ବଡ଼ଚଣା, ୧୯/୦୪ (ସନ୍ଧାନ ନିଉଜ) ନୀଳଚକ୍ର ନିର୍ମାଣ ଶ୍ରମିକ ସଂଘ ଏବଂ ଓଡ଼ିଶା ସ୍ବାଭିମାନ ପରିଷଦର ମିଳିତ ଉଦ୍ୟମରେ ଚଣ୍ଡିଖୋଲର ଉପାନ୍ତ ଆଦିବାସୀ ଅଞ୍ଚଳରେ ଶୁଖିଲା ଖାଦ୍ୟ ବଣ୍ଟନ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି।ମହାମାରୀ କୋରନାର ଛଦ୍ମଛାୟାରେ ସାରା ବିଶ୍ୱ ଆଜି ତାଲା ବନ୍ଦ ଅଵସ୍ଥାରେ ଥିବାବେଳେ ଗରୀବ ଅସହାୟ ଲୋକମାନେ ଭୋକ ଓପାସରେ ଜୀବନ ବିତାଉଛନ୍ତି।ଯାଜପୁର ଜିଲ୍ଲାର ଅନେକ ଅଞ୍ଚଳରେ ତାଲାବନ୍ଦ ପ୍ରଭାବରୁ ଲୋକମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।ଏହାକୁ ଦୃଷ୍ଟିରେ ରଖି ନୀଳଚକ୍ର ନିର୍ମାଣ ଶ୍ରମିକ ସଂଘର ଅଧ୍ୟକ୍ଷ ତଥା ଓଡ଼ିଶା ସ୍ବାଭିମାନ ପରିଷଦର ସମ୍ପାଦକ ଧୀରେନ୍ଦ୍ର ନାୟକଙ୍କ ନେତୃତ୍ବରେ ଆଜି ଚଣ୍ଡିଖୋଲର ଉପାନ୍ତ ଅଞ୍ଚଳରେ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା।ଏହାପରେ କୋରନା ମହାମାରୀଠୁ ଦୂରେଇ ରହିବା ପାଈଁ ଲୋକଙ୍କୁ ସଚେତନତା ବାର୍ତ୍ତା ଦିଆଯାଇଥିଲା।ସଂଗଠନର ସଦସ୍ୟ ଲୋକନାଥ ଦାସ, ରିତେଶ ନାୟକ,ସତ୍ୟ ପ୍ରକାଶ ମିଶ୍ର, ଶୁଭମ ଶାଶ୍ୱତ ପୃଷ୍ଟି ପ୍ରମୂଖ ଏହି କାର୍ଯ୍ୟକ୍ରମରେ ସହାୟତା ପ୍ରଦାନ କରିଥିଲେ।ଏହି ଅବସରରେ ଓଡ଼ିଶା ସ୍ବାଭିମାନ ପରିଷଦର ଅଧ୍ୟକ୍ଷ ବିରଞ୍ଚି ନାରାୟଣ ନନ୍ଦଙ୍କ ସାହାଯ୍ୟକୁ ଗରୀବ ଅସହାୟ ଲୋକମାନେ ଭୁୟସୀ ପ୍ରଶଂସା କରିଛନ୍ତି।
କୋରନା ସମୟରେ ସହାୟତାର ହାତ ବଢାଇଲେ ଓଡ଼ିଶା ସ୍ବାଭିମାନ ପରିଷଦ
|
April 19, 2020 |
