷ ଜନସାଧାରଣଙ୍କ ନିକଟରେ ଉତ୍ତରଦାୟୀ ରହିବେ ବୋଲି ଚେତାବନୀ ଦେଇଛନ୍ତି ।
କଣ୍ଟ୍ରାକଟ୍ ଓ୍ବାର୍କରସ ଫେଡରେସନ ଇଣ୍ଡିଆ ଡାକରାରେ ଶ୍ରମିକମାନଙ୍କର ରିଲେ ହାଙ୍ଗାର ଷ୍ଟ୍ରାଇକ୍
|
August 27, 2020 |



