ସୁନ୍ଦରଗଡ଼, ୦୯/୦୫/୨୦ (ସନ୍ଧାନ ନିଉଜ) : କୁତ୍ରା ବ୍ଲକ ଅନ୍ତର୍ଗତ ତୁନମୁରା ପଂଚାୟତରେ ଜି ଆର ଏସ ଭାବେ କାର୍ଯ୍ୟ କରୁଥିବା ଏରିକ ଡୁଂଗଡୁଂଗ (୪୩) ନାମକ ଯୁବକଙ୍କ ପୋଲ ତଳକୁ ଖସି ପଡ଼ି ମୃତ୍ୟୁ ହୋଇଛି ।କୁତ୍ରା ଚୁନିପଡାର ବାସିନ୍ଦା ଏରିକ ତୁନମୁରା ପଂଚାୟତରେ ଗ୍ରାମ ରୋଜଗାର ସେବକ ଭାବରେ କାର୍ଯ୍ୟ କରୁଥିଲେ। ବର୍ତ୍ତମାନ ପ୍ରତି ପଂଚାୟତର ସଂଗରୋଧ ଗୃହ ପାଇଁ ଗଠିତ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଚାଳନା କମିଟିର ସଦସ୍ୟ ଥିଲେ। ଏଥିପାଇଁ ତୁନମୁରା ପଂଚାୟତର ସିଆଲଯୋର ସେବାଶ୍ରମ ରେ ଗଠିତ ସଂଗରୋଧ ଗୃହରେ ରହୁଥିବା ପ୍ରବାସୀ ମାନଙ୍କ ଖଵର ବୁଝିବା ପରେ ଘରକୁ ଫେରିବା ବାଟରେ ଅପରାହ୍ନ ୫ଟା ସମୟରେ ଏକ ପୋଲ ଉପରେ ବସି ନିଜ ସାଥୀ ମାନଙ୍କ ସହ ଆଲୋଚନା କରୁଥିବା ବେଳେ ହଠାତ ପୋଲ ତଳକୁ ଖସି ପଡ଼ିଥିଲେ। ତାଙ୍କ ସାଥୀ ମାନେ ଉଧ୍ୟାର କରି କୁତ୍ରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।ଥାନାରେ ଏନେଇ ଏକ ଆପମୃତ୍ୟୁ ମାମଲା ରୁଜୁ ହୋଇଛି।ଏରିକଙ୍କ ଅକାଳ ବିୟୋଗରେ ଏଠାରେ ଶୋକର ଛାୟା ଖେଳିଯାଇଛି।
କୁତ୍ରା:ଜି ଆର ଏସଙ୍କ ଅକାଳ ବିୟୋଗରେ ଶୋକର ଛାୟା
|
May 9, 2020 |
