ବୈଶିଙ୍ଗା ଥାନା ମୋରମ ଚାଲାଣ ମାମଲା ଅଭିଯୁକ୍ତ ଅଭିଜିତକୁ ତିନି ଦିନ ପାଇଁ ରିମାଣ୍ଡରେ ନେଲେ କ୍ରାଇମବ୍ରାଞ୍ଚ୍

Spread the love

ବାରିପଦା ୦୭/୦୮/୨୦୨୦ (ସନ୍ଧାନ ନିଉଜ) -ସମଗ୍ର ରାଜ୍ୟରେ ଚହଳ ପକାଇଥିବା ମୋରମ ଓ ବାଲିର ଚୋରା କାରବାର ମାମଲା ଏବେ କ୍ରାଇମବ୍ରାଞ୍ଚ ହାତକୁ ନେଇଛି । ଫଳରେ ବୁଧବାର କଟକରୁ କ୍ରାଇମବ୍ରାଞ୍ଚ ଡିଏସପି ବିକାଶ ବେହୁରା, ଇନସପେକ୍ଟର ଅବନ୍ତିମଣୀ ନାଏକ ପ୍ରମୁଖ ବୁଧବାର ବେତନଟୀରେ ପହଞ୍ଚି ତଦନ୍ତଭାର ନିଜ ହାତକୁ ନେବା ସହିତ ମୋରମ ଦଲାଲ ଅଭିଜିତ ମହଲକୁ ଡାକ୍ତରୀ ପରୀକ୍ଷା କରି ତିନିଦିନ ପାଇଁ ରିମାଣ୍ଡରେ ନେଇଥିବା ଜଣାଯାଇଛି । ଗତମାସ ୨୦ତାରିଖରେ ଘଟିଥିବା ମୋରମ ଚାଲାଣ ମାମଲା ଏକ ବିଶାଳ ଆକାର ଧାରଣା କରିଥିଲା । ଏହି ଘଟଣାରେ ବେତନଟୀର ପୂର୍ବତନ ତହସିଲଦାର ସମେତ କେତେକ ମାଫିଆ ଦଲାଲ ସମ୍ପୃକ୍ତ ଥିଲେ । ୨୦ତାରିଖ ଭୋର ସମୟରେ ବାଲେଶ୍ଵର ଜିଲ୍ଲାକୁ ଚାଲାଣ ହେଉଥିବା ମୋରମ ବୋଝେଇ ଡମ୍ପରକୁ ପ୍ରଥରେ କେତେକ ଯୁବକ ବେତନଟୀ ତହସିଲ କର୍ମଚାରୀ କହି ଟ୍ରକ ଅଟକାଇ ଚାଳକକୁ ମୋରମ ପରମିଟ ମାଗିବା ସହିତ ୨୦ହଜାର ଟଙ୍କା ମାଗିଥିଲେ । ମୋରମଗାଡି ଚାଳକ କାଗଜପତ୍ର ଓ ଅର୍ଥ ନଦେବାରୁ ଉକ୍ତ ଯୁବକମାନେ ଚାଳକ ନିକଟରୁ ୬ହଜାର ଟଙ୍କା ଛଡାଇ ନେଇଥିଲେ ବୋଲି ଅଭିଯୋଗ ହୋଇଥିଲା । ପରବର୍ତ୍ତୀ ଅବସ୍ଥାରେ ତହସିଲଦାର ଅନୀଷା ଦାସ ଘଟଣାସ୍ଥଳରେ ପହଞ୍ଚି ତାଙ୍କ ସହିତ ମାଡାମ (ଉପଜିଲ୍ଲାପାଳ)  ଅଛନ୍ତି ବୋଲି କହିଥିଲେ । ଫଳରେ ମୋରମଗାଡି ଚାଳକ ତାର ମାଲିକର ନିର୍ଦ୍ଦେଶାନୁଯାୟୀ ଥାନା ଭିତରକୁ ଗାଡି ନେଇଯାଇଥିଲା । ଏହି ଘଟଣାର ରଫା ଦଫା ଶେଷ କରିବା ନିମନ୍ତେ ତହସିଲଦାରଙ୍କ ଜଣେ ଦଲାଲ ବାଲେଶ୍ଵର ସଦରଥାନା ଦୁମୁଦା ଗ୍ରାମର ଦଲାଲ ଅଭିଜିତ ମହଲ ମୋରମଗାଡ଼ି ମାଲିକ ସହିତ ମୁଲଚାଲ କରିଥିଲା । ଏପଟେ ଉକ୍ତ ଘଟଣା ସମ୍ପର୍କରେ ଅର୍ଥାତ ମୋରମ ଚୋରା ଚାଲାଣ ହେଉଥିବା ସମ୍ପର୍କରେ ତତ୍କାଳୀନ ତହସିଲଦାର ବୈଶିଙ୍ଗା ଥାନରେ ଏକ ଲି      ଖୁତ ଅଭିଯୋଗ ଘଟଣାର ୨ଦିନ ପରେ ଅର୍ଥାତ ୨୨ ତାରିଖରେ ଦେଇଥିଲେ । ଏଥିନେଇ ବୈଶିଙ୍ଗା ଥାନାରେ ୧୫୯/୨୦ ରେ ଏକ ମାମଲା ରୁଜୁ ହୋଇଥିଲା । ମୁଲଚାଲିରେ ବିଫଳ ହେବାରୁ ମୋରମଗାଡି ମାଲିକ ଉକ୍ତ ୨୨ତାରିଖରେ ବୈଶିଙ୍ଗା ଥାନାରେ  ବେତନଟୀର ତତ୍କାଳୀନ ତହସିଲଦାରଙ୍କ ସମେତ ମୋଟ୫ଜଣଙ୍କ ନାମରେ ଅଭିଯୋଗ କରିଥିଲେ । ବୈଶିଙ୍ଗା ପୁଲିସ ପକ୍ଷରୁ ୧୫୯/୨୦no ରେ ମାମଲା ରୁଜୁ କରାଯାଇ ପୁଲିସ ତଦନ୍ତ ଆରମ୍ଭ କରି ଏହି ଘଟଣାରେ ସମ୍ପୃକ୍ତି ଥିବା ୩ଜଣଙ୍କୁ ଗିରଫକରି କୋର୍ଟ ଚାଲାଣ କରିଥିଲେ । ତହସିଲଦାରଙ୍କୁ ରାଜସ୍ୱ ବିଭାଗ ନିଲମ୍ବନ କରିବା ସହିତ କଳାହାଣ୍ଡି ଅତିରିକ୍ତ ଜିଲ୍ଲାପାଳ ଭାବେ ବଦଳି କରିଦେଇଥିଲେ । ବେତନଟୀ ଓ ବଡ଼ସାହି ଅଞ୍ଚଳରୁ ବ୍ୟାପକ ଭାବେ ମୋରମ ଓ ବାଲି ଚାଲାଣ ହେଉଥିବା ବେଳେ ନେତାଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତା ପ୍ରତିବାଦ କରିବା ଦ      ରର କଥା ମାଫିଆଙ୍କୁ ନିରବ ସମର୍ଥନ କରିଚାଲିଥିଲେ। ଏହି ଘଟଣାର ଅଡିଓ ଭାଇରାଲ ହେବା ସହିତ ଏହା ସମଗ୍ର  ରାଜ୍ୟରେ ଚହଳ ସୃଷ୍ଟି କରିଥିବା ବେଳେ ଏ ସମ୍ପର୍କରେ ସନ୍ଧାନର ରେ ଏହି ଘଟଣାର ରହସ୍ୟ ଉନ୍ମୋଚିତ ହୋଇଥିଲା । ଏହି ଘଟଣାରେ ସମ୍ପୃକ୍ତ ତହସିଲଦାର ଗିରଫ ହୋଇନଥିବାରୁ ବିଜେପି ପକ୍ଷରୁ ବୈଶିଙ୍ଗା ଥାନା ପରିସରରେ ୩ଦିନିଆ ଧାରଣା ଦେଇଥିଲେ।

          ଏହି ଘଟଣାରେ ରାଜ୍ୟସରକାର ମଧ୍ୟ ଛାନିଆ ହୋଇପଡି ଏହି ଘଟଣାର ଦାୟିତ୍ବ କ୍ରାଇମବ୍ରାଞ୍ଚ ହାତରେ ନ୍ୟସ୍ତ କରିଥିଲେ । କ୍ରାଇମବ୍ରାଞ୍ଚ ଡିଏସପି ବୁଧବାର ବେତନଟୀ କୋର୍ଟରେ ପହଞ୍ଚି ଏହି ମାମଲାର ଦାୟିତ୍ବ ନେବା ସହିତ ସନ୍ଧ୍ୟାରେ ବୈଶିଙ୍ଗା ଥାନାରେ ପହଞ୍ଚି ଏସଡିପିଓ ଲଳିତ କୁମାର ପଟ୍ଟନାୟକ ଓ ଉକ୍ତ ମାମଲାର ତଦନ୍ତକାରୀ ଅଫିସର ଲକ୍ଷ୍ମୀଧର ସ୍ୱାଇଁଙ୍କ ସହ ଆଲୋଚନା କରି ଆବଶ୍ୟକୀୟ କାଗଜପତ୍ର ନେଇଥିବା କ୍ରାଇମବ୍ରାଞ୍ଚ ଡିଏସପି ଶ୍ରୀ ବେହୁରା ପ୍ରକାଶ କରିଥିଲେ।

Related Posts

About The Author

Add Comment