ଟ୍ରକ ଧକ୍କାରେ ଜଣେ ମୃତ 6 ଆହତ

Spread the love

ରାଉରକେଲା, ୧୧/୦୩ (ସନ୍ଧାନ ନିୟୁଜ) : ଟ୍ରକ ଧକ୍କାରେ ଜଣେ ମୃତ, 6 ଜଣ ଆହତ ହୋଇଥିବା ସୂଚନା ମିଳିଛି । ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡ଼ା ଥାନା ଅନ୍ତର୍ଗତ ପୋଇ ଗାଁ ନିକଟରେ ଏକ ଟ୍ରକ ଲଗାତାର 3 ଟି ମୋଟରସାଇକଲ ଓ ଏକ ସାଇକେଲକୁ ଧକ୍କା ମାରିଛି । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 6 ଜଣ ଗୁରୁତର ଅଛନ୍ତି । ଧକ୍କାରେ ମୃତ୍ୟୁ ଘଟିଥିବା ବ୍ୟକ୍ତି ଜଣକ ହେଲେ ଖୁଟୁଗାଁର ଦିପକ ସିଂ । ଏଥିରେ ଗୁରୁତର ମାନଙ୍କୁ ଚିକିତ୍ସା ପାଇଁ ହସପିଟାଲକୁ ପଠାଯାଇଛି । ଟ୍ରକଟି ଲଗାତାର ସମସ୍ତଙ୍କୁ ଧକ୍କା ମାରିଥିଲା। ଧକ୍କା ଦେଇଥିବା ବାଇକ ଚାଳକକୁ ପ୍ରଥମେ ଉପଖଣ୍ଡ ହସପିଟାଲକୁ ଆଣିଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।

Related Posts

About The Author

Add Comment