ଜାମ୍ମୁ-କାଶ୍ମୀରକୁ ପାକିସ୍ତାନର ଅଂଶ ଦର୍ଶାଇଲେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ସାଂସଦ ରାହୁଲ ଗାନ୍ଧୀ

Spread the love

ନୂଆଦିଲ୍ଲୀ, ୧୩/୨/୨୦ (ସନ୍ଧାନ ନିଉଜ) : କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ସାଂସଦ ରାହୁଲ ଗାନ୍ଧୀ ପୁଣି ଥରେ ନିଜ ଭୁଲ ପାଇଁ ସୋସିଆଲ ମିଡିଆରେ ଟ୍ରୋଲ୍‌ର ଶିକାର ହୋଇଛନ୍ତି। ସେ କରୋନା ଭାଇରସକୁ ନେଇ ମୋଦୀ ସରକାରକୁ ଟାର୍ଗେଟ କରିବାକୁ ଚାହୁଁଥିଲେ, କିନ୍ତୁ ସେଥିରେ ସେ ନିଜେ ଫଶିଗଲେ। କଥାଟି ହେଲା, କରୋନା ଭାଇରସକୁ ନେଇ ରାହୁଲ ଏକ ଟ୍ବିଟ୍‌ କରିଥିଲେ। ସେଥିରେ ସେ ଲେଖିଥିଲେ ​ଯେ, କରୋନା ଭାଇରସ ଆମ ଲୋକ ଏବଂ ଆମ ଅର୍ଥବ୍ୟବସ୍ଥା ପାଇଁ ବହୁତ ବଡ଼ ବିପଦ। କିନ୍ତୁ ସରକାର ଏହାକୁ ଗମ୍ଭୀରତାର ସହିତ ନେଉଥିଲା ଭଳି ମନେ ହେଉନାହିଁ। ଉପଯୁକ୍ତ ସମୟରେ ପଦକ୍ଷେପ ନେବା ଜରୁରୀ।

ତେବେ ରାହୁଲ ଏହି ଟ୍ବିଟ୍‌ ସହିତ ବିଶ୍ଵର ଏକ ନକ୍ସା ଶେୟାର କରିଥିଲେ, ଯେଉଁଥିରେ ଭାରତ ମାନଚିତ୍ରରୁ ସେ କାଶ୍ମୀରକୁ ଅଲଗା କରିଦେଇଥିଲେ। ନକ୍ସାରେ ଜାମ୍ମୁ-କାଶ୍ମୀରର ଏକ ଅଂଶକୁ ପାକିସ୍ତାନର ଅଂଶ ଭାବେ ଦର୍ଶାଇଥିଲେ, ଯାହାକୁ ନେଇ ସୋସିଆଲ ମିଡିଆରେ ତାଙ୍କୁ କଡ଼ା ସମାଲୋଚନା କରାଯାଇଛି। କିଛି ସମୟ ପରେ ରାହୁଲ ଉକ୍ତ ଟ୍ବିଟ୍‌କୁ ଡିଲିଟ୍‌ କରିଦେଇଥିଲେ ଏବଂ ଏକ ନ୍ୟୁଜ ରିପୋର୍ଟ ସହିତ ଦ୍ବିତୀୟ ଟ୍ବିଟ୍‌ କରିଥିଲେ।

Related Posts

About The Author

Add Comment