ଆବଶ୍ୟକତାଠୁ ଅଧିକ ଦେଶରେ ମହଜୁଦ ରହିଛି ହାଇଡ୍ରୋକ୍ସି କ୍ଲୋରୋକ୍ୱିନ
ଆବଶ୍ୟକତାଠୁ ଅଧିକ ଦେଶରେ ମହଜୁଦ ରହିଛି ହାଇଡ୍ରୋକ୍ସି କ୍ଲୋରୋକ୍ୱିନ
Manas Kumar Rout |
April 11, 2020 |
ନୂଆଦିଲ୍ଲୀ, ୧୧/୦୪ (ସନ୍ଧାନ ନିୟୁଜ): ହାଇଡ୍ରୋକ୍ସିକ୍ଲୋରୋକ୍ୱିନ ବିଦେଶକୁ ରପ୍ତାନି ସତ୍ତ୍ଵେ ଭାରତରେ ଆବଶ୍ୟକତା ଠାରୁ ଯଥେଷ୍ଟ ଅଧିକ ପରିମାଣର ମହଜୁଦ ରହିଛି। ଆଜି ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ ଅଗ୍ରଓ୍ୱାଲ। ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଅଗ୍ରଓ୍ୱାଲ କହିଲେ ବିଭିନ୍ନ ଦେଶ ଭାରତରୁ ଏହି ଔଷଧ ମଗାଇଛନ୍ତି। କିନ୍ତୁ ଦେଶରେ ଆବଶ୍ୟକ ପରିମାଣରେ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ ମହଜୁଦ ରଖିବା ପରେ ରପ୍ତାନି କରାଯାଉଛି। ଏବେ ପ୍ରାୟ ୩.୨୮ କୋଟି ହାଇଡ୍ରୋକ୍ସିକ୍ଲୋରୋକ୍ୱିନ ମହଜୁଦ ରହିଛି। ଆଗାମୀ କିଛି ସପ୍ତାହ ପାଇଁ ଦେଶ ପ୍ରାୟ ୧ କୋଟି ହାଇଡ୍ରୋକ୍ସିକ୍ଲୋରୋକ୍ୱିନ ଆବଶ୍ୟକ କରିବ। ତେଣୁ ଆବଶ୍ୟକତାଠାରୁ ଅଧିକ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ ମହଜୁଦ ରହିଛି। ଏକ ପ୍ରଶ୍ନ ଉତ୍ତରରେ ସେ କହିଛନ୍ତି ଦେଶରେ ଏପର୍ଯ୍ୟନ୍ତ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ। ଏପରି ସ୍ଥିତି ଉପୁଜିଲେ ସେ ସଂପର୍କରେ ସୂଚନା ଦିଆଯିବ। ତେଣୁ ଆତଙ୍କିତ ହେବାର କାରଣ ନାହିଁ। ତେବେ ଲୋକମାନେ ସତର୍କ ରହିବା ଆବଶ୍ୟକ ବୋଲି ଶ୍ରୀ ଅଗ୍ରଓ୍ୱାଲ କହିଛନ୍ତି।
Related Posts
About The Author