ଜେନାପୁର, ୧୭ ।୮(ସନ୍ଧାନ ନିଉଜ): ଜେନାପୁର ଥନା କବାଟବନ୍ଧ ପଂଚାୟତର ବାରକଣା କୁଣ୍ଡିନାଳରେ ପଡି ଯିବାରୁ ଜଣେ ମଇଁଷି ଚରାଳିର ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତି ଜଣକ ମଧୁସୁଦନପୁର ପଂଚାୟତ ଅନ୍ତର୍ଗତ ବଳଭଦ୍ରପୁର ଗ୍ରାମର ବାଉନ ବେହେରା(୫୦) ବୋଲି ଜଣାପଡିଛି । ବାଉନ ସବୁଦିନ ପରି ଗତ ଶନିବାର ମଇଁଷି ନେଇ କୁଣ୍ଡିନାଳ ପାଖକୁ ଚରାଇବାକୁ ନେଇଥିଲେ । ପବ୍ରଳ ବର୍ଷା ହେତୁ ନାଳରେ ପର୍ଯ୍ୟାପ୍ତ ପାଣି ବହିଯାଉଥିଲା । ମଇଁଷି ତଡିବା ସମୟରେ ଭାରସାମ୍ୟ ହରାଇ ନାଳରେ ପଡିଯାଇଥିଲେ । ତେବେ ସାଥିରେ ଥିବା ଅନ୍ୟ ଚରାଳି ବାଉନକୁ ଖୋଜାଖୋଜି କଲାପରେ ନାଳରେ ପଡିଥିବା ଦେଖି ଉଦ୍ଧାର କରି ନିକଟସ୍ଥ କବାଟବନ୍ଧ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।
ନାଳରେ ବୁଡି ମଇଁଷି ଚରାଳି ମୃତ
|
August 17, 2020 |
