ବଡଚଣା: ଅଭିନବ ଉପାୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମିଳୁଥିବା ଅର୍ଥ ହରିଲୁଟ୍ ହେଉଛିି

Spread the love

ବଡଚଣା, ୧୪/୦୭, (ସନ୍ଧାନ ନିୟୁଜ)- ଯାପୁର ଜିଲ୍ଳାର ବଡ଼ଚଣା ବ୍ଳକ୍ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀମାନଙ୍କୁ ତାଙ୍କର ସଠିକ୍ ଅର୍ଥ ମିଳୁନଥିବା ଅଭିଯୋଗ ହେଉଛି । ଏହି ଯୋଜନାରେ ଅନ୍ତଭୁର୍କ୍ତ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାର ଅର୍ଥକୁ ହରିଲୁଟ୍ କରାଯାଉଥିବା ବେଳେ ପାଇଖାନା ପାଇଁ ଆସୁଥିବା ଟଙ୍କାକୁ ହିତାଧିକାରୀଙ୍କୁ ଦିଆଯାଉନଥିବା ଅଭିଯୋଗ ହେଉଛି । ଅଭିନବ ଢଙ୍ଗରେ ଜି.ଆର.ଏସମାନେ ବ୍ଲକ୍ କର୍ତ୍ତୁପକ୍ଷଙ୍କୁ ହାତ କରି ଏହି ଅର୍ଥକୁ ହରିଲୁଟ୍ କରାଯାଉଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଜରିଆରେ ଜଣେ ହିତାଧିକାରୀ ୧ ଲକ୍ଷ ୩୦ ହଜାର ଟଙ୍କା ପାଇବାର ସରକାରୀ ନିଦେ୍ର୍ଦଶନାମା ରହଅଛି । ସେଥିମଧ୍ୟରୁ ମହତ୍ମାଗାନ୍ଧି ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ପାଣ୍ଠିରୁ ୧୬ହଜାର ୫ଶହ ଟଙ୍କା ମିଳିବା ନିୟମ ଥିଲାବେଳେ ଏହା ସହ ପାଇଖାନା ନିର୍ମାଣ ପାଇଁ ୧୨ ହଜାର ଟଙ୍କା ରଖାଯାଇଛି । ନିଦ୍ଧାରିତ ସମୟ ଭିତରେ ପ୍ରକଳ୍ପ ପୂର୍ଣ୍ଣାଙ୍ଗ କଲେ ୨୦ହଜାର ଟଙ୍କା ବୋନସ ରାଶି ମିଶି ଦିଆଯିବା ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି । ଏହି ସବୁ ଟଙ୍କାକୁ କର୍ମଚାରୀମାନେ ହଡ଼ପ କରୁଥିବା ନେଇ ସମିଆ ଓ ଦେହୁରିଗଡ଼ା ଗ୍ରାମର ଅନାମ ନାୟକ, କେଶବ ପ୍ରଧାନ, ଦୀଲିପ ବେହେରା, ଅଜୟ ମହାନ୍ତି, ରବିନ୍ଦ୍ର ବେହେରା, ବିଜୟ କୁମାର ବ୍ରହ୍ମ ପ୍ରମୁଖ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟି ପ୍ରତ୍ୟକ ହିତାଧିକାରୀଙ୍କୁ ମନେରେଗା ବାବଦରେ ମିଳିବାକୁ ଥିବା ୧୬ହଜାର ୫ଶହ ଟଙ୍କା ପାଇଁ ହିତାଧିକାରୀର ପରିବାର କିମ୍ବା ସମ୍ପର୍କିୟ ଲୋକଙ୍କ ଜବ୍କାର୍ଡ଼କୁ ଏଥିରେ ଅନ୍ତଭୁକ୍ତ କରାଯାଏ । ଏହି ପଇସା ଜବ୍କାର୍ଡ଼ ଧାରିଙ୍କ ଆକାଉଣ୍ଟକୁ ସିଧାସଳଖ ଯାଇଥାଏ । ତେବେ ପଞ୍ଚାୟତରେ ଥିବା ଗ୍ରାମ୍ୟ ରୋଜଗାର ସେବକମାନେ ଏହି ଜବ୍କାର୍ଡ଼କୁ ବଦଳାଇଦେଇଥାନ୍ତି । ସେମାନେ ଅନୁପସ୍ଥିତ ଥିବା ଦର୍ଶାଇ ନିଜ ସମ୍ପର୍କୀୟଙ୍କ ନାମରେ ଥିବା ଜବ୍କାର୍ଡ଼କୁ ସେଥିରେ ବ୍ୟବହାର କରିଥାନ୍ତି । ଯେଉଁଥିପାଇଁ ଆବାସ ଯୋଜନା ପାଇଥିବା ହିତାଧିକାରୀ ଏହି ଅର୍ଥ ପାଇବାରୁ ଅକ୍ଷମ ହୋଇଥାଏ । ସେହିପରି ପାଇଖାନା ତିଆରି କରିବା ପାଇଁ ସ୍ୱତନ୍ତ୍ର କାର୍ଯ୍ୟାଦେଶ ଆବଶ୍ୟକ ହୋଇଥାଏ ଓ ତାର ବିଲ୍ ଅନ୍ୟ ଏକ ବିଭାଗ କରିଥାଏ । ମାତ୍ର ଆବାସ ଯୋଜନାରେ ପାଇଖାନାକୁ ସାମିଲ କରିଦିଆଯିବା କ୍ଷେତ୍ରରେ ଏହି କାର୍ଯ୍ୟାଦେଶ ଦିଆଯାଇନଥାଏ । ହିତାଧିକାରୀ ଘର କାମ , ପାଇଖାନା କାମ ସାରି ବ୍ଲକ୍କୁ ଗଲାବେଳେକୁ କେବଳ ୧ ଲକ୍ଷ ୧୦ ହଜାର ପାଇବାକୁ ହକ୍ଦାର ହୋଇଛି । ଏଣେ ପାଇଖାନା ନକଲେ ଆବାସ ପାଣ୍ଠିରୁ ଉଦ୍ଧିଷ୍ଟ ଅର୍ଥ ମଧ୍ୟ ଦିଆଯାଉ ନାହିଁ । ଏପରିକି ଯେଉଁମାନେ ଆବାସ ଯୋଜନା ସହିତ ପାଇଖାନା କାର୍ଯ୍ୟାଦେଶ ପାଇଛନ୍ତି ସେମାନେ ମଧ୍ୟ ସ୍ଥଳ ବିଶେଷରେ ହଇରାଣ ହରକତ ହେଉଥିବା ଅଭିଯୋଗ ହେଉଛି । ଏ ସମ୍ପର୍କରେ ବଡ଼ଚଣା ବି.ଡ଼ି.ଓ ଅଜିତ ନାରାୟଣ ଗିରିଙ୍କୁ ପଚାରିବାରୁ ଯଦି କୌଣସି ଗ୍ରାମ୍ୟ ରୋଜଗାର ସେବକମାନେ ଏଭଳି କାମ କରୁଥାନ୍ତି ତାଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନିଆଯିବ । ଯଦି କାହାର କିଛି ଅସୁବିଧା ଥାଏ ତେବେ ମୋତେ ଶିଘ୍ର ଜଣାଇଲେ ତାହାର ତୁରନ୍ତ ସମାଧାନ କରାଯିବ ।

Related Posts

About The Author

Add Comment