ପୁର୍ବତନ ବିଜେଡି ସରପଞ୍ଚଙ୍କ ପରଲୋକ
ଜେନାପୁର, ୨୩/୦୨ (ସନ୍ଧାନ ନିୟୁଜ) : ଧର୍ମଶାଳା ବ୍ଲକ୍ ଚକ୍ରଧରପୁର ପଞ୍ଚାୟତର ପୂର୍ବତନ ବିଜେଡି ସଭାପତି ବାସୁଦେବ ସ୍ବାଇଁ (୫୫) ଙ୍କର ଆଜି ଅପରାହ୍ଣରେ ତାଙ୍କ ମୁକୁନ୍ଦପୁର ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି। ଦୀର୍ଘଦିନ ହେଲା ଶ୍ରୀ ସ୍ବାଇଁ କି ରୋଗରେ ପୀଡ଼ିତ ହୋଇ ଚିକିସ୍ଥିତ ହେଉଥିଲେ। ଶେଷଶଯ୍ୟା ନିକଟରେ ତାଙ୍କ ପତ୍ନୀ ଚକ୍ରଧରପୁର ପଞ୍ଚାୟତର ପ୍ରାକ୍ତନ ସରପଞ୍ଚ ଟୁନିଲତା ସ୍ବାଇଁ, ଦୁଇ ପୁଅ, ଗୋଟିଏ ଝିଅ ଓ ଆତ୍ମୀୟ ଲୋକମାନେ ଉପସ୍ଥିତ ଥିଲେ। ଖବର ପାଇ ସରପଞ୍ଚ ନାରାୟଣ ସେଠୀ, ସାଂସଦ ପ୍ରତିନିଧି ଉତ୍କଳମଣି ଦାସ, ଶିକ୍ଷାବିତ କୃଷ୍ଣଚନ୍ଦ୍ର ସାହୁ, ୧୧ ନମ୍ବର ଜୋନ୍ ବିଜେଡି ସଭାପତି ବିକାଶ କୁମାର ଦାସ, ଯୁବ ସଂଗଠକ ହିମାଂଶୁ ଜେନା, ପ୍ରଦୀପ ପାଳଙ୍କ । ସମେତ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷଦର୍ଶନ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ। Report- Prasanta Samal
Related Posts
About The Author