କାରାଗାର ବିଭାଗକୁ କୋରାନ ଭୟ: ୨ ମାସରେ ୪ ଜେଲ୍ ସଂକ୍ରମିତ; ୧୬ହଜାର କଏଦୀଙ୍କୁ ବିପଦ

Spread the love

ବାରିପଦା/ବାଲେଶ୍ଵର ୧୪.୦୭.୨୦ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା):- କାରାଗାର ବିଭାଗକୁ କରୋନା ଭୟ ମାଡି ବସିଲାଣି। ଏବେ ସୁଦ୍ଧା ରାଜ୍ୟରେ ୪୩ ବିଚାରାଧୀନ କଏଦୀ ଓ ଓ୍ ବାର୍ଡର ହୋଇସାରିଲେଣି। ସଂକ୍ରମଣ।ତାଲିକାରେ ବ୍ରହ୍ମପୁର ସର୍କଲ ଜେଲ୍ ପ୍ରଥମ ସ୍ଥାନରେ ରହିଥିବା ବେଳେ ଚୈଦ୍ବାର ଜେଲ୍ ରହିଛି ଦ୍ବୀତୀୟରେ। ବ୍ରହ୍ମପୁର ଜେଲ୍ ରେ ୧୭ ଜଣ ଓ ଚୈଦ୍ବାର ଜେଲରେ ୧୦ ଜଣ ସଂକ୍ରମିତ ହୋଇଛନ୍ତି।ଗଲା ଦୁଇ ମାସ ଭିତରେ ଏହି ଦୁଇ ଜେଲକୁ ମିଶାଇ ପୁରୀ, ରାଉଲକେଲା, ଜେଲ୍ ବି ସଂକ୍ରମିତ ହୋଇସାରିଲାଣି। ଏଭଳି ସ୍ଥିତିରେ ଏବେ ରାଜ୍ୟର ବିଭିନ୍ନ ଜେଲରେ ରହୁଥିବା ପାଖାପାଖି ୧୭ ହଜାର କଏଦୀଙ୍କର ସଂକ୍ରମଣ ଆଶଙ୍କା ସୃଷ୍ଟି ହୋଇଛି। ସୂଚନା ଅନୁଯାୟୀ, ରାଜ୍ୟରେ ଏବେ ୮୫ଟି ଜେଲ୍ ରେ ୧୮ହଜାର ୧୬ ଜଣ କଏଦୀ ରହିବାର ବ୍ୟବସ୍ଥା ଥିବା ବେଳେ ୧୬ ହଜାର ୯୩୧ ପାଖାପାଖି କଏଦୀ ରହୁଛନ୍ତି। ସଂକ୍ରମଣ ଭୟରେ ଅନେକ ଏଦୀଙ୍କୁ ଜାମିନରେ ଖଲାସ ବି କରିଦିଆଯାଇଛି। କରୋନା ସଂକ୍ରମଣ ପରେ ପ୍ରତ୍ୟେକ ଜଲରେ ପାଖାପାଖି ୧୦୦ ବେଡ୍ ର ସଂଗରଧ ପାଇଁ ବ୍ୟବସ୍ଥା କରାଯାଇଛି। ଯେଉଁ କଏଦୀ କରୋନ ସମୟରେ ବିଭିନ୍ନ ଅପରାଧୀଙ୍କ ମାମଲାରେ ଗିରଫ ହେଉଛନ୍ତି,ସେମୀନଙ୍କୁ ସିଧାସଳଖ ଓ୍ବାର୍ଡରେ ରଖା ନଯାଇ ସଂଗରୋଧରେ ରଖାଯାଉଛି।ତଥାପି ଜେଲ୍ ରେ ସଂକ୍ରମଣ ବଢିବା ଘଟଣା ସ୍କ୍ରିନିଂ ବ୍ୟବସ୍ଥାକୁ ସନ୍ଦେହରେ ପକାଇଲାଣି। ରାଜ୍ୟରେ ମେ ୧୭ ତାରିଖରେ କାରାଗାର ବିଭାଗକୁ ପ୍ରଥମ କରୋନା ଛୁଇଁଥିଲା। ପୁରୀ ଜେଲରେ ଜଣେ କଏଦୀ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ।୧୫ ତାରିଖରେ ଏକ ତକାୟତି ମାମଲାରେ କୁମ୍ଭାରପଡ଼ା ଥାନା ପୁଲିସ ଗିରଫ କରି ଜେଲ୍ ପଠାଇଥିଲା। କୁମ୍ଭାରପଡ଼ା ଥାନା ଆଇଆଇସି ସମେତ ୩୦ ଜଣ ସଂଗରୋଧରେ ରହିଥିଲେ। ଜନ୍ ୬ତାରିଖରେ ବ୍ରହ୍ମପୁର ସର୍କଲ ଜେଲ୍ ରେ ଦୁଇ ଜଣ ବିଚାରାଧୀନ କଏଦୀ ସଂକ୍ରମିତ ହୋଇଥିଲେ।ମେ ୧୬ ତାରିଖରେ ଏକ ହତ୍ୟା ମାମଲାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଜୁନ ୩ ତାରିଖରେ ଗିରଫ ପରେ ଜେଲରେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।ଜୁନ ୭ ତାରିଖରେ ୬ ଜଣ ବିଚାରାଧୀନ କଏଦୀ ରାଉଲକେଲା ସ୍ବତନ୍ତ୍ର ଜେଲର କୋରନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ନାଲାରୋତ ନିକଟରେ ଥିବା କଣ୍ଟେନମେଣ୍ଟ ଜୋନରେ ଗଣ୍ଡଗୋଳ ଅଭିଯୋଗରେ ପୋଲିସ ୩୦ ଜଣଙ୍କୁ ମେ୨୬ ତାରିଖରେ ଗିରଫ କରି ଜେଲ ପଠାଇଥିଲା । ସେମାନଙ୍କ ମଧ୍ୟରୁ ୬ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । କଏଦି କୋରନା ପଜେଟିଭ ଚିହ୍ନଟ ପରେ ୯ତାରିଖରେ ଜେଲର ୫୦୦ କଏଦୀଙ୍କ ସ୍ଥାନାନ୍ତର ଦାବିରେ ଧାରଣାରେ ବସିଥିଲେ । ସେହିପରି ଜୁନ ୯ ତାରିଖରେ ପୁରୀ ଜିଲ୍ଲା ବ୍ରହ୍ମଗିରିରେ ଗିରଫ ହୋଇଥିବା। ଅଭିଯୁକ୍ତକୁ ପୁରୀ ଜେଲ୍ ପଠାଇ ଦିଆଯାଇଥିଲା ୧୩ ତାରିଖରେ ପୁରୀ ଜେଲରେ ପଜିଟିଭ ଚିହ୍ନଟ ହୋଇଛନ୍ତି।ଜୁନ ୧୧ ତାରିଖରେ ଦୁଇ ବିଚାରାଧୀନ ସର୍କଲ ଜେଲ୍ ରେ ଜଣେ କଏଦୀ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଦୁଇ ଦୁର୍ବୃତ୍ତ କଣାସ ଏବଂ ଗାଡିସଗଡ ଥାନା ଅଞ୍ଚଳରୁ ଗିରଫ ହୋଇଥିଲେ। ଜୁଲାଇ ୫ ତାରିଖରେ ବ୍ରହ୍ମପୁର ସର୍କଲ ଜେଲ୍ ରେ ଜଣେ କଏଦୀ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଜୁଲାଇ ୬ ତାରିଖରେ କଟକ ଆଚାର୍ୟ୍ୟ ହରିହର କର୍କଟ କେନ୍ଦ୍ରରେ ଚିକିସ୍ଥାଧୀନ କଏଦୀଙ୍କ ଏସକର୍ଟରେ ଥିବା ଦୁଇ ଚୈଦ୍ବାର ଜେଲ୍ ଓ୍ ବାର୍ଡର ପଜିଟିଭ୍ ଚିହ୍ନଟ ହୋଇଥିଲେ।ଚୋଦ୍ବାର ଜେଲ୍ ରେ ପ୍ରଥମ ଥର କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ୩ ଦିନ ପରେ ୯ ତାରିଖରେ ଚୋଦ୍ବାର ସର୍କଲ ଜେଲ୍ ରେ ୮ଜଣ କଏଦୀ କରୋନା ସଂକ୍ରମିତ ହୋଇଥିବା ଜଣାପଡିଥିଲା।

Related Posts

About The Author

Add Comment