ଘନ ଆମ୍ବ ଚାଷ ନାଁରେ ହରିଲୁଟ୍

Spread the love

କେନ୍ଦୁଝର ୧୩/୮/୨୦(ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା):- କେନ୍ଦୁଝର ଜିଲ୍ଲା, ବଂଶପାଳ ବ୍ଲକ ପଦକସଡା ଗ୍ରାମରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନରେ ଦୁର୍ନୀତି ପଦାକୁ ଆସିଛି । ୧୦୧୯-୨୦ ଅର୍ଥକ ବର୍ଷରେ ପଦାକସଡା ଗ୍ରାମରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରୁ ୭ ଲକ୍ଷ ୬୪ ହଜାର ଟଙ୍କା ବ୍ୟୟ ବରାଦରେ ୬ ହେକ୍ଟର ଜମିରେ ସଘନ ଆମ୍ବ ବୃକ୍ଷ ରୋପଣ କରାଯାଇଥିବା ସୂଚନା ଫଳକ ମାଧ୍ୟମରେ ଦର୍ଶଯାଇଥିବାବେଳେ ବର୍ଷକ ପରେ ଉକ୍ତ ସ୍ଥାନରେ ଗୋଟିଏ ହେଲେ ଆମ୍ବ ଗଛ ନଥିବା ଦେଖୁବାକୁ ମିଳିଛି । ପରିତାପର ବିଷୟ ଯେଉଁ ସ୍ଥାନରେ ଆମ୍ବ ଗଛ ଲଗାଯାଇଥିବା କୁହାଯାଇଛି ସେହି ସ୍ଥାନରେ ବର୍ତ୍ତମାନ ଆମ୍ବ ବଦଳରେ ବିରି ଚାଷ କରଯାଇଛି । ଏ ସମ୍ବନ୍ଧରେ ଜାଣିବା ପାଇଁ ସୂଚନା ଅଧିକାର କର୍ମୀ ସତ୍ୟବ୍ରତ ଦାସ ସୂଚନା ଅଧିକାର ବଳରେ ତଥ୍ୟ ମାଗିବା ପରେ ଉକ୍ତ ସ୍ଥାନରେ ଲାଗିଥିବା ସୂଚନା ଫଳକକୁ ରାତାରାତି ଭାଙ୍ଗି ଦିଆଯାଇଛି। ଏହି ଘଟଣା ପ୍ରକଳ୍ପର ସ୍ବଚ୍ଛତା ଉପରେ ଉଠିଥିବା ପ୍ରଶ୍ନବାଚୀକୁ ଆହୁରି ରହସ୍ୟମୟ କରିଛି । ସୂଚନା ମୁତାବକ, ଉଦ୍ୟାନ ବିଭଗ ପକ୍ଷରୁ ୨୦୧୯-୨୦ ଆର୍ଥକ ବର୍ଷରେ ବଂଶପାଳ ବ୍ଲକ୍, ସାହାରପୁର ପଞ୍ଚାୟତର ପଦାକସଡା ଠାରେ ୭ଜଣ ହିତାଧିକାରୀଙ୍କ ନାମରେ ରହିଥିବା ୬ ହେକ୍ଟର ଜମିରେ ସଘନ ଆମ୍ବ ବୃକ୍ଷ ରୋପଣ ନିମନ୍ତେ ପ୍ରସ୍ତାବ କରଯାଇ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ୭ ଲକ୍ଷ ୬୪ ହଜାର ୭ ଶହ ୬୦ ଟଙ୍କା ବ୍ୟୟ ଅଟକଳ କରଯାଇଥିଲା । ପ୍ରକଳ୍ପ କାର୍ଯ୍ୟାରମ୍ଭ ନିମନ୍ତେ ୮୭ ୨୦୧୯ ରେ ପଦକସଡା ଠାରେ ମେଟ ତପନ ଦେହୁରୀଙ୍କ ସଭାପତିତ୍ୱରେ ଶ୍ରମିକ ସଭା କରାଯାଇଥିବାବେଳେ ଉକ୍ତ ସଭାରେ ସହକାରୀ ଉଦ୍ୟାନ ଅଧୁକାରୀ, ଗ୍ରମ ରୋଜଗାର ସେବକ ତଥା ବିଭଗୀୟ ଅଧୁକାରୀମାନେ ଯୋଗ ଦେଇ ମହେନ୍ଦ୍ର ବେହେରା, ସନାତନ । ବେହେରା, ଗୁହ୍ମଣ ବେହେରା, ଅଚ୍ୟୁତ ବେହେରା, ସୂର୍ଯ୍ୟମଣୀ

ବେହେରା ଆଦି ୭ ଜଣ ହିତାଧିକାରୀଙ୍କ ୬ ଏକର ଜମିରେ ଆମ୍ବ ଗଛ ଲଗାଇବା ନିମନ୍ତେ ସ୍ଥିର କରିଥିଲେ। ମନରେଗାରୁ ଶ୍ରମିକ ମାନଙ୍କୁ ଦୈନିକ ୧୮୮ ଟଙ୍କା ମଜୁରି ପ୍ରଦାନ ନିମନ୍ତେ ଧର୍ଯ୍ୟ ହୋଇଥିଲା । ତଦନୁଯାୟୀ ଉକ୍ତ ଜମିରେ ସୂଚନା ଫଳକ ଲଗାଯାଇ କର୍ଯ୍ୟାରମ୍ଭ କରାଗଲା । ମନରେଗା ଜରିଆରେ ଗାତ ଖୋଳ ଏବଂ ଗଛ ଲଗା ଆଦି କାମ ପାଇଁ ଉଦ୍ୟାନ ବିଭାଗ ପକ୍ଷରୁ ଶ୍ରମିକ ମଜୁରି ବାବଦକୁ ୧,୨୫,୨୦୮ ଟଙ୍କା ଖର୍ଚ୍ଚ କରାଯିବା ସହ ଅନ୍ୟାନ୍ୟ ଆନୁସଙ୍ଗିକ ଖର୍ଚ୍ଚ ହେଲା ।

               ବର୍ତ୍ତମାନ ଏହି ପ୍ରକଳ୍ପର ବାସ୍ତବିକତା ସମ୍ପୂର୍ଣ ଭିନ୍ନ ରହିଛି । ଯେଉଁ ଉଦ୍ଦେଶ୍ୟ ରଖି ଅର୍ଥ ମଞ୍ଜୁର କରଯାଇଥିଲା ତାହା ସଫଳ ହୋଇନଥିବାବେଳେ କେବଳ କାଗଜ କଲମରେ କାର୍ଯ୍ୟ ଦର୍ଶଇ ଅର୍ଥ ହରିଲୁଟ ହୋଇଥିବା ଜଣାପଡ଼ିଛି। ୬ ହେକ୍ଟର ଜମିରେ ସଘନ ଆମ୍ବ ବୃକ୍ଷରୋପଣ ନାମରେ ଯେଉଁ ସ୍ଥାନରେ ସୂଚନା ଫଳକ ଲଗାଯାଇଥିଲା ସେହି ସ୍ଥାନରେ ବର୍ତ୍ତମାନ କୌଣସି ଆମ୍ବ ଗଛ ନାହିଁ ।ଆମ୍ବ ଗଛ ସ୍ଥାନରେ ଲୋକେ ବିରି ଚାଷ କରିଥିବା ଦେଖବାକୁ ମିଳିଛି ମାସକ ତଳେ ଉକ୍ତ ସ୍ଥାନରେ ସୂଚନା ଫଳକ ରହିଥିବାବେଳେ ଏହି ଘଟଣା ପ୍ରଘଟ ହେବା ପରେ ଉକ୍ତସୁନରୁ ସୂଚନା ଫଳକ ଭାଙ୍ଗି ହଟଇ ଦିଆଯାଇଛି । ଚଞ୍ଚକତା ପୂର୍ବକ ଏହି ପ୍ରକଳ୍ପରେ ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରଯାଇଥିବା ଅଭିଯୋଗ ହୋଇଥିବାବେଳେ ଅଧୁକାଂଶ ଶ୍ରମିକଙ୍କ ଖାତାକୁ ଆସିଥିବା ମଜୁରୀ ମଧ୍ୟ ମିଳିନଥିବା ଅଭିଯୋଗ କରି ତଦନ୍ତ ଦାବି କରିଛନ୍ତି ସୁନୀୟ ଲୋକେ ଏ ସମ୍ବନ୍ଧରେ ସହକାରୀ ଉଦ୍ୟାନ ଅଧିକାରୀ ଓମ ପ୍ରକାଶ ରଥଙ୍କ ପ୍ରତିକ୍ରିୟା ନେବାରେ ହିତାଧିକାରୀ ଯତ୍ନନ ନେବାରୁ ଗଛ ରହିଲା ନାହିଁ । ତେଣୁ ଚଳିତ ବର୍ଷ ଉକ୍ତ ପ୍ରକଳ୍ପଟିକୁ ଆମ ତାଲିକାରୁ ହଟାଇ ଦିଆଯାଇଛି ବୋଲି କହିବା ସହ ସୂଚନା ଫଳକ କେଉଁ ପରିସ୍ଥିତିରେ ଭାଙ୍ଗିଛି ତାହାର ତଦନ୍ତ କରଯିବ ବୋଲି କହିଛନ୍ତି ।

Related Posts

About The Author

Add Comment