ଯାଜପୁର, ୨୩/୦୭ (ସନ୍ଧାନ ନିଉଜ) ସରକାରୀ କିମ୍ବା ବେସରକାରୀ ଅନୁଷ୍ଠାନ ମୋ ପୁଅ କୁ ସହାୟ ହୁଅନ୍ତୁ ଗୋଟେ ଦୁଃଖିନୀ ମାଆ ର କରୁଣ କାହାଣୀ ଜଦି କେହି ସହୃଦୟ ବ୍ୟକ୍ତି ସାହାଯ୍ଯ ର ହାତ ବଢ଼ାନ୍ତି ହୁଏତ ମୋ ପୁଅ ଭଲ ହୋଇ ଯାଇ ପାରନ୍ତା । ମୋ 7605992824,ବିନୋଦିନୀ ରାଉତ Acc no 2447001700070143 IFSC PUNB0244700 ରେ ସାହାଯ୍ୟ କରିପାରିବେ ।। କେତେ ଓଷା ବ୍ରତ କରି ପାଇ ଥିଲେ ପିଲା ଟିଏ ସେ ଚାଲି ପାରୁଛି ନା କିଛି କହି ପାରୁଛି ଯେଉଁ ବୟସରେ ପାଠ ପଢା ସହ ଖେଳ କୁଦ କରିବା କଥା ସେହି ବୟସରେ ସଯ୍ଯାସାୟୀ I ଯାହା ଆଖିରେ ଦୁନିଆ ଦେଖିବାକୁ ମାଆ ପ୍ରମୋଦିନୀ ସ୍ଵପ୍ନ ଦେଖିଥିଲେ ସେଇ ପୁଅ ପାଇଁ ସେ ଏବେ ଅନ୍ଧ ର ଲଉଡ଼ି I ସକାଳ ରୁ ସଞ୍ଜ ଯାଏ ପୁଅ ର ସେବାରେ ବିତୁଛି ମାଆ ପ୍ରମୋଦିନୀ ଙ୍କ ସମୟ I ଆମେ କହୁଛୁ ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଭୂଷଣ୍ଡପୁର ଗ୍ରାମପଞ୍ଚାୟତର ବିଜଯ ରାଉତ ଙ୍କ ଝିଅ ପ୍ରମୋଦିନୀ ରାଉତ ଙ୍କ କରୁଣ କାହାଣୀ l ୯ ବର୍ଷର ପୁଅ ଟିଏ ହେଲେ ପୁଅ ର ସେବାରେ ନିମଗ୍ନ ମାଆ ପ୍ରମୋଦିନୀ I କୌଣସି କାରଣରୁ ପ୍ରମୋଦିନୀ ଶାଶୁ ଘର ଛାଡି ଦିର୍ଘ ଦିନ ଧରି ବାପ ଘରେ ରହି ଆସୁଛନ୍ତି l ପ୍ରମୋଦିନୀ ଙ୍କ ବାପା ବିଜଯ ରାଉତ ପରିଣତ ବୟସରେ ବି ମୂଲ ଦୁଃଖ ଲାଗି ପରିବାର ପ୍ରତିପୋଷଣ କରନ୍ତି l ନା ଅଛି ରୋଜଗାରିଆ ପୁଅ ନା ଅଛି ଅଚଳାଚଳ ସମ୍ପତ୍ତି l ଝାଟିମାଟି ଘର ଖଣ୍ଡେ ଯେମିତି ପ୍ରମୋଦିନୀ ଆଉ ତାଙ୍କ ପୁଅ ବିଜଯ ଙ୍କ ଉପରେ ବୋଝ ହୋଇ ପଡ଼ିଛନ୍ତି l ସରକାରୀ ସହାୟତା କହିଲେ ଭତ୍ତା ୫୦୦ ଟଙ୍କା l ବିଜୟ ଯାହା ମୂଲ ଦୁଃଖ କରି ଆଣନ୍ତି ସେଥିରେ ନାତିର ଔଷଧ ଖର୍ଚ୍ଚ ଦେବାପାଇଁ ନିଅଣ୍ଟ ହୋଇ ପଡୁଛି l ପ୍ରମୋଦିନୀ ସରକାରୀ କିମ୍ବା ବେସରକାରୀ ଅନୁଷ୍ଠାନ କୁ ସହୋଯାଗ ର ହାତ ବଢାଇଛନ୍ତି l
ତାଜା ଖବର
- ଗରିବ ଚାଷୀ ବ୍ୟାଙ୍କରୁ ଚାଷ ପାଇଁ ଟଙ୍କା ଉଠାଇ ନେଇ ଘରକୁ ଫେରୁଥିବା ବେଳେ ଲୁଟେରା ଲୁଟିନେଲେ ଟଙ୍କା
- କାହିଁକି ବିଜୁ ଜନତା ଦଳ ଛାଡ଼ିଲେ ତିହିଡ଼ି ବିଜେଡି ର ନେତା ଶ୍ରୀଯୁକ୍ତ ଚିନ୍ତାମଣି ଦାସ
- ସର୍ପ ଦଂଶନରେ ଚାଷୀଙ୍କ ପରଲୋକ ।
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ-ପେପର ଡାଉନ ଲୋଡ କରନ୍ତୁ
- ସାରା ଦେଶରେ ଅନ୍ତର୍ଜାତୀୟ ପ୍ଲାଷ୍ଟିକ୍ ବ୍ୟାଗ୍ ମୁକ୍ତ ଦିବସ ସଚେତନତା କାର୍ଯ୍ୟକ୍ରମ
- ଡାକ୍ତର ସଙ୍ଘର କାର୍ଯ୍ୟବନ୍ଦ ଆନ୍ଦୋଳନ: ରୋଗୀ ସେବା ବାଧାପ୍ରାପ୍ତ
- ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ସମସ୍ତ ଶିକ୍ଷାନୁଷ୍ଠାନ କୁ କନ୍ଧମାଳ ଜିଲ୍ଲାପାଳ ଦୁଇଦିନ ପାଇଁ ବନ୍ଦ ଘୋଷଣା କଲେ
- ଚାନ୍ଦପୁର ବିଦ୍ୟାଳୟରେ ୨ ଶିକ୍ଷକଙ୍କୁ ଅବସର ସମ୍ବନ୍ଧନା
- ଦଧିବାବନ ଜୀଉଙ୍କ ସ୍ନାନ ଯାତ୍ରା ଅନୁଷ୍ଠିତ
- ଆନ୍ଦୋଳନକୁ ଡାକ୍ତର ମାନେ ଦାବି ପୂରଣ ପାଇଁ ଓହ୍ଲାଇଲେ



