ବାରିପଦା ୨୦/୮/୨୦(ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା):- ସରକାରଙ୍କ ସ୍ଲୋଗାନ ଥିଲା ଗମନାଗମନ ଯେଉଁ ଦେଶରେ ଯେତେ ଉନ୍ନତ ସେ ଦେଶ ସେତେ ବିକଶିତ ଦୀର୍ଘଦିନ ଧରି ରାସ୍ତା ଅବସ୍ଥା ଶୋଚନୀୟ କିନ୍ତୁ ରାସ୍ତା ନିର୍ମାଣ ଦାଇତ୍ଵ ନେଇଥିବା ବିଭାଗ ନିଦାବିଷ୍ଣୁ ଶେଷରେ ସ୍ତାନୀୟ ଲୋକେ ମିଶି ରାସ୍ତା କୁ ମରାମତି କଲେ ଶରତ, ନୋଟ, ସରଡିହା ପ୍ରଭୁତି ୩ ଟି ପଞ୍ଚାୟତ ର ଶତାଧିକ ଲୋକ ଦିପୁ ମଲ୍ଲିକ, ମଦନ ପାତ୍ର, ଅବସରପ୍ରାପ୍ତ ସୈନିକ ମାଲୁ, ଦିପୁ ସାହାଣୀ ଙ୍କ ନେତୃତ୍ବରେ ସ୍ୱାଧୀନତା ଦିବସ ଦିନ ମିଳିତ ହୋଈ ପିଚୁ ରାସ୍ତାରେ ହୋଇଥିବା ଗାତ ଗୁଡିକୁ ମାଟି ପଥର ଦେଇ ମରାମତି କରିଥିଲେ । ଏମିତି ଏକ ଉଦାହରଣ ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡା ଓ କାପ୍ତିପଦା ବ୍ଲକକୁ ସଂଯୋଗ କରୁଥିବା ଗ୍ରାମ ଉନ୍ନୟନ ବିଭାଗର ରାସ୍ତା। ଏହି ରାସ୍ତା ଠାକୁରମୁଣ୍ଡାରୁ ବାରିପଦା ସଦର ମହକୁମାକୁ ଯିବା ପାଇଁ ମୁଖ୍ୟ ରାସ୍ତା ହୋଇଥିବା ବେଳେ ଶରତ ନୋଟ ଛକ ଠାରୁ କଲେଜ ଛକ ପର୍ଯ୍ୟନ୍ତ ପ୍ରାୟ୪ କିମି ରାସ୍ତା ଖାଲ ହୋଈ ଯାତାୟାତ ଖୁବ୍ ସମସ୍ୟା ସୃଷ୍ଟି କରିଛି । ରାସ୍ତା ସାରା ଏପରି ଗର୍ତ୍ତ ସୃଷ୍ଟି ହୋଇଛି ଯାହାକି ଯାନବାହନ ଚଳାଚଳ କରିବା ରେ ସମସ୍ୟା ହୋଇଛି । ଏହାଏହି ରାସ୍ତା ଭେଜିଡିହା ଠାରୁ ନଟୋ ଛକ ପର୍ଯ୍ୟନ୍ତ କରଞ୍ଜିଆ ଆର୍ ଡି ଅଧୀନରେ ଥିବାବେଳେ ନଟୋ ଛକଠାରୁ କପ୍ତିପଡା ପର୍ଯ୍ୟନ୍ତ କପ୍ତିପଡ଼ା ଆର୍ ଡି ଅଧୀନରେ ଅଛି ଜିଲ୍ଲା ହେଡ଼ କାଟରକୁ ସଂଯୋଗ କରୁଥିବା ଏହି ରାସ୍ତା ଦେଇ ପ୍ରତ୍ୟେକ ଦିନ ଶହଶହ ଯାନବାହନ କରଞ୍ଜିଆ, ଠାକୁରମୁଣ୍ଡା ଓ ରାଜଧାନୀ ଭୁବନେଶ୍ବର ପର୍ଯ୍ୟନ୍ତ ଯାତାୟାତ କରୁଛନ୍ତି । ଅନେକ ଦିନରୁ ରାସ୍ତା ମରାମତି ପାଇଁ ଦାବି ହେଉଥିଲେ ମଧ୍ୟ କେହି ଶୁଣୁନାହାନ୍ତି । ବର୍ଷ ବର୍ଷ ଧରି ଲକ୍ଷ ଲକ୍ଷ ଟଙ୍କା ମରାମତି ବାବଦରେ ଖର୍ଚ୍ଚ ହେଉଛି । ମାତ୍ର ରାସ୍ତାର ଅବସ୍ଥା ଯେମିତି କି ସେମିତି । ଶତାଧିକ ସ୍ଥାନୀୟ ଲୋକ ରାସ୍ତା ମରାମତି କରୁଥିବା ଘଟଣା ସାମାଜିକ ଗଣମାଧ୍ୟମ ରେ । ପ୍ରକାଶ ପାଇବା ପରେ ଏହା ଦେଖି ରାଜ୍ୟ ସଭା ସଦସ୍ୟା ମମତା ମହାନ୍ତ ରବିବାର ସେହି ରାସ୍ତା କୁ ଆସି ବୁଲି ଦେଖୁଥିଲେ ଏ ସମ୍ପର୍କରେ ସାଂସଦ ଗଣମାଧ୍ୟମକୁ କହିଛନ୍ତି ଯେ ସେ ଏ ସମ୍ପର୍କରେ ସେ ପ୍ରଶାସନ ସହିତ ଆଲୋଚନା କରି ଖୁବ ଶୀଘ୍ର ପଦକ୍ଷେପ ନେବେ । ଏଥିପ୍ରତି ଜିଲ୍ଲା ପ୍ରଶାସନ ଓ ବିଭାଗୀୟ ଉଚ୍ଚ କର୍ତ୍ତୁପକ୍ଷ ଦୃଷ୍ଟି ଦେବା ପାଇଁ ମଧ୍ୟ ସାଧାରଣରେ ଦାବି ହେଉଛି ।
ତାଜା ଖବର
- ଦେଓଭୁବନପୁର ପଞ୍ଚାୟତ କଉଡ଼ି ପଡା ପଡିଆ ଠାରେ “ଏକ ପେଡ ମା କେ ନାମ ପର “କାର୍ଯ୍ୟକ୍ରମ
- ଯାଜପୁର ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ‘ଆମ କଳାକାର (CTMS-2.0)’ ଯୋଜନାର ପ୍ରସ୍ତୁତି ବୈଠକ ଅନୁଷ୍ଠିତ: ଦଶହରା ସୁଦ୍ଧା ଅଡିସନ୍ ସାରିବାକୁ ନିର୍ଦ୍ଦେଶ
- ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ସଚେତନତା ସଭା।
- ସାଧାରଣ ଲୋକଙ୍କ ସେବା ରେ ବିଧାୟକ ତଥା ସେବକ ହିମାଂଶୁ ଶେଖର ସାହୁ
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ – ପେପର ଡାଉନ ଲୋଡ କରନ୍ତୁ
- ରାଜି କାରାମ ପୂଜା-ପର୍ବରେ ପ୍ରକୃତି ପ୍ରତି ଆସ୍ଥାର ଝଲକ, ୪୦ଟି ଗାଁର ଲୋକଙ୍କ ସମାଗମ
- ପବିତ୍ର ସୁନିଆ ଅବସରରେ ମା ଦୁର୍ଗାଙ୍କ ମୂର୍ତ୍ତି ନିର୍ମାଣ ମୃତ୍ତିକା ଅନୁକୂଳ
- ଶ୍ରୀ ଜଗନ୍ନାଥ ଚାରଣ ଗୋଷ୍ଟି ଓଡ଼ିଶା ପକ୍ଷରୁ ବୃକ୍ଷ ରୋପଣ।
- ବିଞ୍ଝାରପୁର ବ୍ଲକ କାର୍ଯ୍ୟାଳୟଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ
- ଯାଜପୁରର ଶିବାଙ୍ଗୀଙ୍କୁ ମିଳିଲା ତ୍ୱରିତ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସହାୟତା ଏମ୍ସ ଭୁବନେଶ୍ୱରରେ ହେଲା ହାତର ଅସ୍ତ୍ରୋପଚାର


