ମୋଦୀଙ୍କ ସଂକେତ କହୁଛି ଭାରତରେ ଲକଡାଉନ ଅବଧି ବଢିବ

Spread the love

ନୂଆଦିଲ୍ଲୀ, ୦୯/୦୪ (ସନ୍ଧାନ ନିୟୁଜ) : ଦେଶରେ ମାର୍ଚ୍ଚ ୨୪ଠାରୁ ଜାରି ରହିଥିବା ଲକଡାଉନ ଅବଧି ୧୪ ତାରିଖରେ ଶେଷହେବ। ପୁଣି ଅବଧି ବଢିବ କି ନାହିଁ ତାହାକୁ ନେଇ ବିଭିନ୍ନ ମହଲରେ ଆଲୋଚନା ଚ୍ଲିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏନେଇ ସଂକେତ ଦେଇଛନ୍ତି। ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିଭିନ୍ନ ରାଜନୈତିକ ଦଳର ସଂସଦୀୟ ନେତାମାନଙ୍କ ସହ ସେ ଆଲୋଚନା କରିବାବେଳେ କହିଛନ୍ତି ଗୋଟିଏ ଥରରେ ଲକଡାଉନ ଉଠାଇବା ସମ୍ଭବ ନୁହେଁ। ଏ ସମ୍ପର୍କରେ ରାଜ୍ୟ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।

ପ୍ରଧାନମନ୍ତ୍ରୀ ମୋଦୀ ଗତ ସପ୍ତାହରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓକନଫରେନ୍ସିଂ ମାଧ୍ୟମରେ ଲକଡାଉନ ପ୍ରସଙ୍ଗ ଆଲୋଚନା କରିଥିଲେ। ମିଳିତ ଯୋଜନା ଉପରେ ଦେଇଥିଲେ ଗୁରୁତ୍ୱ। ତେବେ କରୋନା ସଂକ୍ରମଣ ବଢିଚାଲିଥିବାରୁ କଟକଣାକୁ ଆହୁରି ଅବଧି ବଢାଇବାକୁ କେତେକ ରାଜ୍ୟ ଦାବି କରିଥିଲେ। ଏହାଛଡା ବିଷେଷଜ୍ଞମାନେ ମଧ୍ୟ ଲକଡାଉନ ଅବଧିକୁ ବଢାଇବା ସପକ୍ଷରେ ମତ ଦେଇଛନ୍ତି। ତେଣୁ ଲକଡାଉନ ଅବଧି ବଢିବାର ସମ୍ଭାବନା ଅଧିକ ବୋଲି କୁହାଯାଉଛି।

Related Posts

About The Author

Add Comment