କାର୍ଯ୍ୟରେ ଅବହେଳା ପାଇଁ ୧୧ ଜଣଙ୍କୁ କାରଣ ଦର୍ଶାଅ ନୋଟିସ୍‌

Spread the love

ଯାଜପୁର, ୧୩/୦୩ (ସନ୍ଧାନ ନିୟୁଜ) କାର୍ଯ୍ୟରେ ଅବହେଳା ଓ ଦୁର୍ବଳ  ପ୍ରଦର୍ଶନ ପାଇଁ ୧୧ ଜଣଙ୍କୁ ଭାରପ୍ରାପ୍ତ ଜିଲ୍ଲାପାଳ ତଥା ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ କାରଣ ଦର୍ଶାଅ ନୋଟିସ ଜାରି କରିଚ୍ଥନ୍ତି ।  ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ସଂପୃକ୍ତ କର୍ମଚାରୀ ମାନଙ୍କର ଦୁର୍ବଳ ପ୍ରଦର୍ଶନ ବାରମ୍ୱାର ତାଗିଦ ସତ୍ତ୍ୱେ କାର୍ଯ୍ୟର ଅଗ୍ରଗତି ସନ୍ତୋଷଜନକ ନ ହେବା, ଊପରିସ୍ଥ କର୍ତ୍ତୃପକ୍ଷଙ୍କ ପରାମର୍ଶକୁ ଅବମାନନା କରିବା ଅଭିଯୋଗରେ ବଡଚଣା ବ୍ଳ୍‌କର ଏହି ୧୧ ଜଣଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଚ୍ଥି ।  ବାଲି ପଡିଆ  ପଞ୍ଚାୟତର ଜେ.ଇ.   ନିରୋଦ କୁମାର ସେଠୀ, ଜି.ଆର.ଏସ୍‌. ସନ୍ତୋଷ କୁମାର ପରିଡା, ପଞ୍ଚାୟତ ନିର୍ବାହୀ ଅଧିକାରୀ ଗଣେଶ୍ୱର ବେହେରା, ରାଇପୁର ପଞ୍ଚାୟତର ଜେ.ଇ. ନୀରୋଦ ସେଠୀ, ପି.ଇ.ଓ. ହିମାଂଶୁ ଶେଖର ବେହେରା ନେଳିଆ ପଞ୍ଚାୟତର ଜେ.ଇ.  ହିମାଂଶୁ ମହାନ୍ତି,  ପି.ଇ.ଓ. ସସ୍ମିତା ମଲ୍ଲିକ, ଜି.ଆର.ଏସ୍‌. ରଞ୍ଜୁଶ୍ରୀ ସାହୁ, ସୋଲାର ପଞ୍ଚାୟତର ଜେ.ଇ.   ଶ୍ରଦ୍ଧାଂଜଳୀ ମହାନ୍ତି, ପି.ଇ.ଓ. ପ୍ରଶାନ୍ତ ଲେଙ୍କା, ଜି.ଆର.ଏସ୍‌. ରଜନୀ କାନ୍ତ ସେଠୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଚ୍ଥି ।

Related Posts

About The Author

Add Comment