ବିଗୁଡୁଚି ବଡସାହିର ସି.ଏସ୍.ସିର ସ୍ଥିତି; ଡାକ୍ତର ଆକ୍ରାନ୍ତ

Spread the love

ବାରିପଦା/ବହସାହି, ୩୦/୦୬ (ସନ୍ଧାନ ନିଉଜ) ସୂଚନା ମୁତାବକ ବର୍ତମାନ ସୁଧା ବଡସାହି ବ୍ଲକର ଚିହ୍ନଟ ହୋଇଥିବା ସ୍ଥାନୀୟ କୋରନା ସଂକ୍ରାମିତଙ୍କ ମଧ୍ୟରେ ପ୍ରତାପପୁର, ଖାନୁଆ, କେନ୍ଦୁଡିଆ, ପଟିସାର, ତାଳପଦା ,ମାଧବ ପୁର , କମାଳଶୋଳ ,ବଳଭଦ୍ରପୁର , ଜଗନ୍ନାଥପୁର , ସାନକେରକ ଏବଂ ବଡସାହି ପଚାଂୟତର ଜଣେ ଲେଖା କୋରନା ସଂକ୍ରମିତ ଅଛନ୍ତି । ମୟୂରଭଞ୍ଜ ଜିଲ୍ଲାର ବଡସାହି ବ୍ଲକ୍ ରେ ଦିନକୁ ଦିନ ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଥିବାରୁ ବ୍ଲକ୍ ବାସୀ ଆତଙ୍କିତ ହେବାରେ ଲାଗିପଡିଛନ୍ତି । ସୋମବାର ସୁଧା ବଡସାହି ବ୍ଲକର ମୋଟ ଆକ୍ରନ୍ତଙ୍କ ସଂଖ୍ୟା ୧୫ ରେ ପହନଞ୍ଚିିଛି । ସେଥିମଧ୍ୟରୁ ମାତ୍ର ୪ ଜଣ ପ୍ରବାସୀ ଓଡିଆ ସଙ୍ଗରୋଧରେ ଥିବା ଟି.ଏମ୍.ସି କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ଆଉ ୧୧ଜଣ ସ୍ଥାନୀୟ ଅଚଂଳର ଚିହ୍ନଟ ହୋଇଛନ୍ତି । ଏହି ୧୧ଜଣ ସ୍ଥାନୀୟ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ଜଣେ କୋଭିଡ ଯୋଦ୍ଧା ଥିବାରୁ । ପରିସ୍ଥିତି ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି । ରବିବାର ଦିନ ଆକ୍ରାନ୍ତଙ୍କ ସଂଖ୍ୟା ୧୯୬ ଜଣ ଥିବା ବେଳେ ସୋମବାର ଚିହ୍ନଟ ହୋଇଥିବା ୫ଜଣଙ୍କ ମଧ୍ୟରୁ ୨ଜଣ ତେଲେଙ୍ଗାନା ଏବଂ ୨ଜଣ ମହାରଷ୍ଟ୍ରରୁ ଫେରି ସଂଙ୍ଗେରଧ କେନ୍ଦ୍ରରେ ରହିଥିବା ବେଳେ ବଡସାହି ବ୍ଲକର ଜଣେ ସ୍ଥାନୀୟ ଲୋକ ବୋଲି ଜଣା ପଡିଛି । ଏଠାରେ ଉଲ୍ଲେଖ ଯୋଗ୍ୟ ଯେଦିନକୁ ଦିନ ଜିଲ୍ଲାର ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ମୋଟ ଆକ୍ରାନ୍ତ ୨୦୧ ଜଣଙ୍କ ମଧ୍ୟରୁ ୧୪୦ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୬୦ଜଣ ବାଙ୍କିଶୋଳ ସ୍ଥିତ ଆଦାନୀ କିସ୍ କୋଭିଡ-ଡାକ୍ତରଖାନାରେ ଚିକିସôାଧୀନ ଅଛନ୍ତି । ତେବେ ଗୋଷ୍ଠୀ ସଂକ୍ରମଣର ଭୟ ସତ୍ୱ୍ୱେ ବର୍ତମାନ ସୁଧା ବଡସାହି ବ୍ଲକରେ କୌଣସି ପ୍ରଶାସନିକ କଟକଣା ନାହିଁ କିମ୍ବା ତତ୍ପରତା ମଧ୍ୟ ନାହିଁ । କୌଣସି ଅଚଳକୁ ଏ ଯାଏ କଣ୍ଟେନ୍ମେଟ ଜୋନ୍ ଭାବରେ ମଧ୍ୟ ଘୋଷଣା କରାଯାଇ ନାହିଁ । ସୁତରାଂ ଅବାଧରେ ପଳପ୍ରଚଳ କରୁଥିବା ବେଳେ ଆଗକୁ ଗୋଷ୍ଠୀ ସଂକ୍ରମଣ କୁ ଏଡାଇ ଦେଇ ହେବନାହିଁ ବୋଲି ସ୍ଥାନୀୟ ଅଞ୍ଚଳର ବୃଦ୍ଧିଜିବି ମହଳରେ ଚର୍ଚ୍ଚା ହୋଇଛି । କୋରନା ମୁକାବିଲା କ୍ଷେତ୍ରରେ ବଡସାହି ବ୍ଲକ ଫେଲ୍ ମାରିଥିବା ନେଇ ମଧ୍ୟ ବଡସାହି ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।
ରିପୋର୍ଟ- ଲିଙ୍ଗରାଜ ପଣ୍ଡା, ବାରିପଦ

Related Posts

About The Author

Add Comment