ଭୁବନେଶ୍ୱର, ୨୭/୦୪/୨୦ (ସନ୍ଧାନ ନିଉଜ) : ପଶ୍ଚିମ ଓଡ଼ିଶାର ସ୍ବେଚ୍ଛାସେବୀ ଅନୁଷ୍ଠାନ RAIMAN FOUNDATION ର ପ୍ରତିଷ୍ଠାତା ତଥା ନାରିନେତ୍ରୀ ରଞ୍ଜୁ ରାଏମନ ଙ୍କ ନିର୍ଦ୍ଦେଶ କ୍ରମେ କଣ୍ଟାବାଞ୍ଜି ଶାଖା ତରଫରୁ ଦିବ୍ୟାଙ୍ଗ ଓ ଅସହାୟ ବୃଦ୍ଧ ବୃଦ୍ଧା ଙ୍କୁ ଜଳଖିଆ ଓ ରାସନ ସାମଗ୍ରୀ ବଣ୍ଟନ କରାଗଲା । କଣ୍ଟାବାଞ୍ଜି S.D.P.O କଣ୍ଟାବାଞ୍ଜି ଥାନା ଅଧିକାରୀ ଓ କଣ୍ଟାବାଞ୍ଜି ଶାଖା ର ଶାନ୍ତନୁ ବିଭାର୍, ରୋହନ ମହତ, ମନୋଜ ତାଣ୍ଡି , ଇଲୁ ନାଗ୍, ମାଧବ ବଏ, ରବିନ୍ଦ୍ର ତାଣ୍ଡି, ମନୋଜ ବଏ, ଘାସିରାମ ମାଝି, ମନୋରଞ୍ଜନ ବିଭାର, କମଲ ବଏ, ଅରୁଣ ଛୁରା, ଓ ଅନ୍ୟ ଯୁବକ ମାନେ ଉପସ୍ଥିତ ହୋଇ ଅସାହୟ ଲୋକମାନଙ୍କୁ ସହଯୋଗ କରିଥିଲେ ଅନୁଷ୍ଠାନ ସଦସ୍ୟ ମାନେ। ଏହି ମହାନ ଉଦେଶ୍ୟ କୁ ଲୋକେ ଭୁରିଭୁରି ପ୍ରସଶା କରୁଛନ୍ତି।
ଦିବ୍ୟାଙ୍ଗ ଓ ଅସହାୟ ବୃଦ୍ଧ ବୃଦ୍ଧା ଙ୍କୁ ଜଳଖିଆ ଓ ରାସନ ସାମଗ୍ରୀ ବଣ୍ଟନ
|
April 27, 2020 |



