ବାରିପଦା, ୨୫/୦୬ (ସନ୍ଧାନ ନିଉଜ) ଚାକିରୀ କରାଇ ଦେବାର ପ୍ରତିଶୃତି ଦେଇ ଜଣେ ବିବାହିତା ମହିଳାଙ୍କୁ (୩୨ ବର୍ଷ) ଜିଲ୍ଲାରୁ ପୁରୀକୁ ନେଇ ହୋଟେଲ୍ ରେ ବଳକôାର କରାଯାଇଅଛି । ଦୁଗ୍ଧା ନଡାଲ୍ ଉ.ପ୍ରା ବିଦ୍ୟାଳୟର ଶିଷକ ସତ୍ୟେନ୍ଦୁ ଜେନାଙ୍କ ବିରୁଦ୍ଧରେ ଏଭଳି ସଂଗୀନ ଅଭିଯୋଗ ଆଣିଛନ୍ତି , ପିଡିତା ମହିଳା । ଆଜି ଟାଉନ୍ ଥାନାରେ ପିଡିତା ମହିଳାଙ୍କ ଅଭିଯୋଗ କ୍ରମେ ଏକ ମାମଲା ଯାହାର ନଂ ୪୦୧/୨୦. ଦଫା ୩୭୬(୨) ଏବଂ ୫୦୨ ରୁଜୁ ହୋଇ ଓଓଉ ବିରେନ୍ଦ୍ର କୁମାର ସେନାପତିଙ୍କ ପ୍ରତେକ୍ଷ୍ୟ ତତ୍ୱାବଧନରେ ତଦନ୍ତ ଚାଲିଅଛି । ଘଟଣା ଅନୁଯାୟୀ ୫/୧୨/୧୯ ରେ ପ୍ରଧାନ ମନ୍ତ୍ରୀଙ୍କ ବାରିପଦା ଛଉ ପଡିଆ କାର୍ଯ୍ୟକ୍ରମରେ ଜଡିତ ମହିଳାଙ୍କ ସହିତ ସତ୍ୟେନ୍ଦ ୁଙ୍କର ଦେଖା ହୋଇଥିଲା । ଚିହ୍ନା ପରିଚୟ ହେବା ପରେ ସତ୍ୟେନ୍ଦୁ ବାରିପଦା ଆସିଥିଲେ , ମହିଳା ଜଣଙ୍କ ରହୁଥିବା ରଘୁନାଥପୁର କୁ ଯାଆନ୍ତି । ତେବେ ଚାକିରୀ କରିନଥିବାରୁ ମହିଳା ଜଣଙ୍କ ଅସୁବିଧାରେ ଥିବାର ଜାଣି , ସତ୍ୟେନ୍ଦୁ ମହିଳାଙ୍କ ପାଇଁ ଚାକିରୀ ଯୋଗାଡ କରିଦେବା ପାଇଁ ପ୍ରତିଶୃତି ଦେଇଥିଲେ । ମହିଳା ଜଣଙ୍କ ମଧ୍ୟ ଅନ୍ଧଭାବରେ କିଛି ନବୁଝି ନସୁଝି ସତ୍ୟେନ୍ଦୁଙ୍କ କଥାକୁ ବିଶ୍ୱାସ କରି ଚାଲିଥିଲେ । ଏହା ପରେ ୨୦୧୬ ମସିହା ଡିସେମ୍ବର ୩୦ ତାରିଖରେ ପୁରୀକୁ ଜଣେ କମ୍ପାନୀ ଅଫିସ୍ର ଆସୁଛନ୍ତି । ସେଠାକୁ ଚାକିରୀ ପାଇଁ ଯିବାକୁ ହେବ , କହି ସତ୍ୟେନ୍ଦୁ ମହିଳାକୁ ଭୁଲାଇ ପୁରୀକୁ ନେଇ ଏକ ହୋଟେଲ୍ ରେ ତାଙ୍କ ଅନିଛା ସତ୍ୱେ ବଳକ୍ରାର କରିଥିଲେ । ଏକଥା କାହାକୁ କହିଲେ ବଳକ୍ରାର ଭିଡିଓ ଟିକୁ ଭାଇରାଲ୍ କରିଦେବେ ବୋଲି ଧମକ ଦେଇଥିଲେ । ମହିଳା ଦେଇଥିବା ଲିଖିତ ଅଭିଯୋଗ ମୁତାବକ ଖାଲି ସେତିକି ନୁହଁ ଗତ ୧୭ ତାରିଖରେ ସତ୍ୟେନ୍ଦୁଙ୍କର ଜଣେ ସାଙ୍ଗ ରାଜେଶ ମିଶ୍ର ମଧ୍ୟ ମହିଳାଙ୍କୁ କୁଆଡେ ଧମକ ଦେଇଥିଲେ । ନିରୂପାୟ ହୋଇ ନିଜ ଜୀବନ ବଞ୍ଚାଇବା ନିମନ୍ତେ ବିଳମ୍ବରେ ହେଉ ମଧ୍ୟ ଥାନାରେ ଏତଲା ଦେବାକୁ ବାଧ୍ୟ ହେଲେ ବୋଲି ଲିଖିତ ଆକାରରେ ଜଣାଇଛନ୍ତି । ଟାଉନ୍ ଥାନାରେ ପିଡିତାଙ୍କ ଅଭିଯୋଗ ପରେ , ଥାନା ଅଧିକାରୀ ସଙ୍ଗେ ସଙ୍ଗେ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଉଦଳା ଯାଇଥିଲେ । ସେଠାରେ ପହଞ୍ଚିି ସତ୍ୟେନ୍ଦୁ ଙ୍କୁ ଗିରଫ କରି ଆଣିଥିଲେ । ଉଲ୍ଲେଖ ଯୋଗ୍ୟ ଯେ ଶିକ୍ଷକ ଜଣଙ୍କ କୁଆଡେ ଏକରାଜନୌତିକ ଦଳର ସମର୍ଥକ ଭାବେ କାର୍ଯ୍ୟ କରୁଅଛନ୍ତି ।
ରିପୋର୍ଟ- ଲିଙ୍ଗରାଜ ପଣ୍ଡା, ବାରିପଦା
ତାଜା ଖବର
- ନୂଆ ତାଳଜଙ୍ଗ ଗ୍ରାମରେ ଶ୍ରୀ ଶ୍ରୀ ହନୁମାନ ଜିଉଙ୍କ ମନ୍ଦିର ପ୍ରତିଷ୍ଠା ଓ ବିଗ୍ରହ ସ୍ଥାପନ ଉତ୍ସବ ସମାପ୍ତ
- ଚକାଚକ୍ୟ ଦୁନିଆରୁ ଦୂରେଇ ‘ଶେଷ ପରିଚୟ’ ଆଶ୍ରମରେ ଜନ୍ମଦିନ ପାଳନ: ସମାଜକୁ ମହତ ସନ୍ଦେଶ ଦେଲେ ଡକ୍ଟର ନିହାର ରଞ୍ଜନ କର,
- ଦୁବକଣ ଜୟଚଣ୍ଡୀ ହାଇସ୍କୁଲରେ ଅର୍ଥ ହେରଫେର ଅଭିଯୋଗ: ପ୍ରଧାନ ଶିକ୍ଷୟତ୍ରୀଙ୍କ ବିରୋଧରେ ତଦନ୍ତ ଦାବି
- ହନୁମାନ ମହୋତ୍ସବରେ ଯୋଗ ଦେଇ ଆଶିଷ ଗ୍ରହଣ କଲେ ପ୍ରଣବ ପ୍ରକାଶ
- ହିନ୍ଦୁ ସମାଜ ତରଫରୁ ଗୋ-ସଂମ୍ମାନ ପାଇଁ ତହସିଲଦାରଙ୍କୁ ଦାବି ପତ୍ର
- ବରଯାତ୍ରୀ ଯାଇ ଅସଦାଚରଣର ଶିକାର ହେଲେ ୧୨ ବର୍ଷର ନାବାଳିକା
- ପାଳିଆ ବିନ୍ଧା ପଞ୍ଚାୟତ ବଜାର ରେ ପାଲିତ ହେଲା ବାରିଷ୍ଟର ମଧୁସୂଦନ ଦାସ ଙ୍କ ଜନ୍ମ ଜୟନ୍ତୀ
- ସନ୍ଧାନ ନ୍ୟୁଜ ର ଆଜିର ଇ ପେପର ପାଇବା ପାଇଁ ନିମ୍ନ ଲିଙ୍କ ରେ କ୍ଲିକ କରି ଡାଉନଲୋଡ କରନ୍ତୁ Dt.29.04.2026
- ଉତ୍କଳ ଗୌରବଙ୍କ ଜୟନ୍ତୀରେ ସେବାର ମହକ: ବରୀ ଓକିଲ ସଙ୍ଘ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ – ପେପର ଡାଉନ ଲୋଡ କରନ୍ତୁ


