ଭୁବନେଶ୍ୱର, ୨୯/୦୫ (ସନ୍ଧାନ ନିଉଜ) ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି କୋଭିଡ ଯୁଦ୍ଧରେ ସାମିଲ ହୋଇ ରୋଗରେ ସଂକ୍ରମିତ ସରପଞ୍ଚ, ଆଶାକର୍ମୀ ଓ ଅଙ୍ଗନବାଡି କର୍ମୀ ଆଦି ଅଗ୍ରଣୀ କୋଭିଡ ଯୋଦ୍ଧା ମାନଙ୍କ ସହିତ ଟେଲିଫୋନ ଯୋଗେ କଥା ହୋଇଛନ୍ତି। ଏମାନେ ସମସ୍ତେ . ଲୋକଙ୍କୁ ସେବା ଯୋଗାଇବା ସମୟରେ କରୋନା ଭାଇର ଶିକାର ହୋଇଛନ୍ତି। ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ସେମାନଙ୍କ ସାହସ, ନିଷ୍ଠା ଓ କର୍ତ୍ତବ୍ୟ ପରାୟଣତାର ଭୂୟସୀ ପ୍ରଶଂସା କରିଥିଲେ। ସେମାନେ ସାରା ରାଜ୍ୟର ଲୋକମାନଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ।
କୋଭିଡ ଯୋଦ୍ଧାଙ୍କ ସହିତ କଥାହେଲେ ମୁଖ୍ୟମନ୍ତ୍ରୀ; ପ୍ରଶଂସା ସହିତ ଆଶୁ ଆରୋଗ୍ୟ କାମନା କଲେ
କୋଭିଡ ଯୋଦ୍ଧାଙ୍କ ସହିତ କଥାହେଲେ ମୁଖ୍ୟମନ୍ତ୍ରୀ; ପ୍ରଶଂସା ସହିତ ଆଶୁ ଆରୋଗ୍ୟ କାମନା କଲେ

Related Posts
ସିବିଆଇର ପୂର୍ବତନ ନିର୍ଦ୍ଦେଶକ ଏମ୍ ନାଗେଶ୍ୱର ରାଓଙ୍କର ପଶ୍ଚିମବଙ୍ଗରେ ଥିବା ଦୁଇଟି ଘର ଓ ପତ୍ନୀଙ୍କ କମ୍ପାନି ଉପରେ ଚଢ଼ାଉ କଲା କୋଲକାତା ପୋଲିସ୍
କଟକ ଜିଲ୍ଲା ବିଜେପି ସମବାୟ ପ୍ରକୋଷ୍ଠ ପକ୍ଷରୁ ସେଵାସପ୍ତାହ ପାଳନ !
କରୋନା ଭାଇରସ୍ ସମ୍ବନ୍ଧିତ ସ୍ଥିତିର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରଧାନ ସଚିବ ଡ. ପିକେ ମିଶ୍ର


