ରାଉରକେଲା,୧୯/୦୪ (ସନ୍ଧାନ ନିଉଜ): ସାରା ଦେଶରେ 2ୟ ପର୍ଯ୍ୟାୟ ଲକକଡାଉନ ଜାରି ରହିଥିବା ବେଳେ ବାହାର ରାଜ୍ୟରେ ପସି ରହିଛନ୍ତି ଅନେକ ଓଡିଆ । ସୋସିଆଲ ମିଡିଆ ଭିଡିଓ ପୋଷ୍ଟ କରି ଘରକୁ ଫେରିବାକୁ ରାଜ୍ୟ ସରକାରଙ୍କୁ ବିନତି କରୁଛନ୍ତି ସେମାନଙ୍କୁ ଉଦ୍ଧାର କରିବା ପାଇଁ । ଏମିତି କିଛି ଦୁଃଖ ଦାୟକ ଭିଡିଓ ଆସି ପହଞ୍ଚିଛି ରାଜସ୍ଥାନର କୋଟା ଅଞ୍ଚଳରୁ । ମେଡିକାଲ, ଇଂଜିନିଅରିଂ ପ୍ରବେଶିକା ପରୀକ୍ଷା ପାଇଁ ରାଜସ୍ଥାନର କୋଟାରେ କୋଚିଂ ନେଉଥିବା ଶହ ଶହ ଓଡିଆ ଛାତ୍ର ଛାତ୍ରୀ ଓଡିଶା ଫେରିକୁ ବିକଳ ହେଉଛନ୍ତି ।
କୋଟାରେ ଫସିଛନ୍ତି ଓଡିଆ ଛାତ୍ରଛାତ୍ରୀ, ଫେରିବାକୁ ବିକଳ
|
April 19, 2020 |


