ସରପଞ୍ଚଙ୍କୁ ଜିଲ୍ଲାପାଳ କ୍ଷମତା

Spread the love
ଭୁବନେଶ୍ୱର, ୨୦/୦୪/୨୦ (ସନ୍ଧାନ ନିଉଜ) : କରୋନା ମୁକାବିଲା କରିବା ପାଇଁ ଆଜି ରାଜ୍ୟ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ସ୍ୱତନ୍ତ୍ର ଭିଡିଓ ବାର୍ତ୍ତା ଜାରି କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ରାଜ୍ୟ ବାହାରୁ ଆସୁଥିବା ଲୋକମାନଙ୍କୁ ଉଚିତ ସେବା ଯୋଗାଇ ଦିଆଯିବ। ଆଉ କରୋନା ମୁକାବିଲା ପାଇଁ ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା ଦିଆଯାଇଛି। ଗାଁ ଓ ପଞ୍ଚାୟତ ସ୍ତରରେ ପଞ୍ଜୀକରଣ ସୁବିଧା ରହିବ। କଟକଣା ପରେ କେହି ବାହାରୁ ଆସିଲେ ପଞ୍ଜିକରଣ ବାଧ୍ୟତାମୂଳକ କରାଯିବ। ପରିବାର ସଦସ୍ୟ ଓ ବନ୍ଧୁ ପଞ୍ଜିକରଣ କରିପାରିବେ। ପଞ୍ଜିକରଣ ପରେ ୧୪ ଦିନ ପାଇଁ ସଙ୍ଗରୋଧରେ ରହିବା ଜରୁରୀ। ସେମାନଙ୍କୁ ଖାଇବା, ରହିବା ଓ ଚିକିତ୍ସା ମାଗଣାରେ ଯୋଗାଇ ଦିଆଯିବ। ସଙ୍ଗରୋଧ ସରିବା ପରେ ୨ ହଜାର ଟଙ୍କା ମିଳିବ।

Related Posts

About The Author

Add Comment