ରାଉରକେଲା: ଦକ୍ଷିଣ ରାଉରକେଲା ନିକଟବର୍ତି ଜଲଦା ଗ୍ରାମପଂଚାୟତ ଅଂଚଳରେ ଜଣେ ଦିନ ମଜୁରିଆ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଖବର ମିଳିଛି । ସ୍ଥାନୀୟ ଜଲଦା ଫାଣ୍ଡି ପୁଲିସ ମୃତ ଯୁବକଙ୍କ ଶବ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ପ୍ରାପ୍ତ ସୂଚନା ଅନୁଯାୟୀ, ଜଲଦା ଫାଣ୍ଡି ଅର୍ନ୍ତଗତ ଜଲଦା ‘ଏ’ ବ୍ଲକରେ ରହୁଥିବା ରଘୁନାଥ ତନ୍ତୀଙ୍କ ୨୦ ବର୍ଷିୟ ପୁତ୍ର କ୍ରୀଷ୍ଣା ତନ୍ତୀର ଶବକୁ ସ୍ଥାନୀୟ ପୋଖରୀ ନିକଟ ଏକ ଗଛ ଡାଳରେ ଝୁଲିବା ଅବସ୍ଥାରେ ସ୍ଥାନୀୟ େଊାକେ ଦେଖିବାକୁ ପାଇଥିଲେ । ଏହାପରେ ଏହି ସମ୍ପର୍କରେ ସ୍ଥାନୀୟ ପୁଲିସକୁ ଖବର ଦେବା ପରେ ଜଲଦା ଫାଣ୍ଡିର ପୁଲିସ କର୍ମୀ ଘଟଣାସ୍ଥଳରେ ପହଂଚି ଯୁବକର ଶବକୁ ଜବତ କରିଥିଲେ । କୌଣସି କାରଣ ବଶତଃ ଯୁବକ ଜଣଙ୍କ ମାନସିକ ଭାରସ୍ୟାମ ହରାଇ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ଅନୁମାନ କରାଯାଇଛି । ପୁଲିସ ପକ୍ଷରୁ ଘଟଣାର ତଦନ୍ତ ଜାରି ରହିଛି । ଏହି ଘଟଣା ଜଲଦା ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି ।
ଗଛ ଡାଳରୁ ଦିନ ମଜୁରିଆଙ୍କ ଝୁଲନ୍ତା ଶବ ଉଦ୍ଧାର
|
August 12, 2020 |
