ଯୋଡା୧୬/୦୬ (ସନ୍ଧାନ ନିଉଜ) : ସାରା ଦେଶରେ କରୋନା ସଂକ୍ରମଣକୁ ନେଇ ଜନସାଧାରଣ ଆତଙ୍କିତ ଥିବାବେଳେ କେନ୍ଦୁଝର ଜିଲ୍ଲା ଯୋଡା ପୌରାଞ୍ଚଳରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । କରୋନା ଆକ୍ରାନ୍ତ ହୋଇଥିବା ବ୍ୟକ୍ତି ଜଣକ ଯୋଡା ପୌରପାଳିକା ଅନ୍ତର୍ଗତ ଟାଟା କମ୍ପାନୀଙ୍କ ଯୋଡା ଇଷ୍ଟ ଏଫ୍ଏପି କଲୋନୀରେ ବୋଲି ଜଣାପଡ଼ିଛି । ଉକ୍ତ ବ୍ୟକ୍ତି ଜଣକ ଦିଲ୍ଲୀରେ ରହି କାମ କରୁଥିବା ବେଳେ ଗତ ୬ ତାରିଖ ଦିନ ଯୋଡାକୁ ଫେରି ସ୍ଥାନୀୟ ଯୋଡା ଇଷ୍ଟ ପ୍ରାଇମେରୀ ସ୍କୁଲରେ ଥିବା ସଂଗରୋଦ୍ଧ କେନ୍ଦ୍ରରେ ୩ ଦିନ ରହିବା ପରେ ତାଙ୍କୁ ହୋମ କ୍ୱାରେଣ୍ଟାଇନ କରାଯାଇଥିଲା । ତେବେ ଗତ ୧୦ ତାରିଖ ଦିନ ତାଙ୍କର ସ୍ୱାବ ଟେଷ୍ଟ ନିମନ୍ତେ ନିଆଯାଇଥିଲା । ୧୫ ତାରିଖ ତାଙ୍କ ରିପୋର୍ଟ ପଜିଟିଭ୍ ବାହାରିବା ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କରୋନା ବିଶେଷଜ୍ଞ ଦଳ ଉକ୍ତ ଅଞ୍ଚଳରେ ପହଞ୍ଚି ସଂକ୍ରମିତ ବ୍ୟକ୍ତିଙ୍କୁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ପରେ ଜିଲ୍ଲା ପୁଲିସ ଓ ପ୍ରଶାସନ ପକ୍ଷରୁ ଉକ୍ତ ଅଞ୍ଚଳକୁ କଣ୍ଟେଟମେଣ୍ଟ ଜୋନ୍ ଘୋଷଣା କରି ୭୨ ଘଣ୍ଟା ପର୍ଯ୍ୟନ୍ତ ସିଲ କରାଯିବା ସହ ସାନିଟାଇଜ ନହେବା ପର୍ଯ୍ୟନ୍ତ ସମସ୍ତଙ୍କ ପ୍ରବେଶ ଉପରେ ରୋକ ଲଗାଯାଇଥିବା ଜଣାପଡ଼ିଛି ।
ଯୋଡା ପୌରାଞ୍ଚଳରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ
|
June 16, 2020 |


